ETV Bharat / state

ଅନ୍ଧବିଶ୍ବାସ ଗଳିଲେ ମଣିଷ: ମୃତ୍ୟୁ ପରେ ମାଆର ପୂଜାପାଠ କଲା ପୁଅ - ବୌଦ୍ଧ ଜିଲ୍ଲା କେଉଟ ସାହି

ବସନ୍ତ ରୋଗରେ ବୌଦ୍ଧର କେଉଟ ସାହିର କୁନି ମହାକୁଡଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ଧ ବିଶ୍ବାସ ଯୋଗୁଁ ମାଆର ପୁଜାପାଠ କରିଥିଲେ ପୁଅ ଓ ବୋହୂ । ଥାନା ଓ ଡାକ୍ତରଖାନାଠୁ ଅଳ୍ପ ଦୂରରେ ଘଟିଛି ଏଭଳି ଘଟଣା।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Sep 3, 2019, 7:07 PM IST

ବୌଦ୍ଧ: ଅନ୍ଧ ବିଶ୍ବାସର ଅନ୍ଧ ଗଳିରେ ବଟବଣା ଆଜିର ଲୋକେ । ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ଜାବୁଡି ଧରି ରଖିଥିବା ଅନ୍ଧ ବିଶ୍ବସଠାରୁ ଦୂରେଇ ପରୁନି ଆଜିର ସମାଜ । ବସନ୍ତ ରୋଗରେ ମୃତ୍ୟୁ ଓ ପରେ ପୂଜାପାଠର ଅନ୍ଧ ବିଶ୍ବାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଶ୍ବାସ ଓ ଅନ୍ଧବିଶ୍ବାସର ଏହି ପରିସ୍ଥିତି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଥାନା ଓ ଡାକ୍ତରଖାନାଠାରୁ ମାତ୍ର କେଇ ମିଟର ଦୂର ବୌଦ୍ଧ ଜିଲ୍ଲା ସଦର ମହକୁମାରରେ ଦେଖିବାକୁ ମିଳିଛି ।

ବୌଦ୍ଧ ଜିଲ୍ଲା ସଦର ମହକୁମାର କେଉଟ ସାହି ନିବାସୀ ୫୨ ବର୍ଷୀୟ କୁନି ମହାକୁଡ଼ ବସନ୍ତ ରୋଗରେ ପୀଡିତ ଗୁରୁତର ହୋଇପଡିଲେ । ଶୁକ୍ରବାର କୁନିଙ୍କୁ ପରିବାର ଲୋକେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକତା ଥିବା ହେତୁ ଅନ୍ୟତ୍ର ଚିକିତ୍ସା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ସୋମବାର କୁନିଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ଗୁରୁତର ହେବା ସହିତ ତାଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ପରିବାର ପକ୍ଷରୁ କୁନିଙ୍କୁ ଜୀବିତ ଭାବେ ଅନେକ ପୂଜାପାଠ କରାଯାଇଥିଲା।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୋମବାର ଦିନ ତମାମ ବିଭିନ୍ନ ପୂଜା ଉପକରଣ ସହିତ କୁନିଙ୍କ ଆରୋଗ୍ୟ ଲାଭ ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଥିଲା। ଶେଷରେ ମାଆର ମୃତ୍ୟୁକୁ ମାନିନେଇ ପୁଅ, ବୋହୂ ଓ ପରିବାର ଲୋକେ ମଙ୍ଗଳବାର ଅପରାହ୍ନରେ କୁନିଙ୍କ ମୃତ ଦେହକୁ ପୋତି ଦେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏସବୁ ଘଟଣା ସୋମବାର ଦିନ ତମାମ ଚାଲିଥିଲେ ମଧ୍ୟ କୌଣସି ସରକାରୀ ବାବୁ ଏହାର ଟେର ପାଇନାହାଁନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଥାନା ଓ ଡାକ୍ତରଖାନା ଠାରୁ ମାତ୍ର କେଇ ମିଟର ଦୂରରେ ବିଶ୍ୱାସ ଓ ଅନ୍ଧବିଶ୍ୱାସକୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି ହେଲା ତାହା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଗଲା ।ବସନ୍ତ ରୋଗ ବା ମାତା ସାରା ପରିବାରକୁ ଆକ୍ରାନ୍ତ ହେବା ପୂର୍ବରୁ ଜଣେ ମହିଳା ଙ୍କ ମୃତ୍ୟୁ ଓ ତାପରର ବିଶ୍ୱାସ କୁ ନେଇ ସମସ୍ତେ ହତଚକିତ ହୋଇଛନ୍ତି ।
ବୌଦ୍ଧ ଜିଲ୍ଲା ସଦର ମହକୁମାର କେଉଟ ସାହି ନିବାସୀ ବସନ୍ତ ରୋଗରେ ପୀଡିତ ହୋଇ ପ୍ରାୟ୫୨ ବର୍ଷୀୟ କୁନି ମହାକୁଡ଼ ଗୁରୁତର ହୋଇପଡିଲେ ।ତେଣୁ ଶୁକ୍ରବାର ଦିନ ତାଙ୍କୁ ପରିବାର ଲୋକେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କଲେ ।ପିଡିତାଙ୍କୁ ଅଧିକ ଚିକିତ୍ସା ର ଆବଶ୍ୟକତା ଥିବା ହେତୁ ଅନ୍ୟତ୍ର ଚିକିତ୍ସା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ।ସୋମବାର ଦିନ କୁନିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଆହୁରି ଗୁରୁତର ହୋଇ ଶେଷରେ ଡାକ୍ତର ଙ୍କ ଦ୍ବାରା ମୃତ କୁହାଗଲା ।କିନ୍ତୁ ପରିବାର ପକ୍ଷରୁ କୁନିଙ୍କୁ ଜିବୀତ ଭାବରେ ଅନେକ ପୂଜାପାଠ କରାଯାଇଥିଲା ।ସୋମବାର ଦିନ ତମାମ ବିଭିନ୍ନ ପୂଜାଉପକରଣ ସହିତ କୁନିଙ୍କ ଆରୋଗ୍ୟ ଲାଭ ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଥିଲା ।କୁନିଙ୍କ ବୋହୂ ଙ୍କ ଦେହକୁ କୁଆଡେ ତିନି ରୁ ଚାରି ଥର ଠାକୁରାଣୀ ଆସି ହୁକୁମ କଲେ ।ଶେଷରେ ମା ର ମୃତ୍ୟୁ କୁ ମାନିନେଇ ପୁଅ,ବୋହୂ ଓ ପରିବାର ଲୋକେ ମଙ୍ଗଳବାର ଦିନ ଅପରାହ୍ନରେ କୁନିଙ୍କ ମର ଶରୀରକୁ ପୋତିଥିଲେ ।ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଏସବୁ ଘଟଣା ସୋମବାର ଦିନ ତମାମ ଚାଲିଥିଲେ ମଧ୍ୟ କୌଣସି ସରକାରୀ ବାବୁ ଏହାର ଟେର ପାଇ ନଥିଲେ ।କୁନି ଓଏଫଡ଼ିସି ରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିବାରୁ ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଅସହାୟ ହୋଇପଡିଛନ୍ତି ।କୁନିଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ସରକାରୀ ସ୍ତରରେ ସହାୟତା ନିମନ୍ତେ ଗୁହାରୀ କରିଛନ୍ତି ।

Body:ଶବକୁ ଘରେ ରଖି ଦିନ ତମାମ ଚାଲିଲା ପୂଜା

Conclusion:ବାଇଟ-୧-ରାଜେଶ ମହାକୁଡ଼,ମୃତକଙ୍କ ପୁଅ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.