ETV Bharat / state

ଗଛକଟାକୁ ନେଇ ଜଙ୍ଗଲ ଓ ବିଦ୍ୟୁତ ବିଭାଗ ମୁହାଁମୁହିଁ - BOUDH NEWS

ଗଛକଟାକୁ ନେଇ ଦୁଇ ବିଭାଗ ମୁହାଁମୁହିଁ । ବନଖଣ୍ଡ ବିଭାଗ ଏ ସମ୍ପର୍କରେ ବିଦ୍ୟୁତ ବିଭାଗକୁ ନୋଟିସ ଜାରି କରିଥିବା ବେଳେ ବିଦ୍ୟୁତ ବିଭାଗ ଏହାର ଜବାବ ଦେଇ ଓଲଟା ଜଙ୍ଗଲ ବିଭାଗର କାର୍ଯ୍ୟ ଶୈଳୀକୁ ନେଇ ପ୍ରଶ୍ନ ଉଠାଇଛି ।

The two government departments are at loggerheads over the tree
ଗଛକଟାକୁ ନେଇ ଜଙ୍ଗଲ ଓ ବିଦ୍ୟୁତ ବିଭାଗ ମୁହାଁମୁହିଁ
author img

By

Published : Jun 3, 2020, 1:09 AM IST

ବୌଦ୍ଧ: ଗଛକଟାକୁ ନେଇ ଦୁଇ ସରକାରୀ ବିଭାଗ ମୁହାଁମୁହିଁ । ଉଭୟ ନିଜକୁ ଠିକ ବୋଲି ଦର୍ଶାଇ ନିଜ ନିଜ ଜିଦରେ ଅଡି ରହିଥିବା ବେଳେ ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଗଛକଟାକୁ ନେଇ ଜଙ୍ଗଲ ଓ ବିଦ୍ୟୁତ ବିଭାଗ ମୁହାଁମୁହିଁ

ସୂଚନାମୁତାବକ ବୌଦ୍ଧ ଜିଲ୍ଲା ମାଧପୁର ବନାଞ୍ଚଳ ଅନ୍ତର୍ଗତ ସାତଖଣ୍ଡ ଗ୍ରାମକୁ ପୂର୍ବରୁ ହୋଇଥିବା ବିଦ୍ୟୁତ ସଂଯୋଗର କେବୁଲ ନବୀକରଣ କାର୍ଯ୍ୟ ଶକ୍ତି ବିଭାଗର ଚିଠି ଅନୁଯାୟୀ ଟାଟା କମ୍ପାନୀକୁ ଦିଆଯାଇଛି । କିନ୍ତୁ ଏହି ସମୟରେ ସାତଖଣ୍ଡକୁ ସଂଯୋଗ କରୁଥିବା ଜଙ୍ଗଲ ଅଞ୍ଚଳରୁ 237 ଖଣ୍ଡ ମୂଲ୍ୟବାନ ଗଛକୁ କାଟି ଦିଆଯାଇଛି । ଏହି ଗଛକଟା ବିଦ୍ୟୁତ ବିଭାଗର ନିର୍ଦ୍ଦେଶରେ ହୋଇଥିବା ଅଭିଯୋଗ କରି ଜଙ୍ଗଲ ବିଭାଗ କଡା ଆଭିମୁଖ୍ୟ ସ୍ବରୂପ ବିଦ୍ୟୁତ ବିଭାଗକୁ ନୋଟିସ ଜାରି କରିଛି । ସେପଟେ ଜଙ୍ଗଲ ବିଭାଗର ଭୂମିକାକୁ ନେଇ ଓଲଟା ପ୍ରଶ୍ନ ଉଠାଇଛନ୍ତି ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ।

The two government departments are at loggerheads over the tree
ଗଛକଟାକୁ ନେଇ ଜଙ୍ଗଲ ଓ ବିଦ୍ୟୁତ ବିଭାଗ ମୁହାଁମୁହିଁ

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.