ETV Bharat / state

ଶଗଡାରେ ନାହିଁ ସର୍ବନିମ୍ନ ସୁବିଧା, ଅସନ୍ତୋଷ ପର୍ଯ୍ୟଟକ

author img

By

Published : Feb 10, 2021, 3:13 PM IST

ଅତ୍ୟନ୍ତ ଶାନ୍ତ ସୌମ୍ୟ ମନୋରମ ପରିବେଶ ବର୍ଷ ତମାମ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ମାତ୍ର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶଗଡା ଅଞ୍ଚଳରେ ପର୍ଯ୍ୟଟକଙ୍କ ପାଇଁ ନାହିଁ ସର୍ବନିମ୍ନ ସୁବିଧା । ଅଧିକ ପଢନ୍ତୁ...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶଗଡା, ହୋଇପାରୁନି ବିକାଶ

ବୌଦ୍ଧ: କୁଳୁକୁଳୁ ନାଦ କରି ପଥୁରିଆ ଚଟାଣରେ ବୋହିଯାଉଛି ବାଘନଦୀ । ଅତ୍ୟନ୍ତ ଶାନ୍ତ ସୌମ୍ୟ ମନୋରମ ପରିବେଶ ବର୍ଷ ତମାମ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ମାତ୍ର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶଗଡା ଅଞ୍ଚଳରେ ପର୍ଯ୍ୟଟକଙ୍କ ପାଇଁ ନାହିଁ ସର୍ବନିମ୍ନ ସୁବିଧା । ଅଞ୍ଚଳବାସୀ ଏନେଇ ଦାବି କରିଥିବା ବେଳେ ପ୍ରଶାସନ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବୌଦ୍ଧ ଜିଲ୍ଲାର ଶଗଡା ପଞ୍ଚାୟତ ସଦର ମହକୁମା ନିକଟସ୍ଥ ବାଘ ବ୍ୟାରେଜ ଓ ଖଣ୍ଡିକନପା ଭଳି ସ୍ଥାନରେ ପ୍ରକୃତି ତାର ସବୁକିଛି ସୌନ୍ଦର୍ଯ୍ୟ ଢାଳି ଦେଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଏହି ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ଆସିଥାନ୍ତି । ପ୍ରକୃତି ସହିତ ଆଧ୍ୟାତ୍ମିକ ପରିବେଶ ଏହାକୁ ଆହୁରି ମନୋରମ ସ୍ଥାନ ଭାବରେ ପରିଚିତ କରିଛି। ତେବେ ବାଘ ବ୍ୟାରେଜ ଅତ୍ୟନ୍ତ ଦୁର୍ବଳ ହୋଇପଡିଥିବା ବେଳେ ଏହି ଦୁଇ ସ୍ଥାନକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କୌଣସି ପ୍ରକାର ସୁବିଧା ନାହିଁ ।

ଫଳରେ ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନାନା ସମସ୍ୟା ସୃଷ୍ଟି ହୋଇଥାଏ । ଜିଲ୍ଲା ପ୍ରଶାସନ ଏସବୁ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନର ବିକାଶ ପାଇଁ ଅକ୍ସି ଟୁରିଜିମର ପରିକଳ୍ପନା କରିଥିବା ବେଳେ ଏହି ସ୍ଥାନର ସର୍ବନିମ୍ନ ସୁବିଧା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.