ଦୁଇମନ୍ତ୍ରୀଙ୍କ ବୌଦ୍ଧ ଗସ୍ତ, ବୁଲିଲେ ପର୍ଯ୍ୟଟନ ସ୍ଥଳୀ - ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଙ୍କ ବୌଦ୍ଧ ଗସ୍ତ
ବୌଦ୍ଧ ଗସ୍ତ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ । ଅଧିକ ପଢନ୍ତୁ
ବୌଦ୍ଧ: ଜିଲ୍ଲା ଗସ୍ତ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ । ମଙ୍ଗଳବାର 2 ମନ୍ତ୍ରୀ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିଛନ୍ତି । ବୌଦ୍ଧର ବୁଢାରଜା ଭାବରେ ପରିଚିତ ଥିବା ଗୌତମ ବୁଦ୍ଧଙ୍କ ଆଶୀର୍ବାଦ ନେଇଥିଲେ ଦୁଇ ମନ୍ତ୍ରୀ । ପରେ ଉଭୟ ଜିଲ୍ଲା ସଂଗ୍ରହାଳୟରେ ପହଞ୍ଚି ଥିଲେ । ସଂଗ୍ରହାଳୟରେ ଥିବା ବିଭିନ୍ନ ଗ୍ୟାଲେରୀ ବୁଲି ଦେଖିଥିଲେ ।
ପର୍ଯ୍ୟଟନ ମନ୍ତ୍ରୀ ବୀରନରସିଂପୁର ନିକଟରେ ନିର୍ମାଣ ହୋଇଥିବା ପର୍ଯ୍ୟଟନ କେନ୍ଦ୍ରର ବିକାଶ କିଭଳି ହେବ ସେନେଇ ପ୍ରଶାସନିକ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଜିଲ୍ଲାରେ ପର୍ଯ୍ୟଟନ ସମ୍ପଦ ଭରପୁର ରହିଥିଲେ ମଧ୍ୟ ଜିଲ୍ଲାରେ ପର୍ଯ୍ୟଟନ କାର୍ଯ୍ୟାଳୟ କି ଅଧିକାରୀ ନ ଥିବାରୁ ବାରମ୍ବାର ଏନେଇ ଉଦବେଗ ପ୍ରକାଶ ପାଉଛି । ସେପଟେ ମନ୍ତ୍ରୀଙ୍କ ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଇଟିଭି ଭାରତ,ବୌଦ୍ଧ