ETV Bharat / state

ବାସ୍କେଟ ବଲ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଉଦଯାପିତ, ବାଳକରେ ଭୁବନେଶ୍ୱର ଓ ବାଳିକା ବର୍ଗରେ କଟକ ଚମ୍ପିଆନ - ଦୁଇ ଦିନିଆ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା

ବୌଦ୍ଧ ଜିଲ୍ଲାରେ ଆୟୋଜିତ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ବାସ୍କେଟ ବଲ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଉଦଯାପିତ । ଅଧିକ ପଢନ୍ତୁ

state level basketball tournament
state level basketball tournament
author img

By ETV Bharat Odisha Team

Published : Oct 2, 2023, 10:46 AM IST

state level basketball tournament

ବୌଦ୍ଧ: ପ୍ରଥମ ଥର ପାଇଁ ଜିଲ୍ଲାରେ ଆୟୋଜିତ ବାସ୍କେଟ ବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ । ଦୁଇ ଦିନିଆ ଏହି ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ରାଜ୍ୟର 9 ଗୋଟି ଜିଲ୍ଲାର ସମୁଦାୟ 15 ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଉଭୟ ବାଳକ ଓ ବାଳିକା ବିଭାଗର ଚାମ୍ପିଅନ ଦଳ ଜାତୀୟ ବାସ୍କେଟ ବଲ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିଲେ ।

ତେବେ ଖେଳ ଓ ଖେଳାଳିଙ୍କ ବିକାଶ ନିମନ୍ତେ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ବର୍ତ୍ତମାନ ଓଡିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ କ୍ରୀଡା ତଥା କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛନ୍ତି । ଏହି ଧାରାରେ ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରେ ଥିବା ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ବାସ୍କେଟ ବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ରାଜ୍ୟ ସ୍ତରୀୟ ବାସ୍କେଟ ବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ିଶାର ୯ ଗୋଟି ଜିଲ୍ଲାର ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକାବର୍ଗର ଖେଳାଳୀ ଅଂଶଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ବୌଦ୍ଧରେ ରାଜ୍ୟସ୍ତରୀୟ ବାସ୍କେଟ୍‌ ବଲ୍‌ ଟୁର୍ଣ୍ଣାମେଣ୍ଟ, ଭାଗନେଲେ ୯ଟି ଜିଲ୍ଲାର ଦଳ

ଗତ ଶନିବାର ଓ ରବିବାର ଦୁଇ ଦିନ ଧରି ଜିଲ୍ଲା ର ଦୁଇଟି ସ୍ଥାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବାଳକ ବର୍ଗରେ ଭୁବନେଶ୍ୱର ଓ ବାଳିକା ବର୍ଗରେ କଟକ ଦଳ ଚମ୍ପିଆନ ହୋଇ ଜାତୀୟ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ବାସ୍କେଟ୍‌ ବଲ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ତେବେ ଏହି ଉଦଯାପନୀ ଉତ୍ସବରେ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ କୃତି ଖେଳାଳିଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଜିଲ୍ଲାରେ ବାସ୍କେଟ ବଲ୍ କ୍ରୀଡା ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ବେଳେ ଜିଲ୍ଲାର ଖେଳାଳି ମାନେ ତୀରନ୍ଦାଜ, ସନ୍ତରଣ, ଆଥଲେଟ, କ୍ରିକେଟ ଭଳି ଅନେକ ଖେଳରେ ଅଂଶଗ୍ରହଣ କରି ରାଜ୍ୟ ତଥା ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିପାରିଛନ୍ତି । ଆଗାମୀ ଦିନରେ ରାଜ୍ୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ମଧ୍ୟ ବୌଦ୍ଧ ଜିଲ୍ଲାରେ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.