ETV Bharat / state

ରାତିରେ ନୁହେଁ ଦିନରେ ଜଳୁଛି ଷ୍ଟ୍ରିଟଲାଇଟ୍ - ବୌଦ୍ଧ

ବୌଦ୍ଧରେ ଦିନରେ ଜଳୁଛି ଷ୍ଟ୍ରିଟଲାଇଟ ଅଥଚ ରାତିରେ ଜଳୁନି । ତେବେ ଏହି ସମସ୍ୟାକୁ ସ୍ବୀକାର କରିଛନ୍ତି ପୌରପରିଷଦର ନିର୍ବାହୀ ଅଧିକାରୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Sep 12, 2019, 11:22 PM IST

ବୌଦ୍ଧ: ଲାଗିଛି ଲକ୍ଷ ଲକ୍ଷ ଟଙ୍କାର ଏଲଇଡି ଷ୍ଟ୍ରିଟଲାଇଟ ହେଲେ ଦିନସାରା ଜଳି ରହୁଛି ଷ୍ଟ୍ରିଟଲାଇଟ । ଆଉ ଏହି ଷ୍ଟ୍ରିଟଲାଇଟ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ଦୀର୍ଘ ଦିନ ହେବ ସଜାଡିବା ଆଳରେ ଦିନ ଗଡାଇ ଚାଲିଛି । 7ଟି ୱାର୍ଡକୁ ନେଇ ଗଠିତ ବୌଦ୍ଧ ପୌରପରିଷଦ ଅଧିନରେ ମୁଖ୍ୟ ରାସ୍ତାରେ ଇଏସଏସଏଲ ନାମକ ବିଦ୍ୟୁତ ସଂସ୍ଥା ଷ୍ଟ୍ରିଟଲାଇଟ ଯୋଗାଇଛି । କିନ୍ତୁ ଏହି ଷ୍ଟ୍ରିଟଲାଇଟ ରାତିରେ ନୁହେଁ, ବରଂ ଦିନରେ ଜଳୁଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧର ମୁଖ୍ୟ ଛକ ଗୁଡିକରେ ସଂଧ୍ୟା ଓ ରାତି ସମୟରେ ଅନ୍ଧାର ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ଖୋଦ୍ ପୌରପରିଷଦର ନିର୍ବାହୀ ଅଧିକାରୀ ଅବଗତ ଥିବା ଇଟିଭି ଭାରତକୁ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ସହରରେ 36ଟି ଟାଇମର୍ ମଧ୍ୟରୁ 8ଟି ଟାଇମର୍ ସମ୍ପୂର୍ଣ୍ଣ ଖରାପ ଅଛି । ଏଣୁ ଆସନ୍ତା ଦୁଇ ତିନିଦିନ ମଧ୍ୟରେ ଏହି ଅସୁବିଧାର ସମାଧାନ ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଲାଗିଛି ଲକ୍ଷ ଲକ୍ଷ ଟଙ୍କାର ଏଲଇଡି ଷ୍ଟ୍ରିଟଲାଇଟ ।ହେଲେ ଏହା ସଂଧ୍ୟା କିମ୍ବା ରାତିରେ ନୁହେଁ, ଜଳୁଛି ଦିନସାରା ।ଆଉ ଏହି ଷ୍ଟ୍ରିଟଲାଇଟ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ଦୀର୍ଘ ଦିନ ହେଲା ସଜାଡିବା ଆଳକରି ଦିନ ଗଡାଇ ଚାଲିଛି ।
ସତର ଗୋଟି ଓ୍ବାର୍ଡ କୁ ନେଇ ଗଠିତ ବୌଦ୍ଧ ପୌରପରିଷଦ ଅଧିନରେ ମୁଖ୍ୟ ରାସ୍ତାରେ ଇଏସଏସଏଲ ନାମକ ବିଦ୍ୟୁତ ସଂସ୍ଥା ଷ୍ଟ୍ରିଟଲାଇଟ ଯୋଗାଇଛି । କିନ୍ତୁ ଏହି ଷ୍ଟ୍ରିଟଲାଇଟ ରାତିରେ ନୁହେଁ, ବରଂ ଦିନରେ ଜଳୁଥିବା ଅଭିଯୋଗ ହୋଇଛି ।ବୌଦ୍ଧ ର ମୁଖ୍ୟ ଛକ ଗୁଡିକରେ ସଂଧ୍ୟା ଓ ରାତି ସମୟରେ ଅନ୍ଧାର ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏସମ୍ପର୍କରେ ଖୋଦ ପୌରପରିଷଦ ର ନିର୍ବାହୀ ଅଧିକାରୀ ଅବଗତ ଥିବା ଈଟିଭି ଭାରତ କୁ କହିଛନ୍ତି ।ସୂଚନା ଅନୁଯାୟୀ ସହରରେ ଛତିଶ ଗୋଟି ଟାଇମର ମଧ୍ୟରୁ ଆଠଟି ଟାଇମର ସମ୍ପୂର୍ଣ୍ଣ ଖରାପ ଅଛି ।ଏଣୁ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଏହି ଅସୁବିଧା ର ସମାଧାନ ହୋଇଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।

Body:ଲାଗିଛି ଷ୍ଟ୍ରିଟଲାଇଟ, କିନ୍ତୁ ରାତିରେ ନୁହେଁ, ଦିନରେ ଜଳୁଛି ।

Conclusion:ବାଇଟ-୧-କୃଷ୍ଣ ଚନ୍ଦ୍ର ମିଶ୍ର, ବୁଦ୍ଧିଜୀବୀ
ବାଇଟ-୨-ମନୋରଞ୍ଜନ ପଣ୍ଡା, ନିର୍ବାହୀ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.