ବୌଦ୍ଧ: ଆକସ୍ମିକ ବିପର୍ଯ୍ୟୟର କଡ଼ା ମୁକାବିଲା ପାଇଁ ପ୍ରଶାସନର ମକଡ଼୍ରିଲ । ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ସମୟରେ ଭୟଭୀତ ନହୋଇ କିଭଳି ସମ୍ମୁଖୀନ କରିବାକୁ ହେବ ସେନେଇ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।
ବିଶେଷ ଭାବରେ ଅଗ୍ନି ନିର୍ବାପନର ବିଭିନ୍ନ ତରିକା ଓ ବୁଡି ଯାଉଥିବା ଲୋକକୁ ଉଦ୍ଧାର କରିବାର କୌଶଳ ବିଷୟରେ ପଚାରି ବୁଝିଥିଲେ ସାଧାରଣ ଲେକେ । ସେହିପରି ଅଗ୍ନିକାଣ୍ଡ ଘଟିଥିବା ସୁଉଚ୍ଚ କୋଠରୀ ମଧ୍ୟରୁ ଫସି ରହିଥିବା ଲୋକମାନଙ୍କୁ କିପରି ଉଦ୍ଧାର କରାଯାଏ ତାହାକୁ ପ୍ରତ୍ୟକ୍ଷ ଭାବେ ପଦର୍ଶନ କରିଥିଲେ ଅଗ୍ନିଶମ ବିଭାଗର କର୍ମଚାରୀ ।
ସ୍ଥାନୀୟ ଟାଉନହଲ ଠାରେ ଆୟୋଜିତ ଏହି ମକଡ଼୍ରିଲ କାର୍ଯ୍ୟକ୍ରମରେ ଅନେକ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ମୁଖ୍ୟ ଅତିଥି ରୂପେ ଏହି ଯୋଗ ଦେବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ