ETV Bharat / state

ଶଗଡା ପଞ୍ଚାୟତକୁ ବାଟ ଭୁଲିଛି ସରକାରୀ ଯୋଜନା - boudh sagada panchayat deprived from govt scheme

ଉପାନ୍ତ ଅଞ୍ଚଳରେ ଆଜିବି ଅପହଞ୍ଚ ସରକାରୀ ଯୋଜନା । ପ୍ରଶାସନର ପାତର ଅନ୍ତର ନୀତି ଯୋଗୁଁ ଉପାନ୍ତ ଅଞ୍ଚଳବାସୀ ସରକାରଙ୍କ କଲ୍ୟାଣକାରୀ ଯୋଜନାରୁ ସୁଫଳ ପାଇପାରୁ ନାହାନ୍ତି । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶଗଡା ପଞ୍ଚାୟତର ଉପାନ୍ତ ତଥା ଉପେକ୍ଷିତ ଅଞ୍ଚଳ ହେଲା ଛ ଗୋଟି ଓ୍ବାର୍ଡ । ଅଧିକ ପଢନ୍ତୁ

ଶଗଡାରେ ପହଞ୍ଚି ପାରୁନି ସରକାରୀ ଯୋଜନା: ହନ୍ତସନ୍ତ ଲୋକେ

author img

By

Published : Apr 6, 2022, 10:28 AM IST

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଆଜିବି ଅପହଞ୍ଚ ସରକାରୀ ଯୋଜନା । ପ୍ରଶାସନର ପାତର ଅନ୍ତର ନୀତି ଯୋଗୁଁ ଉପାନ୍ତ ଅଞ୍ଚଳବାସୀ ସରକାରଙ୍କ କଲ୍ୟାଣକାରୀ ଯୋଜନାରୁ ସୁଫଳ ପାଇପାରୁ ନାହାନ୍ତି । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶଗଡା ପଞ୍ଚାୟତର ଉପାନ୍ତ ତଥା ଉପେକ୍ଷିତ ଅଞ୍ଚଳ ହେଲା ଛ ଗୋଟି ଓ୍ବାର୍ଡ ।

ଶଗଡାରେ ପହଞ୍ଚି ପାରୁନି ସରକାରୀ ଯୋଜନା: ହନ୍ତସନ୍ତ ଲୋକେ

ଶଗଡା ପଞ୍ଚାୟତର ମାଳତୀ ଗୋଛାପଡା,ବାତେପଙ୍ଗା,ସିଗାଡି, ବାରକୁଥୁଲି ଭଳି ଅପହଞ୍ଚ ଗାଁର ଅଧିବାସୀମାନେ ଚାଉଳ ଓ ଭତ୍ତା ପାଇଁ ଦୀର୍ଘ ବାଟ ଅତିକ୍ରମ କରି ଆସୁଥିବା ବେଳେ ଗତ ଦୁଇ ମାସ ହେଲା ସେମାନଙ୍କୁ ଭତ୍ତା କି ଚାଉଳ ମିଳୁନଥିବା ଅଭିଯୋଗ ହୋଇଛି । ତେବେ ପଞ୍ଚାୟତ ନିର୍ବାଚନକୁ ନେଇ ହିତାଧିକାରୀଙ୍କୁ ପଞ୍ଚାୟତ ପକ୍ଷରୁ ହଇରାଣ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ଏପରିକି ସେମାନଙ୍କୁ ଭୋଟ ନ ଦେବା କାରଣରୁ ଅଶାଳୀନ ମନ୍ତବ୍ୟ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ଶଗଡାର ନବ ନିର୍ବାଚିତ ଯୁବ ସମିତି ସଭ୍ୟ ବାରକୁଥୁଲି ଠାରେ ସ୍ବତନ୍ତ୍ର ଉପକେନ୍ଦ୍ର ମାଧ୍ୟମରେ ହିତାଧିକାରୀଙ୍କୁ ଚାଉଳ ଓ ଭତ୍ତା ପ୍ରଦାନ ପାଇଁ ଦାବି କରିଛନ୍ତି । ତେବେ ଏ ସମ୍ପର୍କରେ ଶଗଡା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଏହାକୁ ଅସ୍ବୀକାର କରିଥିଲେ । ଏହାସହ ସମସ୍ତ ହିତାଧିକାରୀଙ୍କୁ ଠିକ ସମୟରେ ଚାଉଳ ଓ ଭତ୍ତା ପ୍ରଦାନ କରାଯାଉଥିବା ସୂଚନା ଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.