ETV Bharat / state

ମୁର୍ମୂଷୁ ଅବସ୍ଥାରେ ପଡିଛନ୍ତି ଯୁବକ, ଆଡଆଖିରେ ଚାହୁଁ ନାହାନ୍ତି ସରକାରୀ ବାବୁ - boudha latest news

ଦୁଇଟି ଅସହାୟତାର ଚିତ୍ର ଗୋଟିଏ ବ୍ଲକ କାର୍ଯ୍ୟାଳୟ ନିକଟରେ ଓ ଅନ୍ୟଟି ଉପାନ୍ତ ଜଙ୍ଗଲ ଅଞ୍ଚଳରେ ଦେଖିବାକୁ ମିଳିଛି ।

ମୁର୍ମୂଷୁ ଅବସ୍ଥାରେ ପଡିଛନ୍ତି ଯୁବକ, ଆଡେଇ ଚାହୁଁ ନାହାନ୍ତି ସରକାରୀ ବାବୁ

author img

By

Published : Aug 21, 2020, 1:19 PM IST

ବୌଦ୍ଧ: ଆମ ସରକାରୀ ବଡବାବୁଙ୍କ ମାନସିକତା କିଭଳି ଏଥିରୁ ସ୍ପଷ୍ଟ ଜଣାପଡିବ ଯେ ଜଣେ ଅସହାୟ ଅସୁସ୍ଥ ଯୁବକ ଦୀର୍ଘ ଦିନ ହେଲା ବ୍ଲକ କାର୍ଯ୍ୟାଳୟ ରାସ୍ତାର ପଞ୍ଚାୟତ ଦୋକାନ ଗୃହ ବରଣ୍ଡାରେ ପଡି ରହିଛନ୍ତି । ତଥାପି କୌଣସି ସରକାରୀ ବାବୁ ମୁହଁ ବୁଲାଇ ଦେଖୁ ନାହାନ୍ତି । ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର କେଇମିଟର ଦୂର ତଥା ମୁର୍ଷୃଣ୍ଢି ପଞ୍ଚାୟତର ପରିତ୍ୟକ୍ତ ଦୋକାନ ଗୃହ ବରଣ୍ଡାରେ ଦୀର୍ଘ ଦିନ ଧରି ଜଣେ ଅସୁସ୍ଥ ଅସହାୟ ଯୁବକ ମୁର୍ମୂଷୁ ଅବସ୍ଥାରେ ପଡିଛନ୍ତି । କିନ୍ତୁ ଏହି ମୁଖ୍ୟ ରାସ୍ତା ଦେଇ ପ୍ରତ୍ୟେକ ସମୟରେ ବଡବଡ ସରକାରୀ ଅଧିକାରୀ ମାନେ ଯାତାୟାତ କରୁଥିଲେ ମଧ୍ୟ ଏହି ଅସହାୟ ଯୁବକଙ୍କୁ ଦେଖିବାକୁ ସତେ ଯେପରି ସମୟ ନାହିଁ ।

ମୁର୍ମୂଷୁ ଅବସ୍ଥାରେ ପଡିଛନ୍ତି ଯୁବକ, ଆଡେଇ ଚାହୁଁ ନାହାନ୍ତି ସରକାରୀ ବାବୁ

ସେପଟେ ଉପାନ୍ତ ଆମ୍ବଝରୀ ପଞ୍ଚାୟତର ଧାନବଳସ ଗାଁରେ ଜଣେ ଅସହାୟ ମହିଳା କଷ୍ଟ ପାଉଥିବା ଖବର ପାଇ ଜଣେ ସ୍ବେଚ୍ଛାସେବୀ ତାଙ୍କୁ ଉଦ୍ଧାର କରିଛନ୍ତି । ପ୍ରଥମେ ଡାକ୍ତରଖାନାରେ ଚିକିତ୍ସା ପରେ ବୌଦ୍ଧ ସ୍ଥିତ ରାତ୍ରି ଆଶ୍ରୟ ସ୍ଥଳୀରେ ପହଞ୍ଚାଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.