ETV Bharat / state

ଗରିବ-ମଧ୍ୟବିତ୍ତ ପରିବାରକୁ ସହାୟତା ଯୋଗାଇଦେବାକୁ ଶ୍ରମିକ ସଙ୍ଗଠନର ଦାବି - ଲକଡାଉନ

ଲକଡାଉନ ସମୟରେ ପ୍ରଭାବିତ ଗରିବ ଓ ମଧ୍ୟବିତ୍ତ ପରିବାରଗୁଡିକୁ ସରକାରୀ ଯୋଜନାରେ ସାମିଲ କରିବାକୁ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ହୋଇଛି ଦାବି । ଶ୍ରମିକ ସଙ୍ଗଠନ ପକ୍ଷରୁ ଶୁକ୍ରବାର ସର୍ବଭାରତୀୟ ପ୍ରତିବାଦ ଦିବସ ପାଳନ କରାଯାଇଛି । ଅଧିକ ପଢନ୍ତୁ...

ଗରିବ-ମଧ୍ୟବିତ୍ତ ପରିବାରକୁ ସହାୟତା ଯୋଗାଇଦେବାକୁ ଶ୍ରମିକ ସଙ୍ଗଠନର ଦାବି

author img

By

Published : May 22, 2020, 1:26 PM IST

ବୌଦ୍ଧ: ଲକଡାଉନ ସମୟରେ ଗରିବ ଖଟିଖିଆଙ୍କ ସହିତ ମଧ୍ୟବିତ୍ତ ପରିବାରଗୁଡିକ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛନ୍ତି । ବିଭିନ୍ନ ଏମାନଙ୍କୁ ସରକାରୀ ଯୋଜନାରେ ସାମିଲ କରିବାକୁ ଦାବି ହୋଇଛି ।

ଗରିବ-ମଧ୍ୟବିତ୍ତ ପରିବାରକୁ ସହାୟତା ଯୋଗାଇଦେବାକୁ ଶ୍ରମିକ ସଙ୍ଗଠନର ଦାବି

ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଶୁକ୍ରବାର ସର୍ବଭାରତୀୟ ପ୍ରତିବାଦ ଦିବସ ପାଳନ କରାଯାଇଛି । ବୌଦ୍ଧ ଜିଲ୍ଲାରେ ମଧ୍ୟ ବିଭିନ୍ନ ଶ୍ରମିକ ସଙ୍ଗଠନର କର୍ମକର୍ତ୍ତାମାନେ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲକଡାଉନ ସମୟରେ ପ୍ରଭାବିତ ହୋଇଥିବା ଗରିବ ତଥା ମଧ୍ୟବିତ୍ତ ପରିବାରଙ୍କୁ ସରକାର ବିଭିନ୍ନ ଯୋଜନାରେ ସାମିଲ କରନ୍ତୁ ବୋଲି ଦାବି ହୋଇଛି ।

ରାସନ ସାମଗ୍ରୀ ପ୍ରଦାନରେ ମଧ୍ୟ ସମସ୍ତଙ୍କୁ ସାମିଲ କରାଯିବାକୁ ଦାବି ଜଣାଇଛନ୍ତି ଶ୍ରମିକ ସଙ୍ଗଠନ । ଏହି ଅବସରରେ ବୌଦ୍ଧ ବଜାର ଓ ଡାକ୍ତରଖାନା ଅଞ୍ଚଳରେ ଶହଶହ ଲୋକଙ୍କୁ ମାସ୍କ ବଣ୍ଟନ ସହ ଘରେ ରହିବାକୁ ଅନୁରୋଧ କରାଯାଇଥିଲା ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.