ବୌଦ୍ଧ: ସମ୍ପୂର୍ଣ୍ଣ ହେଲା ବୌଦ୍ଧ ଜିଲ୍ଲାର ଅନ୍ୟତମ ଐତିହାସିକ ପୀଠ ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର । ଏହା ସହ ପାର୍ଶ୍ଵ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ପର୍ବ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି ।
ଜିଲ୍ଲାର ବିଭିନ୍ନ ପ୍ରାଚୀନ ବୈଷ୍ଣବ କ୍ଷେତ୍ର ମଧ୍ୟରୁ ସହରର ଶ୍ରୀଜଗନ୍ନାଥ ମନ୍ଦିର ଅନ୍ୟତମ । ରାଜତନ୍ତ୍ର ଶାସନ କାଳରେ ଭଞ୍ଜ ବଂଶର ରାଜାମାନେ ମନ୍ଦିର ଓ ଠାକୁରଙ୍କ ପାଇଁ ଚାରି ଖଣ୍ଡ ଗ୍ରାମରେ ଭୂମିଦାନ ଖଞ୍ଜା କରିଥିଲେ । କିନ୍ତୁ ପରିବର୍ତ୍ତିତ ସମୟରେ ବୌଦ୍ଧର ଶ୍ରୀଜଗନ୍ନାଥ ମନ୍ଦିରଟି ଅବହେଳିତ ହୋଇ ପଡିଥିଲା । ସ୍ବାଧୀନତାର ଦୀର୍ଘ ବର୍ଷ ପରେ ରାଜ୍ୟ ସରକାରଙ୍କ ଏକ କୋଟି ଟଙ୍କାର ଅନୁଦାନ ମିଳିବା ପରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟିର ମିଳିତ ସହଯୋଗରେ ମନ୍ଦିର ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଇଥିଲା ।
ପ୍ରଥମ ପର୍ଯ୍ୟାୟରେ ମନ୍ଦିର ପରିସରରେ ଥିବା ବିଭିନ୍ନ ପାର୍ଶ୍ଵ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ ସହ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ତେବେ ଗତ ଶୁକ୍ରବାରଠାରୁ ସୋମବାର ପର୍ଯ୍ୟନ୍ତ ଚାରିଦିନ ଧରି ଏହି କାର୍ଯ୍ୟକ୍ରମ ଜାରି ରହିଥିବା ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ