ETV Bharat / state

ମହାନଦୀର ଆଁ ଭିତରେ ଗାଁ, ପହଞ୍ଚି ପାରୁନି ସରକାରୀ ଯୋଜନା - ଅବହେଳିତ ତେନ୍ତୁଳି ପାଲି ଗ୍ରାମ

ବୌଦ୍ଧ ଜିଲ୍ଲାର ପ୍ରାୟ ମଝିରେ ଥିବା ବହିରା ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳି ପାଲି ଗ୍ରାମ । ଗାଁଟି ମହାନଦୀର ଠିକ କୂଳରେ ଥିବା ସତ୍ତ୍ୱେ ଏଠାରେ ପାନୀୟଜଳ କିମ୍ବା ଜଳସେଚନର କୌଣସି ସୁବିଧା ନାହିଁ । ଅଧିକ ପଢନ୍ତୁ

ମହାନଦୀର ଆଁ ଭିତରେ ଗାଁ, ଗାଁରେ ପହଞ୍ଚି ପାରୁନି ସରକାରୀ ଯୋଜନା

author img

By

Published : Feb 25, 2022, 7:38 AM IST

ବୌଦ୍ଧ: ଗାଁରେ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡି । ପଞ୍ଚାୟତରେ ପ୍ରତ୍ୟେକ ପାଞ୍ଚ ବର୍ଷରେ ନେତା ବଦଳୁଛି । କିନ୍ତୁ, ବଦଳି ପାରୁନି ଏହି ଗାଁର ଦୃଶ୍ୟ । ବୌଦ୍ଧ ଜିଲ୍ଲାର ପ୍ରାୟ ମଝିରେ ଥିବା ବହିରା ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳି ପାଲି ଗ୍ରାମ । ଗାଁଟି ମହାନଦୀର ଠିକ କୂଳରେ ଥିବା ସତ୍ତ୍ୱେ ଏଠାରେ ପାନୀୟଜଳ କିମ୍ବା ଜଳସେଚନର କୌଣସି ସୁବିଧା ନାହିଁ । ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନଥିଲା ଭଳି ମନେହୁଏ । ଗାଁର ଅନେକ ବିଧବା, ବୃଦ୍ଧଙ୍କୁ ସାମାଜିକ ସୁରକ୍ଷାରେ ମଧ୍ୟ ସାମିଲ କରାଯାଇ ନଥିବା ଅଭିଯୋଗ ହୋଇଛି ।

ମହାନଦୀର ଆଁ ଭିତରେ ଗାଁ, ଗାଁରେ ପହଞ୍ଚି ପାରୁନି ସରକାରୀ ଯୋଜନା

ସେପଟେ ବର୍ତ୍ତମାନ ସରିଥିବା ପଞ୍ଚାୟତ ନିର୍ବାଚନରେ ଗ୍ରାମବାସୀ ସରପଞ୍ଚ ଭୋଟ ଦେଇପାରି ନଥିଲେ । କାରଣ ଏଠାରେ ଅନ୍ୟ ପ୍ରାର୍ଥୀଙ୍କୁ ପ୍ରଭାବିତ କରି ଜଣେ ପ୍ରାର୍ଥୀ ନିର୍ଦ୍ବନ୍ଦରେ ବିଜୟୀ ହୋଇଥିଲେ । ତେବେ ପଞ୍ଚାୟତଟି ଜାତୀୟ ରାଜପଥ ଉପରେ ଥିଲେ ମଧ୍ୟ ତେନ୍ତୁଳିପାଲି ଭଳି ଗ୍ରାମରୁ ଏଠାକାର ବିକାଶ ସହଜରେ ଅନୁମେୟ । ମହାନଦୀ କୂଳ ଲଙ୍ଘି ତେନ୍ତୁଳି ପାଲି ପାଇଁ ବିପଦ ସୃଷ୍ଟି କରିଥିବା ବେଳେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଥିବା ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନଥିବା ଜଣାପଡିଛି । ତୁରନ୍ତ ଏ ଦିଗରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.