ବୌଦ୍ଧ: ସମ୍ଭାବ୍ୟ କୋରୋନା ଭାଇରସ ସଂକ୍ରମଣରେ ରୋକ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ଭାରତକୁ ଆଗାମୀ ଏପ୍ରିଲ 15 ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି । କିନ୍ତୁ ଏହାକୁ ଫୁ କରି ଉଡାଇ ଦେଉଛନ୍ତି ଯୁବଗୋଷ୍ଠୀ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର କିଛି ଗ୍ରାମରେ । ଗାଁର ପ୍ରବେଶ ପଥରେ ଲକଡାଉନର ତାଲା । ବାହାର ଲୋକଙ୍କ ପାଇଁ ଗାଁ ଭିତରକୁ ପ୍ରବେଶ ନିଷେଧ । କିନ୍ତୁ ଗାଁ ଭିତରେ ଦେଖିବାକୁ ମିଳିଛି କିଛି ବେପରୁଆ ଯୁବଗୋଷ୍ଠୀଙ୍କ ଆଡ୍ଡା ।
ସବୁଠାରେ ଯୁବ ବର୍ଗ ଏକତ୍ରିତ ହୋଇ ତାସଖେଳ, ଗପସପ ଆଦିରେ ମାତିଥିବା ଦେଖାଯାଇଥିଲା । ଆଉ ସେମାନଙ୍କ ଯୁକ୍ତି ମଧ୍ୟ ଅତ୍ୟନ୍ତ ଦୁଃଖ ଦାୟକ । ବୁଦ୍ଧିଜୀବୀ ମାନେ ମଧ୍ୟ ଏହାକୁ ଗୁରୁତର ସହିତ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଅନେକ ଗ୍ରାମରେ ନିଜେ ଯୁବବର୍ଗ ସଚେତନ ହୋଇ ଅନ୍ୟ ମାନଙ୍କୁ ସଚେତନ କରୁଥିବା ବେଳେ ଅନ୍ୟ କିଛି ନିର୍ଦ୍ଦିଷ୍ଟ ଗାଁରେ ଏଭଳି ପରିସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଲକଡାଉନର କାରଣ ପ୍ରକୃତରେ ସଂକ୍ରମଣ ଭୟରେ ନା ପୋଲିସ ଭୟରେ ବୋଲି ସାଧାରଣରେ ଆଲୋଚନା ହେଉଛି ।
ବୈଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ