ETV Bharat / state

ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ଓମିକ୍ରନ ସଂକ୍ରମଣ ଆଶଙ୍କା - ଓମିକ୍ରନ ସଂକ୍ରମଣ ଆଶଙ୍କା

ଦୁଇ ଜଣ ବିଦେଶ ଫେରନ୍ତା ବୌଦ୍ଧରେ ପହଞ୍ଚିଛନ୍ତି । ଉଭୟଙ୍କ ସାମ୍ପୁଲ ନେଇ ଟେଷ୍ଟ କରୁଛି ଜିଲ୍ଲା ପ୍ରଶାସନ । ଜଣେ ୟୁକ୍ରେନରୁ ଫେରିଥିବାବେଳେ ଜଣେ ୟୁଏସଏରୁ ଫେରିଛନ୍ତି । ଅଧିକ ପଢନ୍ତୁ

two foreign country travelers reach boudh suspected on omicron variant
ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ଓମିକ୍ରନ ସଂକ୍ରମଣ ଆଶଙ୍କା
author img

By

Published : Jan 1, 2022, 9:41 PM IST

ବୌଦ୍ଧ: ଜିଲ୍ଲାରେ ପ୍ରଥମ ଥର ପାଇଁ ଓମିକ୍ରନ ପହଞ୍ଚିଥିବା ଆଶଙ୍କା ସୃଷ୍ଟି ହୋଇଛି । ଫଳରେ ଜିଲ୍ଲାରେ ଆତଙ୍କର ବାତାବରଣ ଖେଳିଯାଇଛି । ଏନେଇ ବିଶେଷ ସୂଚନା ଦେଇଛନ୍ତି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ଓମିକ୍ରନ ସଂକ୍ରମଣ ଆଶଙ୍କା
ନୂଆ ବର୍ଷ ଆରମ୍ଭ ହେଉ ହେଉ ଜିଲ୍ଲାରେ ଓମିକ୍ରନ ଆତଙ୍କ ଖେଳିଯାଇଛି । ବୌଦ୍ଧ ଜିଲ୍ଲାରେ କୋରୋନାର ପ୍ରଥମ ଓ ଦ୍ବିତୀୟ ଲହରକୁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ କଡା ପଦକ୍ଷେପ ନେଇ ମୁକାବିଲା କରିଥିଲେ । ତଥାପି ମଧ୍ୟ ଶତାଧିକ ଲୋକଙ୍କ ମୁଣ୍ଡ ନେଇଥିଲା ମହାମାରୀ କୋରୋନା । ବର୍ତ୍ତମାନ ଜିଲ୍ଲାକୁ ବିଦେଶରୁ ଦୁଇଜଣ ଯୁବକ ଫେରିଛନ୍ତି। ଜଣେ ଯୁବକ ୟୁକ୍ରେନ ଓ ଅନ୍ୟ ଜଣେ ୟୁଏସଏରୁ ଫେରିଥିବା ଜଣାପଡିଛି । ବେଳେ ତନ୍ମଧ୍ୟରୁ ଜଣଙ୍କ ଠାରେ ପଜିଟିଭ ଲକ୍ଷଣ ଦେଖାଯାଉଥିବା ସନ୍ଦେହ କରାଯାଉଛି । ୟୁଏସଏରୁ ଫେରନ୍ତା ଯୁବକଙ୍କ ଠାରେ ଲକ୍ଷଣ ଥିବା ଜଣାପଡିଛି । ତେବେ ଜିଲ୍ଲାରେ ଓମିକ୍ରନ ଚିହ୍ନଟ ପରୀକ୍ଷା ସୁବିଧା ନଥିବା ଯୋଗୁଁ ତାଙ୍କ ନମୁନା ଭୁବନେଶ୍ୱରକୁ ପରୀକ୍ଷା ପାଇଁ ପଠାଯାଇଥିବା ବୌଦ୍ଧ ସିଡିଏମଓ ସୂଚନା ଦେଇଛନ୍ତି ।

ଆସନ୍ତା ସୋମବାର ଠାରୁ ପନ୍ଦର ବର୍ଷରୁ ଅଠର ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଟୀକାକରଣ ପାଇଁ ପ୍ରସ୍ତୁତି ଚାଲିଛି । ଆସନ୍ତା ୩ ତାରିଖରୁ ଆରମ୍ଭ ହେବ ଟୀକାକରଣ । କୋରୋନାର ନୂଆ ଓମିକ୍ରନ ଭାରିଆଣ୍ଟ ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସିଡିଏମଓ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.