ବୌଦ୍ଧ: ଦିନିକିଆ ବୌଦ୍ଧ ଗସ୍ତରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ମନ୍ତ୍ରୀ ବୌଦ୍ଧରେ ପହଞ୍ଚି ଜିଲ୍ଲାର ଐତିହାସିକ ସଂଗ୍ରହାଳୟକୁ ରାଜ୍ୟ ସରକାରଙ୍କ ଆର୍ଥିକ ସହଯୋଗ ବିଷୟରେ ସୂଚନା ଦେବା ସହ ମହାନଦୀ ଗର୍ଭସ୍ଥ ଦ୍ବୀପଗ୍ରାମ ମର୍ଜାକୁଦରେ ଅକ୍ସି ଟ୍ୟୁରିଜିମର ବିକାଶ ପାଇଁ ଅଞ୍ଚଳକୁ ବୁଲି ଦେଖିଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲା ଐତିହାସିକ ସଂଗ୍ରହାଳୟକୁ 50 ଲକ୍ଷ ଟଙ୍କାର ସହଯୋଗ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ପର୍ଯ୍ୟଟନ ମନ୍ତ୍ରୀଙ୍କ ସହିତ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଉପଜିଲ୍ଲାପାଳ ଅଶ୍ବିନୀ ମେହେର, ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ ପ୍ରମୁଖ ମର୍ଜାକୁଦର ପ୍ରସ୍ତାବିତ ଅକ୍ସି ଟ୍ୟୁରିଜିମ ଅଞ୍ଚଳକୁ ବୁଲି ଦେଖିଛନ୍ତି । ଏହି ଅବସରରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ଅବହେଳିତ ଅବସ୍ଥାରେ ଯୁଗ ଯୁଗରୁ ବାସ କରୁଥିବା ଦ୍ବୀପାଞ୍ଚଳବାସୀଙ୍କ ସହ ଦୀର୍ଘ ସମୟ ଧରି ସେମାନଙ୍କ ଜୀବନଶୈଳୀ, ଅଭାବ ଅସୁବିଧା, ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ