ETV Bharat / state

ଅନ୍ଧବିଶ୍ବାସରେ ଅସହାୟ ସାବିତ୍ରୀ - ଅନ୍ଧବିଶ୍ବାସ

ଝଡାଫୁଙ୍କାକୁ ଆପଣାଇ ଡାକ୍ତରଖାନା ଯାଉ ନାହାନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କୁଶଙ୍ଗ ପଞ୍ଚାୟତର ଶଙ୍କୁରୀ ଗାଁର ସାବିତ୍ରୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Aug 2, 2019, 11:06 PM IST

ବୌଦ୍ଧ: ଆଜିର ଦିନରେ ବି ଅନ୍ଧବିଶ୍ବାସରେ ବୁଡି ରହିଛନ୍ତି ଅନେକ ଲୋକ । ଝଡାଫୁଙ୍କାକୁ ଆପଣାଇ ଡାକ୍ତରଖାନା ଯାଉ ନାହାନ୍ତି । ଘଟଣାଟି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କୁଶଙ୍ଗ ପଞ୍ଚାୟତର ଶଙ୍କୁରୀ ଗାଁର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସାବିତ୍ରୀ ନାମକ ଜଣେ ମହିଳାଙ୍କୁ ତାଙ୍କ ପତି ସଂସାରରେ ଏକା କରି ଦୀର୍ଘ ବର୍ଷ ହେଲା କେଉଁଆଡେ ଚାଲି ଯାଇଛନ୍ତି । ଏହାପରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଦୁଃଖଦ ହେବା ସହ ଅସହାୟ ହୋଇପଡିଛି । ସେ ଅନ୍ଧବିଶ୍ବାସର ବଶବର୍ତ୍ତି ହୋଇ ଏକାଏକା ବନ୍ଦ ଘରେ ଦିନ କାଟୁଛନ୍ତି ।

ଖବରମୁତାବକ, ସାବିତ୍ରୀଙ୍କୁ ତାଙ୍କ ସ୍ବାମୀ ପ୍ରାୟ 30ବର୍ଷ ତଳେ ଛାଡି କୁଆଡେ ଚାଲି ଯାଇଛନ୍ତି । ଦୁନିଆରେ ସମ୍ପୂର୍ଣ୍ଣ ଏକୁଟିଆ ସାବିତ୍ରୀ ଅନ୍ଧବିଶ୍ବାସର ବଶବର୍ତ୍ତି ହୋଇ ଦୀର୍ଘ ବର୍ଷ ହେବ ଏକ ବନ୍ଦ ଘରେ ହିଁ ଏକ ଖଟରେ ପଡି ରହିଛନ୍ତି । ଏପଟେ ତାଙ୍କ ଗୋଡରେ ହୋଇଥିବା ଛୋଟ ଘା ଏବେ ସାରା ଶରୀରରେ ମାଡି ଗଲାଣି । ଝଡାଫୁଙ୍କା ଉପରେ ସମ୍ପୂର୍ଣ୍ଣ ବିଶ୍ବାସ କରୁଥିବାରୁ ମହିଳା ଜଣକ ଡାକ୍ତରଖାନା ଯାଇ ନିଜର ଚିକିତ୍ସା କରୁ ନାହାଁନ୍ତି । ଗ୍ରାମବାସୀମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ସାବିତ୍ରୀଙ୍କୁ ଥଇଥାନ କରି ତାଙ୍କର ଚିକିତ୍ସାର ବ୍ୟବସ୍ଥା କରନ୍ତୁ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ଜଣେ ସାବିତ୍ରୀ ଥିଲେ, ଯିଏ ନିଜ ସ୍ବାମୀ ଙ୍କ ପାଇଁ ଯମରାଜଙ୍କ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ ।କିନ୍ତୁ କଳିଯୁଗର ଏହି ସାବିତ୍ରୀ ଙ୍କୁ ତାଙ୍କ ପତି ସଂସାର ରେ ଏକଦମ ଏକାକରି ଦୀର୍ଘ ବର୍ଷ ହେଲା ଛାଡିଦେଇଛନ୍ତି ।ଆଉ ତାପରର ଅବସ୍ଥା ଅତ୍ୟନ୍ତ ଦୁଃଖଦ ହେବା ସହ ଅସହାୟ ହୋଇପଡିଛନ୍ତି ଏହି ମହିଳା ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କୁଶଙ୍ଗ ପଞ୍ଚାୟତର ଶଙ୍କୁରୀ ଗାଁ ର ଏକ ଉପାନ୍ତ ସ୍ଥାନରେ ଏକାଏକା ବନ୍ଦ ଘରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କାଳକାଟୁଛନ୍ତି ସାବିତ୍ରୀ ।ସୂଚନା ପ୍ରକାରେ ସାବିତ୍ରୀ ଙ୍କୁ ତାଙ୍କ ପତି ପ୍ରାୟ ଚାଳିଶ ବର୍ଷ ତଳେ ଛାଡି କୁଆଡ଼େ ଚାଲିଯାଉଥିଲେ ।ଦୁନିଆରେ ସମ୍ପୂର୍ଣ୍ଣ ଏକୁଟିଆ ସାବିତ୍ରୀ ଦୀର୍ଘ ବର୍ଷ ହେବ ଏକ ବନ୍ଦ ଘରେହିଁ ଏକ ଖଟରେ ପଡି ରହିଛନ୍ତି ।ପଡୋଶୀ ଯଦି କେବେ କେହି ଦୟାରେ କିଛି ଖାଦ୍ୟ ଦେଲା ତେବେ ବାସ, ସେତକହିଁ ତାଙ୍କ ଖାଦ୍ୟ ।ଗୁଣିଗାରେଡି ଓ ଝଡାଫୁଙ୍କା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖୁଥିବା ସାବିତ୍ରୀ ଙ୍କ ଗୋଡରେ ହୋଇଥିବା ଛୋଟ ଘା ଏବେ ସାରା ଶରୀରକୁ କ୍ୟାନସର ଭଳି ବ୍ୟାପିବାରେ ଲାଗିଛି । କିନ୍ତୁ ଅନ୍ଧବିଶ୍ୱାସ ଓ ଅସହାୟତା କାରଣରୁ ତାଙ୍କ ଠିକ ଭାବେ ଡାକ୍ତରୀ ଚିକିତ୍ସା ହୋଇପାରୁ ନାହିଁ ।

Body:ଅସହାୟ ଅବସ୍ଥାରେ ସ୍ବାମୀ ପରିତ୍ୟକ୍ତା ସାବିତ୍ରୀ

Conclusion:ବାଇଟ-୧-କେଳୁ ନାୟକ, ଗ୍ରାମବାସୀ
ବୌଦ୍ଧ ରୁ ସତ୍ୟନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.