ETV Bharat / state

ଯେବେ ଧନୀ ପାଲଟେ ଗରିବ: କ୍ଷୀର ଭାତ ଖାଉଥିବା 2 ଭଉଣୀ ଏବେ ଦାଣ୍ଡରେ - sister

ବୌଦ୍ଧ ବ୍ଲକ ମୁର୍ଷୁଣ୍ଢିର ଜଣେ ଜଣାଶୁଣା ଜମିଦାର ସ୍ବର୍ଗତଃ ଚୈତନ୍ୟ ମହାକୁଡଙ୍କ ଦୁଇ ନାତୁଣୀଙ୍କର ଏବେ ପରିସ୍ଥିତି ଶୋଚନୀୟ । ମୁଣ୍ଡ ଗୁଞ୍ଜିବାକୁ ଭଲ ଛାତ ଖଣ୍ଡେ ନାହିଁ କି ଦୁଇ ଓଳା ଦୁଇ ମୁଠା ଖାଇବାକୁ ନାହିଁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jul 11, 2019, 6:39 PM IST

ବୌଦ୍ଧ: ଏକଦା ଜମି ବାଡି, ଧାନ ଚାଉଳ, ହଳିଆ ମୂଲିଆରେ ଘରଦ୍ବାର ଫାଟି ପଡୁଥିଲା । କିନ୍ତୁ ଏବେ ଦୁଇ ଓଳା ଦୁଇ ମୁଠା ଖାଇବାକୁ ନାହିଁ । ମୁଣ୍ଡ ଗୁଞ୍ଜିବାକୁ ଭଲ ଛାତ ଖଣ୍ଡେ ନାହିଁ । ଏପରି ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକର ମୁର୍ଷୁଣ୍ଢି ଗ୍ରାମର ଦୁଇ ଭଉଣୀ କାଞ୍ଚନ ମହାକୁଡ ଓ ଘରମଣି ମହାକୁଡଙ୍କ କ୍ଷେତ୍ରରେ । ଅସହାୟ ଓ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ଏହି ଦୁଇ ଭଉଣୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ମୁର୍ଷୁଣ୍ଢିର ଜଣେ ଜଣାଶୁଣା ଜମିଦାର ସ୍ବର୍ଗତଃ ଚୈତନ୍ୟ ମହାକୁଡଙ୍କ ନାତୁଣୀ ହେଉଛନ୍ତି ଏହି ଦୁଇ ଭଉଣୀ । ଯେ କି ଗାଁର ସ୍କୁଲ ଓ ଅନ୍ୟ ଜନହିତକର ଅନୁଷ୍ଠାନ ନିମନ୍ତେ ଜାଗା ବାଡି ଯୋଗାଇ ଦେଇଥିଲେ । ତେବେ ଏବେ ତାଙ୍କ ପରିସ୍ଥିତି ଶୋଚନୀୟ । ଦିନେ କ୍ଷୀର ଭାତ ଖାଉଥିବା ଦୁଇ ଭଉଣୀ ଆଜି ଭଲ ଖାଦ୍ୟ ଟିକେ ପାଉନାହାଁନ୍ତି ।

ତେବେ ତାଙ୍କୁ ସରକାରୀ ସହାୟତା ମଧ୍ୟ ମିଳିନାହିଁ । ଫଳରେ ହଇରାଣରେ ଚଳୁଛନ୍ତି ଦୁଇ ଭଉଣୀ । ସେପଟେ ଏନେଇ ବୌଦ୍ଧ ବିଡିଓଙ୍କୁ ଜଣାଇ ପରେ ସରକାରୀ ଯୋଜନା କିଭଳି ଦୁଇ ଭଉଣୀ ପାଇବେ, ସେ ନେଇ ଚେଷ୍ଟା କରାଯିବ ବୋଲି ସେ ଜଣାଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଏକଦା ଜମି ବାଡି,ଧାନ ଚାଉଳ, ହଳିଆ ମୂଲିଆରେ ଘର ଦୁଆର ଫାଟି ପଡୁଥିଲା । କିନ୍ତୁ ଏବେ ଦୁଇ ଓଳା ଦୁଇ ମୁଠା ଖାଦ୍ୟ ସହ ମୁଣ୍ଡ ଗୁଞ୍ଜିବାକୁ ଭଲ ଛାତ ଖଣ୍ଡେ ନାହିଁ ।ପୁଣି ଜଣେ ନୁହେଁ, ଦୁଇ ଦୁଇ ଜଣ ଅସହାୟ ଭଉଣୀଙ୍କ ଏଭଳି ଅଭିଶପ୍ତ ଜୀବନ ଦେଖି ସମସ୍ତେ ମର୍ମାହତ ।ଆଉ ଏସମ୍ପର୍କରେ ଈଟିଭି ଭାରତ ଠାରୁ ଜାଣିବା ପରେ ବୌଦ୍ଧ ବିଡିଓ ସରକାରୀ ଯୋଜନା କିଭଳି ଉକ୍ତ ଦୁଇ ଭଉଣୀ ପାଇବେ ସେନେଇ ଚେଷ୍ଟା କରିବେ ବୋଲି କହିଛନ୍ତି ।

Body:ଅସହାୟ ଓ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳକାଟୁଛନ୍ତି ଦୁଇ ଭଉଣୀ କାଞ୍ଚନ ଓ ଘରମଣି । ବୌଦ୍ଧ ବ୍ଲକର ମୁର୍ଷୁଣ୍ଢି ର ଜଣେ ଜଣାଶୁଣା ଜମିଦାର ଚୈତନ୍ୟ ମହାକୁଡ, ଯେ କି ଗାଁ ର ସ୍କୁଲ ଓ ଅନ୍ୟ ଜନହିତକର ଅନୁଷ୍ଠାନ ନିମନ୍ତେ ଜାଗାବାଡି ଯୋଗାଇ ଦେଇଥିଲେ, ତାଙ୍କ ଦୁଇ ନାତୁଣୀ ଏବେ ବୟସାଧିକ ଓ ଅତ୍ୟନ୍ତ ଦୟନୀୟ ଜୀବନଜାପନ କରୁଛନ୍ତି ।ନିଜେ ବାସକରୁଥିବା ଅଧାରୁ ଅଧିକ ଘର ଚଳିତ ବର୍ଷା ରେ ଭାଙ୍ଗି ଯାଇଛି ।ଅଳ୍ପ କିଛି ଜମି ଉପରେ ନିର୍ଭର ଏମାନଙ୍କ ଜମି ଉପରେ ମଧ୍ୟ କେତେକ ଙ୍କ ଲୋଲୁପ ଦୃଷ୍ଟି ଥିବା ଆଲୋଚନା ହେଉଛି । ଭଲ ଭାବେ ଜୀବନଚର୍ଯ୍ୟା ମଧ୍ୟ ଉଭୟେ ଜାଣିପାରୁ ନାହାନ୍ତି ।ଫଳରେ ଏକ ଅସହାୟ ତଥା ଅବହେଳିତ ଜୀବନଜାପନକରୁଛନ୍ତି ।ସରକାରଙ୍କ କଲ୍ୟାଣକାରୀ ଯୋଜନା ମଧ୍ୟ ଠିକ ଭାବେ ଏମାନେ ବୁଝି ନାହାନ୍ତି ।ଆମେ ଏ ସମ୍ପର୍କରେ ବୌଦ୍ଧ ବିଡିଓ ଙ୍କୁ ସୂଚନା ଦେବାପରେ ଏମାନଙ୍କୁ ପକ୍କା ଘର ଯୋଗାଇବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।

Conclusion:ବାଇଟ-୧-ଗରିବ ପ୍ରଧାନ, ଗ୍ରାମବାସୀ
ବାଇଟ-୨-ଘରମଣି ମହାକୁଡ, ହୀତାଧିକାରୀ
ବାଇଟ-୩-ଅଶ୍ୱିନୀ କୁମାର ମେହେର, ବିଡିଓ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.