ETV Bharat / state

ସିବିଏସଇ ମ୍ଯାଟ୍ରିକ ଫଳ ପ୍ରକାଶିତ, ବୌଦ୍ଧ କେଭି ଟପ୍ପର ମୌସୁମୀ - topper Mausumi

ସୋମବାର ପ୍ରକାଶ ପାଇଛି ସିବିଏସଇ ଦଶମ ପରୀକ୍ଷା ଫଳ । ୯୫.୬ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି କେ.ଭି ଛାତ୍ରୀ ମୌସୁମୀ ପ୍ରଧାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବୌଦ୍ଧ
author img

By

Published : May 6, 2019, 9:48 PM IST

Updated : May 7, 2019, 2:01 PM IST

ବୌଦ୍ଧ: ସୋମବାର ପ୍ରକାଶ ପାଇଛି ସିବିଏସଇର ଦଶମ ପରୀକ୍ଷା ଫଳ । ଶତ ପ୍ରତିଶତ ସଫଳ ହୋଇଛନ୍ତି ଜିଲ୍ଲାରେ ଥିବା ଏକମାତ୍ର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ । କେ. ଭି ଛାତ୍ରୀ ମୌସୁମୀ ପ୍ରଧାନ ସର୍ବାଧିକ ୯୫.୬ ପ୍ରତିଶତ ରଖି ପ୍ରଥମ ସ୍ଥାନରେ କୃତକାର୍ଯ୍ୟ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବୌଦ୍ଧ

କେନ୍ଦ୍ରୀୟ ବିଦ୍ୟାଳୟର ସମୁଦାୟ ୬୦ ଜଣ ପରୀକ୍ଷାର୍ଥୀ ଚଳିତ ବର୍ଷ ସିବିଏସସି ପରୀକ୍ଷା ଦେଇଥିବା ବେଲେ, ସେମାନଙ୍କ ମଧ୍ୟରୁ ୩୭ ଜଣ ଛାତ୍ର ଓ ୨୩ ଜଣ ଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଆଜି ପରୀକ୍ଷା ଫଳ ଘୋଷଣା ପରେ ଏହି ଖବର ସବୁଆଡେ ପ୍ରଚାରିତ ହୋଇଥିଲା । ବିଦ୍ଯାଳୟରେ ରେଜଲ୍ଟକୁ ନେଇ ଅବିଭାବକ ମହଲରେ ଆନନ୍ଦ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।

ସମସ୍ତ ବିଦ୍ଯାର୍ଥୀଙ୍କ ମଧ୍ୟରୁ ୧୮ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ରୁ ଅଧିକ ମାର୍କ ରଖି ବିଦ୍ୟାଳୟକୁ ଗୌରବ ଆଣିଦେଇଛନ୍ତି । ବିଦ୍ୟାଳୟର ୬୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଛାତ୍ରୀ ମୌସୁମୀ ପ୍ରଧାନ ସର୍ବାଧିକ ୯୫.୬ ପ୍ରତିଶତ ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି । ମୌସୁମୀଙ୍କ ପରୀକ୍ଷା ଫଳକୁ ନେଇ ତାଙ୍କ ପରିବାରରେ ଏକ ପ୍ରକାର ଖୁସିର ମାହୋଲ ସୃଷ୍ଟି କରିଛି ।

ବନ୍ଧାପଥର ଗ୍ରାମର ଶିକ୍ଷକ ଜୟନ୍ତ କୁମାର ପ୍ରଧାନ ଓ ମାତା ଲେଲିନ ପ୍ରଧାନଙ୍କ ଝିଅ ଅଟନ୍ତି ମୌସୁମୀ । ପ୍ରଥମ ସ୍ଥାନ ଅଧି୍କାର କରିବା ପଛରେ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ବାପା-ମାଙ୍କ ଆଶିର୍ବାଦର ହାତ ଥିବା ସେ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ସୋମବାର ଘୋଷଣା ହୋଇଛି ସିବିଏସସି ମ୍ୟାଟ୍ରିକ ଫଳାଫଳ ।ବୌଦ୍ଧ ଜିଲ୍ଲାର ଏକମାତ୍ର କେନ୍ଦ୍ରୀୟ ବିଦ୍ୟାଳୟର ଫଳାଫଳ ହୋଇଛି ଶତପ୍ରତିଶତ ସଫଳ ।ଆଜି ପରୀକ୍ଷା ଫଳ ଘୋଷଣା ପରେ ଏହି ଖବର ସବୁଆଡେ ପ୍ରଚାରିତ ହେବା ସହ ଅବିଭାବକ ମହଲରେ ଆନନ୍ଦ ପ୍ରକାଶ ପାଇଥିଲା ।

Body:ବୌଦ୍ଧ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ୬୦ ଜଣ ପରୀକ୍ଷାର୍ଥୀ ଚଳିତ ବର୍ଷର ସିବିଏସସି ପରୀକ୍ଷା ଦେଇଥିଲେ ।ତନ୍ମଧ୍ୟରୁ ୧୮ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ରୁ ଅଧିକ ମାର୍କ ରଖି ବିଦ୍ୟାଳୟକୁ ଗୌରବ ଆଣିଦେଇଛନ୍ତି । ବିଦ୍ୟାଳୟର ୬୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୩୭ ଜଣ ଛାତ୍ର ଓ ୨୩ ଜଣ ଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।କେ ଭି ଛାତ୍ରୀ ମୌସୁମୀ ପ୍ରଧାନ ସର୍ବାଧିକ ୯୫.୬ ପ୍ରତିଶତ ରଖି ପ୍ରଥମ ସ୍ଥାନରେ ରହିଛନ୍ତି ।ମୌସୁମୀ ବନ୍ଧାପଥର ଗ୍ରାମର ଶିକ୍ଷକ ଜୟନ୍ତ କୁମାର ପ୍ରଧାନ ଓ ମାତା ଲେଲିନ ପ୍ରଧାନ ଙ୍କ ଝିଅ ଅଟନ୍ତି ।

Conclusion:ବାଇଟ-୧-ମୌସୁମୀ ପ୍ରଧାନ, ଛାତ୍ରୀ, କେଭି,ବୌଦ୍ଧ
ବାଇଟ-୨-ସୁଜାତା ରଥ, ପ୍ରିନ୍ସପାଲ, କେଭି,ବୌଦ୍ଧ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
Last Updated : May 7, 2019, 2:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.