ETV Bharat / state

କ୍ଷୀର ବିକ୍ରି ନ କରିପାରି ରାସ୍ତାରେ କ୍ଷୀର ଢାଳି ଗୋପାଳକଙ୍କ ପ୍ରତିବାଦ - କ୍ଷୀର

କ୍ଷୀର ବିକ୍ରି ନ କରିପାରି ଜାତୀୟ ରାଜପଥରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି ଗୋପାଳକ । ଅଧିକ ପଢନ୍ତୁ...

ରାସ୍ତାରେ କ୍ଷୀର ଢାଳି ଗୋପାଳକଙ୍କ ପ୍ରତିବାଦ
ରାସ୍ତାରେ କ୍ଷୀର ଢାଳି ଗୋପାଳକଙ୍କ ପ୍ରତିବାଦ
author img

By

Published : May 7, 2021, 8:08 AM IST

ବୌଦ୍ଧ: କ୍ଷୀର ବିକ୍ରି ନ କରିପାରି ଚିନ୍ତାରେ ଗୋପାଳକ । ବୌଦ୍ଧ ଜିଲ୍ଲାର ଜହ୍ନାପଙ୍ଗ ଠାରେ କ୍ଷୀର ବିକି ନ ପାରି ଜାତୀୟ ରାଜପଥରେ କ୍ଷୀର ଢାଳି ପ୍ରତିବାଦ କରିଥିଲା ଦେଖିବାକୁ ମିଳିଛି ।

ରାସ୍ତାରେ କ୍ଷୀର ଢାଳି ଗୋପାଳକଙ୍କ ପ୍ରତିବାଦ

ଏକ ଘରୋଇ ସଂସ୍ଥା କ୍ଷୀର ନ କିଣିବାରୁ ଜିଲ୍ଲାର 57 ନମ୍ବର ଜାତୀୟ ରାଜପଥରେ ପ୍ରାୟ 30ଜଣ ଦୁଗ୍ଧ ବେପାରୀ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି। ଗୋପାଳନରୁ ମିଳୁଥିବା କ୍ଷୀର ବିକ୍ରି କରି ଦୁଇ ପଇସା ରୋଜଗାର କରିବା ଆଶା ରଖିଥାଏ ଗୋପାଳକ । ମାତ୍ର କ୍ଷୀର ନେଇଥିବା ସଂସ୍ଥା କ୍ଷୀର ନ ନେବାରୁ ଗୋପାଳକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ଗୋପାଳକଙ୍କ ରାସ୍ତାରେ କ୍ଷୀର ଢାଳିବା ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି । ପ୍ରକାଶ ଥାଉ କି, ମେ 1 ତାରିଖରୁ ବୌଦ୍ଧ ଜିଲ୍ଲାର ପ୍ରାଣୀଧନ ଚିକିତ୍ସକ ମାନେ କଲମଛାଡ ଆନ୍ଦୋଳନ ଦେଇଛନ୍ତି । କାର୍ଯ୍ୟାଳୟକୁ ନ ଯାଇ କେବଳ ପ୍ରାଣୀ ଚିକିତ୍ସା ଯୋଗାଇ ଦେଉଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.