ETV Bharat / state

ବୌଦ୍ଧ ଷ୍ଟାଡିୟମରେ ରାଜ୍ୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବୌଦ୍ଧ ଜିଲ୍ଲା ଷ୍ଟାଡିୟମରେ ଚାରି ଦିନିଆ 69ତମ ରାଜ୍ୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ । ଅଧିକ ପଢନ୍ତୁ...

State women's volleyball tournament inaugurated at Boudh Stadium
ବୌଦ୍ଧ ଷ୍ଟାଡିୟମରେ ରାଜ୍ୟ ମହିଳା ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ
author img

By

Published : Nov 11, 2021, 5:26 PM IST

Updated : Nov 11, 2021, 5:37 PM IST

ବୌଦ୍ଧ: ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ହେଲା 69ତମ ରାଜ୍ୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ । ଆନନ୍ଦ ଉଲ୍ଲାସ ମଧ୍ୟରେ କନ୍ଧମାଳ ସାଂସଦ ଏହି ଚାରି ଦିନିଆ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଛନ୍ତି । ଆଜି(ଗୁରୁବାର) ବୌଦ୍ଧ ଜିଲ୍ଲା ଷ୍ଟାଡିୟମରେ ଏହି ଚାରି ଦିନିଆ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଛି ।

ବୌଦ୍ଧ ଷ୍ଟାଡିୟମରେ ରାଜ୍ୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ରାଜ୍ୟର ୧୫ଟି ମହିଳା ଭଲିବଲ ଦଳ ଏଥିରେ ଭାଗ ନେଉଥିବାବେଳେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ କିଟ୍‌- କିସ୍‌ର ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି । କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଅତିଥି ଭାବରେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଛନ୍ତି ।

ଅନ୍ୟତମ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଅନ୍ୟାନ୍ୟ ଅତିଥି ଯୋଗଦେଇ ଖେଳ ଓ ଖେଳାଳିଙ୍କ ବିକାଶରେ ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଯଥେଷ୍ଟ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ ।

ବୌଦ୍ଧରେ ପ୍ରଥମ ଥର ପାଇଁ ଏଭଳି ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଥିବାରୁ ଜିଲ୍ଲାବାସୀ ବେଶ୍‌ ଆନନ୍ଦ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Nov 11, 2021, 5:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.