ବୌଦ୍ଧ: ବିଭିନ୍ନ ଜଙ୍ଗଲରେ ଚାଲିଥିବା ମାଂସାସୀ ବନ୍ୟଜନ୍ତୁଙ୍କ ଗଣନା ଶେଷ ହୋଇଛି । ଗଣନା ପରେ ବୌଦ୍ଧରେ କଲରାପତରିଆ ବାଘଙ୍କ ସହିତ ଅନ୍ୟାନ୍ୟ ମାଂସାସୀ ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଆକଳନ କରାଯାଇଛି, ଯାହା ବନ ବିଭାଗ ପାଇଁ ସଫଳତା କହିଲେ କିଛି ଭୁଲ୍ ହେବନି ।
ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବୌଦ୍ଧ, ପୁରୁଣାକଟକ ଓ ମାଧପୁର ବନାଞ୍ଚଳର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ମାଂଶାସୀ ବନ୍ୟପ୍ରାଣୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବା ସୂଚନା ମିଳିଛି । ଜିଲ୍ଲାରେ କଲରାପତରିଆ ବାଘ ସହିତ ହେଟାବାଘ, ଭାଲୁ ସମେତ ବିଭିନ୍ନ ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପଦ ଛାପକୁ ଭିତ୍ତି କରିବା ସହିତ ବିଭିନ୍ନ ଉପାୟ ଅବଲମ୍ବନ କରି ଗତ କୋଡିଏ ତାରିଖରୁ ବାଇଶ ତାରିଖ ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଜାରି ରହିଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ