ETV Bharat / state

ପୋଲିସ ଘରୁ କଳାକନା ବୁଲାଇଲେ ଚୋର, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା - ମାତିଛନ୍ତି ଚୋର, ଚିନ୍ତାରେ ପୋଲିସ

ପୋଲିସ ଘରେ ଚୋର ପଶି କଳାକନା ବୁଲାଇ ଦେଲେ । ଗୋଟିଏ ରାତିରେ ଦୁଇ ଦୁଇଟି ଘରେ ଏକାସାଙ୍ଗରେ ଚୋରି ପୋଲିସ ପାଇଁ ଚୋରମାନେ ଖୋଲା ଚ୍ୟାଲେଞ୍ଜ ଭଳି ସାଧାରଣ ରେ ଚର୍ଚ୍ଚା ହେଉଛି । ସେପଟେ ଆଜି ପୁଣି ରାଜା ନିଖୋଜ କୁନେଇ ବଣିଜ ସଂଘର ଦାବିପତ୍ର । ଅଧିକ ଖବର ପଢନ୍ତୁ...

ପୋଲିସ ଘରୁ କଳାକନା ବୁଲାଇଲେ ଚୋର, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

author img

By

Published : Oct 23, 2020, 7:51 AM IST

ବୌଦ୍ଧ:ଶାରଦୀୟ ପୂଜା ସମୟରେ ବଢିବାରେ ଲାଗିଛି ଅପରାଧିକ ମାମଲା । ଜୁଆ ଓ ଚୋରା ମଦ କାରବାର ସହିତ ଚୋରି ଡକାୟତି ମଧ୍ୟ ବୌଦ୍ଧ ଭଳି ଛୋଟ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ପୋଲିସ ଏନେଇ ସତର୍କ ରହିବା ସହ ପଦକ୍ଷେପ ମଧ୍ୟ ଗ୍ରହଣ କରୁଛି, କିନ୍ତୁ ଅପରାଧ ଥମିବାର ନା ନେଉନି ।

ଗତ ବୁଧବାର ରାତିରେ ବୌଦ୍ଧ ସହରର ରାଜନପାଲି ଠାରେ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ଉଭୟ ସ୍ବାମୀ ସ୍ତ୍ରୀ ଡ୍ୟୁଟି ଯୋଗୁଁ ଘରେ ନଥିବା ସୁରାକ ପାଇ ଦୁର୍ବୃତ୍ତ ମାନେ ଘର କବାଟ ଓ ଲୁହା ଗ୍ରିଲ ଭାଙ୍ଗି ଆଲମିରାରୁ ଲକ୍ଷ ଲକ୍ଷ ଟଙ୍କାର ସୁନାଗହଣା ଓ ଟଙ୍କା ଲୁଟି ନେଇଛନ୍ତି ।

ଏହି ଲୁଟ ପରେ ପୋଲିସ ଘରକୁ ଲାଗିଥିବା ଅନ୍ୟ ଜଣଙ୍କ ଘରେ ଚୋରମାନେ ରାତିରେ କବାଟ ଭାଙ୍ଗି ପଶି ସେଠାରୁ ମଧ୍ୟ ସୁନା ଓ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି ।

ସୂଚନା ପାଇ ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଜିଲ୍ଲାରେ ସାଇଣ୍ଟିଫିକ ଟିମ ନଥିବାରୁ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ଘଟିଛି ।ସେପଟେ ଆଜି ପୁଣି ଯୁବ ବ୍ୟବସାୟୀ ପ୍ରମୋଦ ପ୍ରସାଦଙ୍କ ନିଖୋଜର ତଦନ୍ତ ତ୍ବରାନ୍ବିତ କରିବା ପାଇଁ ବୌଦ୍ଧ ବଣିକ ସଂଘ ପକ୍ଷରୁ ଏକ ଦାବିପତ୍ର ବୌଦ୍ଧ ଜିଲ୍ଲାପାଳ ଓ ଏସପିଙ୍କୁ ପ୍ରଦାନ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.