ETV Bharat / state

ଦିନିକିଆ ବୌଦ୍ଧ ଗସ୍ତରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି - ସମୀର ମହାନ୍ତି

ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଦଳୀୟ କର୍ମକର୍ତ୍ତାଙ୍କ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

ଦିନିକିଆ ବୌଦ୍ଧ ଗସ୍ତରେ ରାଜ୍ୟ ବିଜେପି ସଭାପତି

author img

By

Published : Nov 16, 2021, 9:20 AM IST

ବୌଦ୍ଧ: ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଦଳୀୟ କର୍ମକର୍ତ୍ତାଙ୍କ ସମ୍ମିଳନୀରେ ଯୋଗ ଦେଇଛନ୍ତି । ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଶାସକ ଦଳ ଉପରେ ବର୍ଷିଛନ୍ତି ବିଜେପି ସଭାପତି ସମୀର ମହାନ୍ତି ।

ଦିନିକିଆ ବୌଦ୍ଧ ଗସ୍ତରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି

ଜିଲ୍ଲାରେ ପହଞ୍ଚିବା ପରେ ପ୍ରଥମେ ମମିତା ରାମେଶ୍ବର ମନ୍ଦିର ଦର୍ଶନ କରିଥିଲେ । ଏହାପରେ ବିଜେପି ପକ୍ଷରୁ ରାଜ୍ୟ ସଭାପତିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ବିଜେପି ସମେତ ଜିଲ୍ଲା ବିଜେପି କଡା ଆଭିମୁଖ୍ୟ ଗ୍ରହଣ କରିଛି । ବିଜେଡି ଶାସନରେ ରାଜ୍ୟରେ ମହିଳା ଓ ଶିଶୁ ଅସୁରକ୍ଷିତ । ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ସାରା ଓଡିଶା ଲଢେଇ ଜାରି ରଖିଛି । ବିଧାନସଭାରୁ ନେଇ ରାଜରାସ୍ତା ସବୁଠି ଲଢେଇ କରୁଛି ଭାରତୀୟ ଜନତା ପାର୍ଟି । କିଛି ମୁଷ୍ଟିମେୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଇଁ ରାଜ୍ୟରେ ଲୋକଙ୍କୁ ନ୍ୟାୟ ମିଳୁନାହିଁ । ରାଜ୍ୟରେ ପ୍ରତିଦିନ ୪ ଦୁଷ୍କର୍ମ ଓ ୬ ଅପହରଣ ମାମଲା ରହିଛି ଯାହା ଚିନ୍ତାର ବିଷୟ ହୋଇଛି । ୫ ବର୍ଷ ଭିତରେ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି । ଯାହାର ସଠିକ ତଦନ୍ତ ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

ସମୀର ମହାନ୍ତି ଦିନିକିଆ ବୌଦ୍ଧ ଗସ୍ତରେ ଆସି ଟାଉନହଲ ଠାରେ ଜିଲ୍ଲା ବିଜେପିର କାର୍ଯ୍ୟ କର୍ତ୍ତା ଓ କର୍ମୀଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ବରିଷ୍ଠ ବିଜେପି ନେତା କହ୍ନାଇ ଚରଣ ଡାଙ୍ଗ, ସୁଶାନ୍ତ ପ୍ରଧାନ ଓ ଅନ୍ୟାନ୍ୟ ନେତା ପ୍ରମୁଖ ଯୋଗ ଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.