ETV Bharat / state

କାହିଁ କେଉଁ କାଳରୁ ମହାନଦୀ ଗର୍ଭରେ ଲକଡାଉନ ଜୀବନ ଜିଉଁଛନ୍ତି ମର୍ଜାକୁଦବାସୀ - Lockdown forever in Island

ବୌଦ୍ଧ ପୌରାଞ୍ଚଳର ଅଧିନରେ ଥିବା ମର୍ଜାକୁଦ ଗ୍ରାମବାସୀ କାହିଁ କେଉଁ କାଳରୁ ଦ୍ବୀପରେ ଲକଡାଉନ ଜୀବନ କାଟୁଛନ୍ତି । ସରକାରୀ ଲକଡାଉନ ଯୋଗୁଁ ଏବେ ଡଙ୍ଗାରେ ଆସି ସରକାରୀ ପିଡିଏସ ସାମଗ୍ରୀ ନେଇଛନ୍ତି ଏହି ଦ୍ବୀପବାସୀ । ଅଧିକ ପଢନ୍ତୁ...

The people of Marjakud have been living in Lockdown forever in Island
ମହାନଦୀ ଗର୍ଭରେ ଚିରକାଳରୁ ଲକଡାଉନରେ ମର୍ଜାକୁଦବାସୀ
author img

By

Published : May 7, 2020, 7:14 PM IST

ବୌଦ୍ଧ: ମହାନଦୀ ଗର୍ଭରେ ମର୍ଜାକୁଦ ଗାଁ । କାହିଁ କେଉଁ କାଳରୁ ଏମାନେ ଏହି ଦ୍ବୀପରେ ଲକଡାଉନ ଜୀବନ କାଟୁଛନ୍ତି । ଏହା ହେଉଛି ବୌଦ୍ଧ ପୌରାଞ୍ଚଳର ଅଧିନରେ ଥିବା 13 ଓ 14 ନମ୍ବର ଦୁଇଟି ଓ୍ବାର୍ଡ । ଏଠାକାର ଅଧିବାସୀଙ୍କ ଯାତାୟାତର ମାଧ୍ୟମ ସାଜିଛି ମହାନଦୀର ହୁଲି ଡଙ୍ଗା । ଦୈନନ୍ଦିନ କାର୍ଯ୍ୟ ନିମନ୍ତେ ଦ୍ବୀପବାସୀ ଡଙ୍ଗାରେ ଆସି ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ କରିଥାନ୍ତି । ସରକାର ପକ୍ଷରୁ ଏହି ମର୍ଜାକୁଦ ଦ୍ବୀପକୁ ସଂଯୋଗ ନିମନ୍ତେ ଏକ ସେତୁ କାର୍ଯ୍ୟ ଆରମ୍ଭ ହୋଇଛି । କିନ୍ତୁ ସଦାକାଳରୁ ଲକଡାଉନ ଜୀବନ ବିତାଉଥିବା ଏହି ଦ୍ବୀପବାସୀ ଏବେ ସରକାରୀ ଲକଡାଉନ ଯୋଗୁଁ ସରକାରଙ୍କ ପିଡିଏସ ସାମଗ୍ରୀ ପାଇଁ ବହୁତ ହଇରାଣ ହରକତ ହେଉଚନ୍ତି ।

ମହାନଦୀ ଗର୍ଭରେ ଚିରକାଳରୁ ଲକଡାଉନରେ ମର୍ଜାକୁଦବାସୀ

ଡଙ୍ଗାରେ ବୌଦ୍ଧ ସହରର ପୋଡାପୋଡାକୁ ଆସି ଡିଲର ଠାରୁ ଖାଦ୍ୟ ସାମଗ୍ରୀ ନେଇ ପୁଣି ଡଙ୍ଗାରେ ଫେରନ୍ତି ନିଜ ଘରକୁ । ଲକଡାଉନ ଏମାନଙ୍କ ପାଇଁ ସମସ୍ୟା ନଥିଲେ ମଧ୍ୟ ଗତ ଦୁଇ ଦିନ ତଳେ ନିଜ ଗାଁର ଜଣେ ଯୁବକ ଗୁଜୁରାଟରୁ ଫେରି ବୌଦ୍ଧ ସ୍ଥିତ କ୍ବାରେଣ୍ଟାଇନରେ ଥିବାରୁ ଗାଁ ଲୋକେ କିଛି ମାତ୍ରାରେ ଆତଙ୍କିତ ଅଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.