ETV Bharat / state

କେରଳ ଫେରନ୍ତା ଦାଦନଙ୍କୁ ଗାଁରେ ପୁରାଇଲେନି ଗ୍ରାମବାସୀ

author img

By

Published : Mar 20, 2020, 10:50 PM IST

Updated : Mar 20, 2020, 10:57 PM IST

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଆଢେଣୀଗଡ ପଞ୍ଚାୟତ ସଦର ମହକୁମା ନିକଟସ୍ଥ ସୁତାଗଣ୍ଡା ଗାଁରେ କୋରୋନା ଭୟ । କେରଳ ଫେରନ୍ତା 7 ଦାଦନ ଶ୍ରମିକଙ୍କୁ କୋରୋନାକୁ ଭୟ କରି ଗାଁ ଲୋକେ ପ୍ରବେଶ କରିବାକୁ ଦେଇନାହାନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କେରଳ ଫେରନ୍ତା ଦାଦନ ଶ୍ରମିକଙ୍କୁ ଗାଁରେ ପୁରାଇ ଦେଲେନି ଗ୍ରାମବାସୀ

ବୌଦ୍ଧ: କୋରୋନା ଭୂତାଣୁ ଭୟ ଏବେ ଦାଦନ ଶ୍ରମିକଙ୍କ ପାଇଁ ଦୁଃଖ ବଢାଇଛି । କେରଳ ଫେରନ୍ତା ଦାଦନଙ୍କୁ ଗାଁରେ ପ୍ରବେଶ କରିବାକୁ ଦେଇନାହାନ୍ତି ଗ୍ରାମବାସୀ । ଶେଷରେ ପ୍ରଶାସନ ପକ୍ଷରୁ ଉକ୍ତ 7 ଜଣ ଦାଦନଙ୍କୁ ଗାଁ ନିକଟସ୍ଥ ବିଦ୍ୟାଳୟରେ ରଖାଯାଇଛି ।

ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଆଢେଣୀଗଡ ପଞ୍ଚାୟତ ସଦର ମହକୁମା ନିକଟସ୍ଥ ସୁତାଗଣ୍ଡା ଗାଁରେ ଘଟିଛି ଏଭଳି ଘଟଣା । ଗାଁର 7ଜଣ ଦାଦନ ଶ୍ରମିକ ଶୁକ୍ରବାର କେରଳରୁ ଫେରି ସୁତାଗଣ୍ଡାରେ ପହଞ୍ଚିଥିଲେ । କିନ୍ତୁ ଗାଁରେ କୋରୋନା ଭୟ ଏତେ ମାତ୍ରାରେ ବଢିଯାଇଛି ଯେ ଉକ୍ତ 7ଜଣ ଦାଦନଙ୍କୁ ବାସନ୍ଦ କରିଛନ୍ତି । ଖବର ମିଳିବା ପରେ ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସମବାୟ ସମିତିର ସମ୍ପାଦକଙ୍କୁ ଉକ୍ତ 7ଜଣଙ୍କୁ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

କେରଳ ଫେରନ୍ତା ଦାଦନଙ୍କୁ ଗାଁରେ ପୁରାଇଲେନି ଗ୍ରାମବାସୀ

ଉକ୍ତ 7ଜଣ ଦାଦନଙ୍କୁ ଗାଁ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟରେ ବର୍ତ୍ତମାନ ରଖାଯାଇ ତାଙ୍କ ଖାଦ୍ୟ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି । ଜିଲ୍ଲାପାଳ ଏସମ୍ପର୍କରେ ହରଭଙ୍ଗା ବିଡିଓ ବବିତା ଦଳବେହେରା, ଶ୍ରମ ଅଧିକାରୀ ନରେନ୍ଦ୍ର ରାଇକା ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ସେପଟେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏଥିପାଇଁ ଅନ୍ଧବିଶ୍ୱାସୀ ନହୋଇ ସତର୍କ ରହିବାକୁ ଆହ୍ବାନ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Mar 20, 2020, 10:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.