ବୌଦ୍ଧ: ଗୋଟିଏ ପରେ ଗୋଟିଏ ସମସ୍ୟାରେ ଛନ୍ଦି ହେଉଛି ବିଦ୍ୟୁତ ବିଭାଗ । ସାଉଥକୋ ବିଦ୍ୟୁତ ଯୋଗାଣ ସଂସ୍ଥା ଠାରୁ ଟାଟା ପାଓ୍ବାରକୁ ଦାୟିତ୍ୱ ହସ୍ତାନ୍ତର ପରେ କେତେକ ସଂସ୍କାର ଆଣିବାକୁ ବିଭାଗ ଚେଷ୍ଟା କରିଥିଲା । ତେବେ ବୌଦ୍ଧ ବିଦ୍ୟୁତ ଡିଭିଜନ ଅଧିନରେ ଆଜି ମଧ୍ୟ ଅନେକ ଗ୍ରାମ ରହିଛି, ଯେଉଁ ସ୍ଥାନକୁ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ ।
ବୌଦ୍ଧ ଜିଲ୍ଲାର ଶଗଡା, ଗୁନ୍ଦୁଳିଆ, ଲମ୍ବସରୀ, ଆମ୍ବଝରୀ, ମହାଲିକପଡା, ତଳଗାଁ, ନାରାୟଣପ୍ରସାଦ ଭଳି ଉପାନ୍ତ ପଞ୍ଚାୟତର କେତେକ ଗାଁକୁ ସୌଭାଗ୍ୟ ଯୋଜନା ପହଞ୍ଚି ପାରିନାହିଁ । ଏପରିକି ସିମିଳିପଦର ପଞ୍ଚାୟତ ଗବଯୋର ଭଳି ଅନେକ ଗ୍ରାମର ବହୁ ପରିବାରୁ ଆବେଦନର ଦୀର୍ଘ ଦିନ ପରେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇପାରୁ ନାହିଁ ।
ସେପଟେ ସୌଭାଗ୍ୟ ଯୋଜନାରେ ମିଟର ଓ ତାର ଦିଆଯାଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇନଥିବା ସତ୍ତ୍ୱେ ଶଗଡା ପଞ୍ଚାୟତ ଝୁଗୁଡୁଗାଡିଆ ଗ୍ରାମର ଗରିବ ପରିବାର ନିକଟକୁ ଲମ୍ବା ବିଦ୍ୟୁତ ବିଲ ଆସିଛି । ଏହି ଘଟଣା ଏକ ଉଦାହରଣ ମାତ୍ର ହୋଇଥିବାବେଳେ ଏଭଳି ଶହଶହ ଅଭିଯୋଗ ରହିଛି । ସେପଟେ ବିଦ୍ୟୁତ କାର୍ଯ୍ୟକୁ ଅଧିକ ସକ୍ରିୟ କରିବାକୁ ଟାଟା ପକ୍ଷରୁ ଆଉଟସୋର୍ସିଂ ମାଧ୍ୟମରେ କର୍ମଚାରୀ ନିଯୁକ୍ତି ହୋଇଛନ୍ତି ।
କିନ୍ତୁ, ମାତ୍ର କୋଡିଏ ଦିନ ମଧ୍ୟରେ ବିଦ୍ୟୁତ ଖମ୍ବରୁ ଦୁଇ ଦୁଇଟି ଦୁର୍ଘଟଣାରେ ବିଦ୍ୟୁତ କର୍ମଚାରୀ ଆହତ ହେବା ଘଟଣା ସେମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲାର ବିଦ୍ୟୁତ ସମସ୍ୟା ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ