ETV Bharat / state

କୋଟି କୋଟି ଟଙ୍କା ଲୁଟି ଚାଲିଛନ୍ତି ପଥର ମାଫିଆ, ତଦନ୍ତ ଦାବି - କୋଟି କୋଟି ଟଙ୍କା ଲୁଟି ଚାଲିଛନ୍ତି ପଥର ମାଫିଆ

ପଥର କ୍ବାରି ନାଁରେ ଚାଲିଥିବା ଲୁଟ ବିରୋଧରେ ଏକତ୍ରିତ ହେଲେ ଅଞ୍ଚଳବାସୀ । ଅଞ୍ଚଳରେ ପଥର କ୍ବାରିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରି ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

କୋଟି କୋଟି ଟଙ୍କା ଲୁଟି ଚାଲିଛନ୍ତି ପଥର ମାଫିଆ

author img

By

Published : Apr 19, 2021, 9:34 PM IST

ବୌଦ୍ଧ: ପଥର କ୍ବାରି ନାଁରେ ଚାଲିଥିବା ଲୁଟ ବିରୋଧରେ ଏକତ୍ରିତ ହେଲେ ଅଞ୍ଚଳବାସୀ । ଅଞ୍ଚଳରେ ପଥର କ୍ବାରିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରି ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

କୋଟି କୋଟି ଟଙ୍କା ଲୁଟି ଚାଲିଛନ୍ତି ପଥର ମାଫିଆ

ପଥର କ୍ବାରି ନାଁରେ ଚାଲିଛି କୋଟି କୋଟି ଟଙ୍କାର ସରକାରୀ ଅର୍ଥର ଲୁଟ । ଏନେଇ ଇଟିଭି ଭାରତରେ ବାରମ୍ବାର ଖବର ମଧ୍ୟ ପ୍ରସାରିତ ହୋଇଆସୁଛି । ସୋମବାର ବୌଦ୍ଧ ଜିଲ୍ଲା ସଦର ତହସିଲ ଅନ୍ତର୍ଗତ ଗୋଛାପଡା ପଞ୍ଚାୟତରେ ଥିବା ପଥର କ୍ରସର ଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବି ନେଇ ଅଞ୍ଚଳର ଶତାଧିକ ପରିବାର ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ବିଗତ 6 ମାସ ହେଲା ପଥର କ୍ବାରିକୁ ପ୍ରଶାସନ ଚଳନ କ୍ଷମ ପାଇଁ ଅନୁମତି ଦେଇନଥିବା ବେଳେ ଏଠାରୁ ପ୍ରତ୍ୟେକ ଦିନ ଶହ ଶହ ଟ୍ରିପ ପଥର ଚୋରା ଚାଲାଣ ହେଉଥିଲା ଅଭିଯୋଗ ହୋଇଛି ।

ଏହା କେବଳ ପଥର ମାଫିଆଙ୍କ ଯୋଗୁଁ ନା ଏହା ପଛରେ କୌଣସି ବଡ ସରକାରୀ ବାବୁଙ୍କ ପ୍ରଛଦ ହାତ ରହିଛି ତାର ଏକ ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି । ସୋମବାର ଗୋଛାପଡା ଅଞ୍ଚଳରେ ଥିବା ଚାରୋଟି ପଥର କ୍ବାରିକୁ ବନ୍ଦ ପାଇଁ ଦାବି କରି ଅଞ୍ଚଳର ଶତାଧିକ ପୁରୁଷ ମହିଳା ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଏହାର ତଦନ୍ତ ପାଇଁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.