ETV Bharat / state

ସରାକାରୀ ITI କଲେଜ୍‌ରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ, ବୌଦ୍ଧ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ - ଆଇଟିଆଇ କ୍ୟାମ୍ପସରେ ଛାତ୍ରଛାତ୍ରୀ ଆନ୍ଦୋଳନ

ITI କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଲାଗି ରହିଥିବା ଆନ୍ଦୋଳନ ସ୍ଥଗିତ ହୋଇଛି । ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ତଥା ଛାତ୍ରଛାତ୍ରୀଙ୍କ ପ୍ରତି ହେଉଥିବା ଅନ୍ୟାୟକୁ କଡ଼ା ତାଗିଦ କଲେ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

student protest
student protest
author img

By ETV Bharat Odisha Team

Published : Oct 19, 2023, 11:55 AM IST

Updated : Oct 19, 2023, 12:45 PM IST

ସରାକାରୀ ITI କଲେଜ୍‌ରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ

ବୌଦ୍ଧ: ITI କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀଙ୍କ ଲାଗି ରହିଥିବା ଆନ୍ଦୋଳନ ସ୍ଥଗିତ ହୋଇଛି । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଗତ ଦୁଇ ଦିନ ଧରି ଲାଗି ରହିଥିବା ଆନ୍ଦୋଳନ ସ୍ଥଗିତ କରାଯାଇଛି । ତେବେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପରେ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ତଥା ଛାତ୍ରଛାତ୍ରୀଙ୍କ ପ୍ରତି ହେଉଥିବା ଅନ୍ୟାୟକୁ କଡ଼ା ତାଗିଦ କରିଛନ୍ତି ।

ତେବେ ବୌଦ୍ଧ ଜିଲ୍ଲାର ଏକମାତ୍ର ଆଇଟିଆଇ କ୍ୟାମ୍ପସରେ ଗତ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଆଇଟିଆଇ କଲେଜର ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ଛାତ୍ରଛାତ୍ରୀ ରାଜରାସ୍ତାକୁ ଅବରୋଧ କରିବା ସହିତ ଦୁଇ ଦିନ ଧରି ଆଦୌ ଶିକ୍ଷା ଗ୍ରହଣ କରି ନ ଥିଲେ । ଛୋଟଛୋଟ ଭୁଲରେ କଲେଜ ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ଦଣ୍ଡାଦେଶ ଦେବା ସହିତ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଥିଲା । ବିଶେଷ ଭାବରେ ଦୂରଦୂରାନ୍ତରୁ ବିଭିନ୍ନ ଟ୍ରେଡ୍‌ରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଯାତାୟାତଠାରୁ ନେଇ ନିମ୍ନ ମାନର ଖାଦ୍ୟକୁ ନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ ।

ଏହା ମଧ୍ୟ ପଢନ୍ତୁ - ଶିକ୍ଷକ ଆନ୍ଦୋଳନ ଦୁଇ ଫାଳ ! ଗୋଟିଏ ପଟେ ସ୍ଥଗିତ ନିଷ୍ପତ୍ତି, ଅନ୍ୟପଟେ ଆନ୍ଦୋଳନ ଜାରି

ହେଲେ ବର୍ତ୍ତମାନ ପୁଣି ହଷ୍ଟେଲ ସମସ୍ୟା ସହିତ ଆର୍ଥିକ ଦଣ୍ଡାଦେଶ ବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା । ଶେଷରେ ଉତ୍ୟକ୍ତ ଛାତ୍ରଛାତ୍ରୀ ବୌଦ୍ଧ ବଘିଆପଡା ରାସ୍ତାକୁ ଅବରୋଧ କରିବା ପରେ ସନ୍ଧ୍ୟାରେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସି ନିରାଶ ହୋଇଥିଲେ ଫେରିଯାଇଥିଲେ । ପୁଣିଥରେ ମଙ୍ଗଳବାର ଦିନ ତମାମ ଆଇଟିଆଇ କ୍ୟାମ୍ପସରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଅପରାହ୍ନରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ଓ ଜରୁରୀକାଳୀନ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ପ୍ରମୁଖ ଆଇଟିଆଇ କ୍ୟାମ୍ପସରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସମସ୍ୟା ଶୁଣିବା ସହିତ କଲେଜ ଅଧ୍ୟକ୍ଷ ଓ ଅନ୍ୟାନ୍ୟ ପଦାଧିକାରୀମାନଙ୍କ କାର୍ଯ୍ୟ ଶୈଳୀକୁ ନେଇ ଜିଲ୍ଲାପାଳ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Oct 19, 2023, 12:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.