ETV Bharat / state

ବୌଦ୍ଧରେ ବୃଦ୍ଧି ପାଉଛି ସଂକ୍ରମଣ, ସ୍ଥିତି ସମୀକ୍ଷା କଲେ ରାଜ୍ୟ ସ୍ବତନ୍ତ୍ର ଶାସନ ସଚିବ

author img

By

Published : Jan 13, 2022, 1:46 PM IST

ଦିନକୁ ଦିନ କୋରୋନା ମହାମାରୀ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ତେବେ ରାଜ୍ୟ ସ୍ବତନ୍ତ୍ର ଶାସନ ସଚିବ ତଥା ଜିଲ୍ଲା କରୋନା ପର୍ଯ୍ୟବେକ୍ଷକ ବିଶ୍ବରଞ୍ଜନ ସାସମଲ ବୌଦ୍ଧ ଜିଲ୍ଲାରେ ପହଞ୍ଚି କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ବୌଦ୍ଧରେ ବୃଦ୍ଧି ପାଉଛି ସଂକ୍ରମଣ,  ସ୍ଥିତି ସମୀକ୍ଷା କଲେ ଜିଲ୍ଲା କୋରୋନା ପର୍ଯ୍ୟବେକ୍ଷକ

ବୌଦ୍ଧ: ଦିନକୁ ଦିନ କୋରୋନା ମହାମାରୀ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ବୌଦ୍ଧ ଜିଲ୍ଲାରେ ମଧ୍ୟ ଧିରେ ଧିରେ କାୟା ବିସ୍ତାର କରୁଛି ଏହି ମହାମାରୀ । ତେବେ ଏହି ସଂକ୍ରମଣ ଚେନ୍‌କୁ ରୋକିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । କିନ୍ତୁ ଅନେକ ହାଟ ବଜାରରେ ଜନଗହଳି ତଥା କଟକଣାକୁ ସାଧାରଣ ଲୋକ ମାନୁ ନଥିବା ଦେଖାଯାଉଛି । ଜିଲ୍ଲାର କଣ୍ଟାମାଳ ଥାନା ଅଞ୍ଚଳରେ ବ୍ୟାପକ ଭୋଜିଭାତର ଆସର ଜମୁଥିଲେ ମଧ୍ୟ ସ୍ଥାନୀୟ ପୋଲିସ ସବୁ ଦେଖି ମଧ୍ୟ ହାତବାନ୍ଧି ବସିଛି ।

ତେବେ ରାଜ୍ୟ ସ୍ବତନ୍ତ୍ର ଶାସନ ସଚିବ ତଥା ଜିଲ୍ଲା କୋରୋନା ପର୍ଯ୍ୟବେକ୍ଷକ ବିଶ୍ବରଞ୍ଜନ ସାସମଲ ବୌଦ୍ଧ ଜିଲ୍ଲାରେ ପହଞ୍ଚି କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି । ସେ ବୌଦ୍ଧର ବିଭିନ୍ନ ଶିକ୍ଷାନୁଷ୍ଠାନ, ଉନ୍ନୟନ କାର୍ଯ୍ୟ ସହିତ, ବୌଦ୍ଧ ଜିଲ୍ଲା କୋଭିଡ ସେଣ୍ଟର ପରିଦର୍ଶନ କରି ଏକ ସମୀକ୍ଷା ବୈଠକ କରି ସମସ୍ତ ବିଷୟରେ ଅବଗତ ହେବାସହ ଜନସାଧାରଣଙ୍କୁ ସେଚତନ କରାଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.