ETV Bharat / state

ପୋଲିସ ଗାଡିକୁ ପିଟିଲା ଟ୍ରକ, 2 ମୃତ - ବାଉଁଶୁଣୀ ଥାନା ପୋଲିସ କର୍ମଚାରୀ

ବୌଦ୍ଧ କମଳପୁର ଛକ ନିକଟରେ ପୋଲିସ ଗାଡିକୁ ପିଟିଲା ଟ୍ରକ । ଘଟଣାସ୍ଥଳରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

truck hits police van
truck hits police van
author img

By

Published : May 24, 2023, 10:09 AM IST

Updated : May 24, 2023, 10:18 AM IST

ପୋଲିସ ଗାଡିକୁ ପିଟିଲା ଟ୍ରକ

ବୌଦ୍ଧ: ବୌଦ୍ଧ କମଳପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୋଲିସ ଗାଡିକୁ ପିଟିଲା ଟ୍ରକ । ଘଟଣାସ୍ଥଳରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ ମୃତକ 2ଜଣ ହେଲେ ଡ୍ରାଇଭର ପ୍ରଶାନ୍ତ ରଣା ଓ ବାଉଁଶୁଣୀ ଥାନାର ହୋମଗାର୍ଡ ଜଗନ୍ନାଥ ମେହେର ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-Gyanvapi Case: ଏକକାଳୀନ ଶୁଣାଣି ହେବ 7 ମାମଲା

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନାର ଏକ ଟିମ କଟକ ଜିଲ୍ଲାରେ ଏକ ରେସ୍କ୍ୟୁ ଅପରେସନ ସାରି ଆଜି ଫେରୁଥିଲେ । ଆଜି ସକାଳୁ ପୋଲିସ ଟିମ ବୋଲେରୋ ଯୋଗେ ଫେରୁଥିବା ବେଳେ ବାଉଁଶୁଣୀ ପହଞ୍ଚିବାକୁ ଆଉ ଅଳ୍ପ ସମୟ ବାକି ଥିଲା । ହେଲେ ବୌଦ୍ଧ ଜିଲ୍ଲା ତେଲିବନ୍ଧ ପଞ୍ଚାୟତର କମଳପୁର ଛକ ନିକଟରେ ଘଟିଥିଲା ସଡକ ଦୁର୍ଘଟଣା । ଉକ୍ତ ବୋଲେରୋକୁ ସମ୍ମୁଖରୁ ଆସୁଥିବା ଏକ ମାର୍ବଲ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଏନେଇ ଦୁର୍ଘଟଣାରେ ବୋଲେରୋ ଗାଡି ଘଟଣା ସ୍ଥଳରେ ଚୂରମାର ହୋଇଯାଇଥିବା ବେଳେ ବାଉଁଶୁଣୀ ଥାନାର ଜଣେ କାର୍ଯ୍ୟରତ ହୋମଗାର୍ଡ ଓ ବୋଲେରୋ ଗାଡିର ଜଣେ ବେସରକାରୀ ଡ୍ରାଇଭର ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଏହାଛଡା ବୋଲେରୋ ଗାଡିରେ ଥିବା ଅନ୍ୟ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ଘାରିଛି କି CBI-ED ଭୟ ? BJD ତୃତୀୟ ସାମ୍ମୁଖ୍ୟକୁ ଯିବାର ପ୍ରଶ୍ନ ଉଠୁନାହିଁ କହିଲେ ରାଜନୀତି ସମୀକ୍ଷକ

ଏହା ମଧ୍ୟ ପଢନ୍ତୁ- ନୀତିଶଙ୍କ ସ୍ଥିତି ସେୟା ହେବ, ଯାହା ଚନ୍ଦ୍ରବାବୁ ନାଇଡୁଙ୍କ ହୋଇଥିଲା: ପ୍ରଶାନ୍ତ କିଶୋର

ଗାଡିରେ ଥିବା ଏଏସ ଆଇ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିବା ବେଳେ ଜଣେ ହୋମଗାର୍ଡ ଓ ଅନ୍ୟଜଣେ ଏଏସଆଇ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ତେବେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ବୌଦ୍ଧ ଡାକ୍ତରଖାନାରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିଥିଲେ । ତେବେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଯୋଗୁଁ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସେହିପରି ଅନ୍ୟପଟେ ବୌଦ୍ଧର ବାମଣ୍ଡା ନିକଟରେ ଜାତୀୟ ରାଜପଥରେ ଏକ ଅଟୋକୁ ପଛରୁ ଏକ ଟ୍ରକ ଧକ୍କା ଦେବା ଫଳରେ 5ଜଣ ଆହତ ହୋଇଛନ୍ତି । ସେଥିରୁ 3 ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ଇଟିଭି ଭାରତ, ବୌଦ୍ଧ

Last Updated : May 24, 2023, 10:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.