ETV Bharat / state

ଆଦିବାସୀ ତାଲିକାରୁ ବାଦ ପଡିଛନ୍ତି କନ୍ଧ, ପ୍ରଶାସନର ନାହିଁ ନଜର

ଆଦିବାସୀଙ୍କ କଲ୍ୟାଣ ପାଇଁ ଅନେକ କିଛି ଯୋଜନା କରୁଛନ୍ତି ସରକାର । କିନ୍ତୁ ବୌଦ୍ଧ ଜିଲ୍ଲା ଆମ୍ବଝରୀ ପଞ୍ଚାୟତରେ ଥିବା କନ୍ଧ ସଂପ୍ରଦାୟର ଆଦିମ ଜନଜାତି ସେ ସବୁ ସୁବିଧାରୁ ବଞ୍ଚିତ ହୋଇଛନ୍ତି । କାରଣ ଆଦିବାସୀ ତାଲିକାରୁ ଏବେ ବାଦ ପଡିଛନ୍ତି ଏହି ଆଦିବାସୀ ସମ୍ପ୍ରଦାୟ ।

author img

By

Published : Aug 17, 2019, 12:39 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଜିଲ୍ଲାର ଏକ ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ହେଉଛି ଆମ୍ବଝରୀ । ଏଠାକାର ସମୁଦାୟ ଜନସଂଖ୍ୟାର ଅର୍ଦ୍ଧାଧିକ ହେଉଛନ୍ତି କନ୍ଧ ସଂପ୍ରଦାୟର ଆଦିମ ଜନଜାତି । ଅତ୍ୟନ୍ତ ସ୍ବାଧୀନ ଚେତା ଏହି ଦୁର୍ଦ୍ଦଶ ଜାତି ଏକଦା ଇଷ୍ଟ ଇଣ୍ଡିଆ କମ୍ପାନୀର ସୈନ୍ୟ ବାହିନୀକୁ ନାକେଦମ କରିଦେଇଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଏହି ଆଦିମ ଜନଜାତି ଉକ୍ତ ଆମ୍ବଝରୀ ପଞ୍ଚାୟତରେ ଆଦିବାସୀ ତାଲିକାରୁ ବାଦ ପଡିଯାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଘଟଣାଟି ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ୍ୟ । କୌଣସି କାରଣବଶତଃ ଏହି କନ୍ଧ ଜନଜାତି ଆଦିବାସୀ ତାଲିକାରୁ ବାଦ ପଡିବା ଯୋଗୁଁ ଏମାନେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରୁ ଲାଭ ପାଇପାରୁ ନାହାଁନ୍ତି । ପଞ୍ଚାୟତ ପ୍ରତିନିଧିମାନେ ମଧ୍ୟ ଏସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ଅବଗତ କରାଇଛନ୍ତି । କିନ୍ତୁ ଏଯାବତ ସେମାନଙ୍କୁ କୌଣସି ସୁଫଳ ମିଳିପାରିନଥିବା ଜଣାପଡିଛି । ତୁରନ୍ତ ଏହି ଆଦିମ କନ୍ଧ ଜନଜାତିକୁ ସେମାନଙ୍କ ହକ ପ୍ରଦାନ କରାଯିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାର ଏକ ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଆମ୍ବଝରୀ ।ଏଠାକାର ସମୁଦାୟ ଜନସଂଖ୍ୟାର ଅର୍ଦ୍ଧାଧିକ ହେଉଛନ୍ତି କନ୍ଧ ସଂପ୍ରଦାୟର ଆଦୀମ ଜନଜାତି ।ଅତ୍ୟନ୍ତ ସ୍ବାଧିନ ଚେତା ଏହି ଦୁର୍ଦ୍ଦଶ ଜାତି ଏକଦା ଈଷ୍ଟ ଇଣ୍ଡିଆ କମ୍ପାନୀର ସୈନ୍ୟ ବାହିନୀକୁ ନାକେଦମ କରିଦେଇଥିଲେ ।କିନ୍ତୁ ବର୍ତ୍ତମାନ ସମୟରେ ଏହି ଆଦିମ ଜନଜାତି ଉକ୍ତ ଆମ୍ବଝରୀ ପଞ୍ଚାୟତରେ ଆଦିବାସୀ ତାଲିକାରୁ ବାଦ ପଡି ଯାଇଛନ୍ତି ।ଘଟଣାଟି ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ୍ୟ ।କୌଣସି କାରଣ ବଶତଃ ଏହି କନ୍ଧ ଜନଜାତି ଆଦିବାସୀ ତାଲିକାରୁ ବାଦ ପଡିବା ଯୋଗୁଁ ଏମାନେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରୁ ଫାଇଦା ପାଇପାରୁ ନାହାନ୍ତି ।ପଞ୍ଚାୟତ ପ୍ରତିନିଧି ମାନେ ମଧ୍ୟ ଏସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ଅବଗତ କରାଇଛନ୍ତି ।କିନ୍ତୁ ଏଯାବତ କୌଣସି ସୁଫଳ ସେମାନଙ୍କୁ ମିଳିପାରିନାହିଁ ।ତୁରନ୍ତ ଏହି ଆଦିମ କନ୍ଧ ଜନଜାତି କୁ ସେମାନଙ୍କ ହକ ପ୍ରଦାନ କରାଯିବାକୁ ସାଧାରଣରେ ଦାବୀ ହୋଇଛି ।

Body:ଆମ୍ବଝରୀ ପଞ୍ଚାୟତରେ ଆଦିବାସୀ ତାଲିକାରୁ ବାଦ ପଡିଛନ୍ତି ଆଦିମ ଜନଜାତି କନ୍ଧ ସଂପ୍ରଦାୟ ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.