ETV Bharat / state

ଅଙ୍ଗନବାଡି କେନ୍ଦ୍ରର ନାହିଁ ଗୃହ, ଖୋଲା ଆକାଶ ତଳେ ସମୟ ବିତାଉଛନ୍ତି କୁନି କୁନି ପିଲା

ଜିଲ୍ଲା ସଦର ବ୍ଲକର ପ୍ରଥମ ଅଙ୍ଗନବାଡି କେନ୍ଦ୍ର ଅବ୍ୟବସ୍ଥା ଘେରରେ ରହିଥିବାରୁ ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 28, 2023, 3:09 PM IST

ଅବ୍ୟବସ୍ଥା ଘେରରେ  ଅଙ୍ଗନବାଡି କେନ୍ଦ୍ର
no anganwadi centre
ଅବ୍ୟବସ୍ଥା ଘେରରେ ଅଙ୍ଗନବାଡି କେନ୍ଦ୍ର

ବୌଦ୍ଧ: ଅବ୍ୟବସ୍ଥା ଘେରରେ ବୌଦ୍ଧ ଜିଲ୍ଲା ସଦର ମହକୁମାର ପ୍ରଥମ ଅଙ୍ଗନବାଡି କେନ୍ଦ୍ର । ଅଙ୍ଗନବାଡି କେନ୍ଦ୍ରର ନିଜସ୍ଵ ଗୃହ ନ ଥିବାରୁ ଖୋଲା ଆକାଶ ତଳେ ସମୟ ବିତାଇ ଘରକୁ ଫେରୁଛନ୍ତି ପିଲା । ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇ ବିଭାଗୀୟ ଅଧିକାରୀ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି ।

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ସଦର ବ୍ଲକର ମୁଖ୍ୟାଳୟ ମୁର୍ଷଣ୍ଢି ପଞ୍ଚାୟତ କାର୍ଯ୍ୟାଳୟର ଠିକ ସମ୍ମୁଖରେ ରହିଛି ମୁର୍ଷଣ୍ଢି ଅଙ୍ଗନବାଡି କେନ୍ଦ୍ର । ମୁର୍ଷଣ୍ଢି ବିଦ୍ୟାଳୟ ପରିସରରେ ଥିବା ଉକ୍ତ ଅଙ୍ଗନବାଡି କେନ୍ଦ୍ରର ପୁରୁଣା ଆଜବେଷ୍ଟସ ଘରଟି ଅତ୍ୟନ୍ତ ଦୟନୀୟ ତଥା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ତେଣୁ ସେଠାରେ ପିଲାଙ୍କର ପାଠପଢା ବନ୍ଦ କରି ନିକଟସ୍ଥ ସ୍କୁଲରେ ଶ୍ରେଣୀ କାର୍ଯ୍ୟ ହେଉଛି । ପ୍ରତ୍ୟେକ ଦିନ ଉକ୍ତ ବିଦ୍ୟାଳୟରେ ପାଠପଢା ଯୋଗୁଁ ଅଙ୍ଗନବାଡି କେନ୍ଦ୍ରର ଶିଶୁ ମାନଙ୍କୁ କେବଳ ଖାଦ୍ୟ ପ୍ରଦାନ ତଥା ଖୋଲା ଆକାଶ ତଳେ ସମୟ ବିତାଇ ଘରକୁ ପଠାଇ ଦିଆଯାଉଛି ।

ତେବେ ପୂର୍ବରୁ ଏଠାରେ ଏକ ନୂତନ ଅଙ୍ଗନବାଡି ଗୃହ ପାଇଁ କାର୍ଯ୍ୟ ଆରମ୍ଭ ହୋଇ ତାହା ଆରମ୍ଭରୁ ବିବାଦୀୟ ହୋଇ ବନ୍ଦ ପଡିବା ସହିତ ଉକ୍ତ ଅଞ୍ଚଳ ଲଟାବୁଦାରେ ପରିତ୍ୟକ୍ତ ହୋଇ ପଡ଼ିଛି । ଏହାଛଡା ଦୀର୍ଘ ଦିନ ହେଲା ବିଦ୍ୟାଳୟ ସମ୍ମୁଖରେ ଥିବା ନାଳ ସଫେଇ ନାଁରେ କୁଢ଼ କୁଢ଼ ଆବର୍ଜନା ଓ ମାଟି ରାସ୍ତା ଉପରେ ପଡି ରହିବାରୁ କୁନି କୁନି ପିଲାମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଅଭିଯୋଗ ହୋଇଛି । ସେପଟେ ଅଙ୍ଗନବାଡି କେନ୍ଦ୍ରର ଗୃହ ନଥିବା ସମ୍ପର୍କରେ ବାରମ୍ବାର ଅଭିଯୋଗ କରାଯାଉ ଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ବ୍ଲକ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ।

ଏହା ମଧ୍ୟ ପଢନ୍ତୁ- ସମସ୍ୟା ଘେରରେ ବୌଦ୍ଧର ଅଧିକାଂଶ ଅଙ୍ଗନବାଡି କେନ୍ଦ୍ର

ଏହା ମଧ୍ୟ ପଢନ୍ତୁ- ପଦାରେ ପଡ଼ିଲା ସ୍ମାର୍ଟ ଶିକ୍ଷା ବ୍ୟବସ୍ଥା, ଗଛମୂଳେ ଜ୍ଞାନ ଆହରଣ କରୁଛନ୍ତି କୁନିକୁନି ପିଲାଏ

ଅନ୍ୟପକ୍ଷରେ ଖୋଦ ବୌଦ୍ଧ ସିଡିପିଓଙ୍କ କାର୍ଯ୍ୟାଳୟ ମଧ୍ୟ ଏକ ଦୁର୍ବଳ ଗୃହରେ ଚାଲିଥିବା ବେଳେ ନୂତନ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ପରେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ଫଳରେ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ବ୍ଲକ ସଦର ମହକୁମାର ପ୍ରଥମ ଅଙ୍ଗନବାଡି କେନ୍ଦ୍ରର ଯଦି ଏଭଳି ଅବସ୍ଥା ତେବେ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଥିବା ଅଙ୍ଗନବାଡି କେନ୍ଦ୍ରର କଣ ଥିବ ତାହା ସହଜରେ ଅନୁମେୟ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.