ETV Bharat / state

ଶ୍ରୀଜଗନ୍ନାଥ ବନ ପ୍ରକଳ୍ପରେ ୮୦ ହଜାର ଗଛ ଲଗାଇବ ବୌଦ୍ଧ ଜିଲ୍ଲା ପ୍ରଶାସନ

author img

By

Published : Jul 16, 2022, 3:38 PM IST

ଶ୍ରୀକ୍ଷେତ୍ର ଘୋଷଯାତ୍ରାର ରଥ ପାଇଁ ଅଧିକ ରଥକାଠ ଯୋଗାଇବା ଲକ୍ଷ୍ୟରେ ଜିଲ୍ଲାର ବିଭିନ୍ନ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଓ ବିଭିନ୍ନ ସ୍ଥାନରେ କରାଯିବ ବନୀକରଣ । ଅଧିକ ପଢନ୍ତୁ

ଶ୍ରୀଜଗନ୍ନାଥ ବନ ପ୍ରକଳ୍ପରେ ସୃଷ୍ଟି ହେବ ରଥକାଠ ପାଇଁ ନୂଆ ସମ୍ଭାବନା

ବୌଦ୍ଧ: ଉନ୍ନୟନ ପାଇଁ ବଳି ପଡୁଛି ହଜାର ହଜାର ବୃକ୍ଷ । ଶ୍ରୀକ୍ଷେତ୍ର ଘୋଷଯାତ୍ରାର ରଥ ପାଇଁ ଅଧିକ ରଥକାଠ ଯୋଗାଇବା ଲକ୍ଷ୍ୟରେ ଜିଲ୍ଲାର ବିଭିନ୍ନ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଓ ବିଭିନ୍ନ ସ୍ଥାନରେ କରାଯିବ ବନୀକରଣ । ରାସ୍ତା ପ୍ରଶସ୍ତିକରଣ ଠାରୁ ନେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅନେକ ଗଛ କଟାଯାଉଥିବାରୁ ଏହାର ପ୍ରତିବଦଳରେ ଅଧିକ ସବୁଜିମା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି ଜିଲ୍ଲା ପ୍ରଶାସନ ଏବଂ ବନ ଅଧିକାରୀ ।

ଏହାଛଡା ବଡ ଠାକୁରଙ୍କ ରଥଯାତ୍ରାରେ ରଥ ପାଇଁ ଆବଶ୍ୟକ ପଡୁଥିବା ରଥକାଠ ଯୋଗାଇବା ଲକ୍ଷ୍ୟରେ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଗୁଡିକରେ ମଧ୍ୟ ଫାସୀ ଅସନ ଭଳି ବୃକ୍ଷ ରୋପଣ କାର୍ଯ୍ୟ ହାତକୁ ନିଆଯାଇଛି । ବୌଦ୍ଧ ଜିଲ୍ଲାରେ ବିଗତ କିଛି ବର୍ଷ ମଧ୍ୟରେ ଉନ୍ନୟନ ପାଇଁ ବହୁ ଗଛ କଟାଯାଇଥିବାରୁ ଏହାର ପ୍ରତିବଦଳରେ ପର୍ଯ୍ୟାପ୍ତ ବନୀକରଣ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି ।

ଏହାଛଡା ବୌଦ୍ଧ ଜିଲ୍ଲାର ମାଧପୁର, ମନମୁଣ୍ଡା ଓ ବୌଦ୍ଧ ବନାଞ୍ଚଳରୁ ଗତ ଚାରି ବର୍ଷ ହେଲା ଶ୍ରୀକ୍ଷେତ୍ର ଘୋଷଯାତ୍ରା ନିମନ୍ତେ ରଥକାଠ ପ୍ରେରଣ କରାଯାଉଛି । ଏହି ଧାରାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଶ୍ରୀଜଗନ୍ନାଥ ବନ ପ୍ରକଳ୍ପରେ 80ହଜାରରୁ ଅଧିକ ଫାସୀ, ଅସନ, ଧଉରା ଗଛ ଲଗାଯାଉଥିବା ନେଇ ସୂଚନା ରହିଛି । ଏହାସହ ଚଳିତ ବର୍ଷ ଜିଲ୍ଲାରେ କୋଡିଏ ଲକ୍ଷରୁ ଉର୍ଦ୍ଧ୍ବ ଚାରା ରୋପଣ କରି ମୃତ୍ତିକା ସଂରକ୍ଷଣ ଓ ପରିବେଶ ସନ୍ତୁଳନ ପାଇଁ ପ୍ରୟାସ କରାଯାଉଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.