ETV Bharat / state

ଜିଲ୍ଲା ସଂଗ୍ରହାଳୟ ଜିଲ୍ଲାର ମୁଖଶାଳା: ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ

author img

By

Published : May 27, 2022, 7:37 PM IST

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ । ଜିଲ୍ଲା ପ୍ରଶାସନର ଉଦ୍ୟମକୁ କଲେ ପ୍ରଶଂସା । ଅଧିକ ପଢ଼ନ୍ତୁ ।

ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କଲେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ

ବୌଦ୍ଧ: ଜିଲ୍ଲାକୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିବା ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କଲେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ । ଜିଲ୍ଲା ପ୍ରଶାସନର ଏଭଳି ଅଭିନବ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି । ଶତାଧିକ ବର୍ଷର ପୁରୁଣା ବ୍ରିଟିଶ ରେକର୍ଡ ରୁମ ସହିତ ହସ୍ତଶିଳ୍ପ, ପାରମ୍ପରିକ ଅସ୍ତ୍ରଶସ୍ତ୍ର, ପ୍ରାଚୀନ ପୋଥି, ରାଜକୀୟ ସାମଗ୍ରୀ ଆଦିକୁ ଏହି ସଂଗ୍ରହାଳୟରେ ସଂରକ୍ଷିତ କରି ରଖାଯାଇଛି ।

ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଥିବା ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଆଜି(ଶୁକ୍ରବାର) ବୌଦ୍ଧ ଐତିହ୍ୟକୁ ବହନ କରୁଥିବା ଜିଲ୍ଲା ସଂଗ୍ରହାଳୟକୁ ବୁଲି ଦେଖିଛନ୍ତି । ଜିଲ୍ଲା ପ୍ରଶାସନର ଏଭଳି ଅଭିନବ ପଦକ୍ଷେପକୁ RDC ଖୁବ ପ୍ରଶଂସା କରିଛନ୍ତି । ଜିଲ୍ଲାର ଐତିହ୍ୟ, ସଂସ୍କୃତି, ପରମ୍ପରା ସହିତ ହସ୍ତଶିଳ୍ପର ଅପୂର୍ବ ସଂଗମ ଜିଲ୍ଲା ସଂଗ୍ରହାଳୟରେ ହୋଇଛି ବୋଲି ମତ ପ୍ରକାଶ କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ।

ଆରଡିସି ଗୁରୁବାର ବୌଦ୍ଧ ତହସିଲ କାର୍ଯ୍ୟାଳୟ ଓ ଶୁକ୍ରବାର ହରଭଙ୍ଗା ତହସିଲ କାର୍ଯ୍ୟାଳୟରେ ପହଞ୍ଚି ସମୀକ୍ଷା କରିଥିବାବେଳେ ପ୍ରଥମଥର ପାଇଁ ଜିଲ୍ଲା ସଂଗ୍ରହାଳୟରେ ପହଞ୍ଚି ଏସବୁ ଐତିହ୍ୟ ସମ୍ପର୍ଣ୍ଣ ସାମଗ୍ରୀକୁ ଉତ୍କଣ୍ଠାର ସହିତ ବୁଲି ଦେଖିଥିଲେ । ଜିଲ୍ଲା ସଂଗ୍ରହାଳୟ ଜିଲ୍ଲାର ମୁଖଶାଳା ବୋଲି ମତ ରଖିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.