ETV Bharat / state

କୋରୋନା କାଳରେ ବେସାହାରା ଛଟେଇ କମ୍ପ୍ୟୁଟର ଶିକ୍ଷକ, ପୁନଃନିଯୁକ୍ତି ଦାବିରେ ବିକ୍ଷୋଭ - ବୌଦ୍ଧରେ ଛଟେଇ କମ୍ପ୍ୟୁଟର ଶିକ୍ଷକ ସମସ୍ୟା

ବୌଦ୍ଧରେ କମ୍ପ୍ୟୁଟର ଶିକ୍ଷକଙ୍କ ବିକ୍ଷୋଭ । କୋରୋନା କାଳରେ ପୁନଃନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ଶିକ୍ଷା ବିଭାଗକୁ ଦାବିପତ୍ର । ଅଧିକ ପଢନ୍ତୁ...

କୋରୋନା କାଳରେ ବେସାହାରା ଛଟେଇ କମ୍ପୁଟର ଶିକ୍ଷକ ,ପୁନଃ ନିଯୁକ୍ତି ଦାବିରେ ବିକ୍ଷୋଭ

author img

By

Published : Jul 5, 2021, 7:09 PM IST

ବୌଦ୍ଧ : ଦୁର୍ଦ୍ଦିନରେ ଛଟେଇ ହୋଇଥିବା କମ୍ପ୍ୟୁଟର ଶିକ୍ଷକ । ଦୀର୍ଘ 5ବର୍ଷ କାର୍ଯ୍ୟ କରିବା ପରେ ସେମାନଙ୍କୁ ଛଟେଇ କରାଯାଇଥିବାରୁ ସେମାନଙ୍କ ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡିଛି । ତେଣୁ କୋଭିଡ କାଳରେ ସେମାନେ କଣ କରିବେ ବୋଲି ସରକାରକୁ ପ୍ରଶ୍ନ କରିବା ସହ ପୁନଃନିଯୁକ୍ତି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।

କୋରୋନା କାଳରେ ବେସାହାରା ଛଟେଇ କମ୍ପୁଟର ଶିକ୍ଷକ ,ପୁନଃନିଯୁକ୍ତି ଦାବିରେ ବିକ୍ଷୋଭ

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାର ବିଭିନ୍ନ ହାଇସ୍କୁଲରେ ଗତ 2014 ମସିହାରେ 28 ଜଣ ଶିକ୍ଷକ ଶିକ୍ଷୟିତ୍ରୀ କମ୍ପ୍ୟୁଟର ଶିକ୍ଷାଦାନ ପାଇଁ ନିଯୁକ୍ତି ପାଇଥିଲେ । ତେବେ ଗତ 2019 ମସିହାରେ ଏମାନଙ୍କୁ ଚାକିରୀରୁ ଛଟେଇ କରି ଦିଆଯାଇଥିଲା । ବର୍ତ୍ତମାନ ଲକଡାଉନ ସମୟରେ ଏସବୁ ଶିକ୍ଷକଙ୍କ ପରିବାର ଚଳାଇବା କଷ୍ଟକର ହୋଇପଡିଛି । ସାରା ରାଜ୍ୟରେ ଏଭଳି ପ୍ରାୟ 4 ହଜାର ଶିକ୍ଷକ ଛଟେଇ ହୋଇଥିବାବେଳେ ମାମଲା ମଧ୍ୟ କୋର୍ଟରେ ପହଞ୍ଚିଛି ।

ଘଟଣାର ବିଚାର କରି 3ମାସ ମଧ୍ୟରେ ଏମାନଙ୍କ ଥଇଥାନ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ ଏନେଇ ଜିଲ୍ଲାରେ ଛଟେଇ ହୋଇଥିବା 28 କମ୍ପ୍ୟୁଟର ଶିକ୍ଷକ ପୁନଃନିଯୁକ୍ତି ପାଇଁ ଦାବି କରି ଆଜି ଶିକ୍ଷକମାନେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କ ଜରିଆରେ ଶିକ୍ଷା ବିଭାଗକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.