ETV Bharat / state

କିଏ ଶୁଣିବ ଦୁଃଖ ? ଖଟିଆ ଉପରେ ବିତୁଛି ଜୀବନ - ସାମାଜିକ ସୁରକ୍ଷା ବ୍ୟବସ୍ଥା ବାଟବଣା

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ବାଟବଣା । ଖୋଲା ଆକାଶ ତଳେ ଖଣ୍ଡିଏ ଖଟରେ ଭୋକ ଉପାସରେ ଜୀବନ ବିତାଉଛନ୍ତି କମ୍ଭୁ ନାଏକ (80 ବର୍ଷ) ।

ଡିଜାଇନ ଫଟୋ
author img

By

Published : Oct 20, 2019, 9:00 AM IST

ବୌଦ୍ଧ: ଖୋଲା ଆକାଶ ତଳେ ଖଣ୍ଡିଏ ଖଟ । ଖଟିଆ ଉପରେ ଗୋଟିଏ ତମ୍ବୁ । ସେ ଭିତରେ 80 ବର୍ଷ ବୟସ୍କ ବୃଦ୍ଧ । ଚାଲିବାକୁ ଗୋଡ ବି ଉଠୁନି । ଘୋଷାରି ଘୋଷାରି କଟୁଛି ଜୀବନ । ନିଜର କହିଲେ ଦୁନିଆରେ କେହି ନାହିଁ । କିଏ ଦେଲେ ଖାଆନ୍ତି ତ ପୁଣି ଅଧାଦିନ ଭୋକ ଉପାସରେ । ଏଭଳି ଦୟନୀୟ ସ୍ଥିତିରେ ଭାଗ୍ୟକୁ ଆଦରି ବଞ୍ଚିଛନ୍ତି ବୌଦ୍ଧର ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୀତାମ୍ବରପୁର ପଞ୍ଚାୟତର ଶରଧାପୁର ଗାଁର କମ୍ଭୁ ନାଏକ ।

ଖଟିଆ ଉପରେ ବିତୁଛି ଜୀବନ

ସହଯୋଗ ପାଇଁ ପଞ୍ଚାୟତର ସରକାରୀ ବାବୁଙ୍କୁ ଗୁହାରୀ କରିଲେ ବି କେହି ଶୁଣୁନାହାନ୍ତି । ଘର ଦୂରର କଥା ପଲିଥିନଟିଏ ବି ମିଳୁନି । ଏପଟେ ଆଧାର କାର୍ଡ ନଥିବାରୁ ମାସକୁ ମିଳୁଥିବା ଚାଉଳକୁ ବି ବନ୍ଦ କରିବାକୁ ବସିଛନ୍ତି ।

ଏନେଇ ହରଭଙ୍ଗା ବିଡିଓଙ୍କୁ ପଚାରିବାରୁ ସେ ସିଧାସଳଖ କହିଥିଲେ କି ତାର କେହି ନାହାନ୍ତି । ଘର ଯୋଗାଇଲେ କଣ କରିବ । ଏପରି ସ୍ଥିତିରେ ବଞ୍ଚିବାକୁ ସଂଘର୍ଷ କରୁଥିବା କମ୍‌ଭୁଙ୍କ କଷ୍ଟ କିଏ ବୁଝିବ ? କିପରି ଖରା ବର୍ଷ ଶୀତ ସହି ଖଟରେ ରହିବେ ସେ ? ଏଭଳି ଜଣେ ଅସହାୟ ବୃଦ୍ଧଙ୍କୁ ଖଣ୍ଡେ ପଲିଥିନ କିମ୍ବା ଚାଉଳ ମୁଠାଏ ନମିଳିବା ଆମ ବ୍ୟବସ୍ଥା ପ୍ରତି ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ସାମାଜିକ ସୁରକ୍ଷା ବ୍ୟବସ୍ଥା ର ନଗ୍ନ ଚିତ୍ର । ଦୁନିଆରେ କେହି ନଥିବା ଜଣେ ଅସହାୟ ବୃଦ୍ଧ ଙ୍କୁ ଖଣ୍ଡେ ପଲିଥିନ କିମ୍ବା ଚାଉଳ ମୁଠାଏ ନମିଳିବା ଆମ ବ୍ୟବସ୍ଥା ପ୍ରତି ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୀତାମ୍ବରପୁର ପଞ୍ଚାୟତ ର ଶରଧାପୁର ଗାଁ ।ଗାଁର ଏକ ଆଦିବାସୀ ବସ୍ତିରେ ଏକା ଏକା କାଳ କାଟୁଛନ୍ତି ଅଶୀ ବର୍ଷରୁ ଉର୍ଦ୍ଧ୍ବ କମ୍ଭୁ ନାଏକ ।ତଳେ ଘୋଷାରି ହୋଇ କାଳ କାଟୁଥିବା ଏହି ଅସହାୟ ବୃଦ୍ଧ ଙ୍କ ଘର ହୋଇଛି ଏବେ ଏକ ଖଟ ।କାରଣ ନିଜ ବାସଘରଟି ମାଟିରେ ମିଶି ସାରିଲାଣି ।ଘର ସ୍ବପ୍ନ କଥଖ ଛାଡନ୍ତୂ, ମୁଣ୍ଡ ଉପରେ ଖଣ୍ଡେ ପଲିଥିନ ପାଇଁ ପଞ୍ଚାୟତ ର ସରକାରୀ ବାବୁ ମାନଙ୍କୁ ଯେତେ ଗୁହାରୀ କଲେ ମଧ୍ୟ କେହି ସତେଯେପରି ଶୁଣିବାକୁ ନାହାନ୍ତି ।ପଲିଥିନ ନମିଳିଲା ନାହିଁ, ମୁଠାଏ ଚାଉଳକୁ ମଧ୍ୟ ପଞ୍ଚାୟତ ରୁ ବନ୍ଦ କରିଦିଆଯାଇଛି ।ଏବେ ଅତ୍ୟନ୍ତ ଆକୁଳ ହୋଇ ବଞ୍ଚିବାକୁ ଅନ୍ୟ ମାନଙ୍କୁ ନେହୁରା ହେଉଛନ୍ତି କମ୍ଭୁ ।ଈଟିଭି ଭାରତ ପକ୍ଷରୁ ହରଭଙ୍ଗା ବିଡ଼ିଓ ଙ୍କୁ ଏସମ୍ପର୍କରେ ଜଣାଇବାରୁ ସେ ସିଧାସଳଖ କ୍ୟାମେରା ନକହି ବୁଢା ଲୋକକୁ ଘର ଯୋଗାଇଲେ ସେ କଣ କରିବ,ତାର ତ କେହି ନାହାନ୍ତି ବୋଲି ବଡ ବିଚିତ୍ର ଉତ୍ତର ଦେଇଥିଲେ ।ଅବଶ୍ୟ ଚାଉଳ ମୁଠାଏ ଯୋଗାଇ ଦେବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।କମ୍ଭୁ ଙ୍କ ଭଳି ଅନେକ ଉଦାହରଣ ରହିଥିଲେ ମଧ୍ୟ ବ୍ଲକ ପ୍ରଶାସନ ର ଅପାରଗତାରୁ ସାମାଜିକ ସୁରକ୍ଷା ବ୍ୟବସ୍ଥା ଏଠାରେ ବାଟବଣା ହୋଇଛି ।

Body:ହରଭଙ୍ଗା ବ୍ଲକରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ବାଟବଣା ।

Conclusion:ବାଇଟ-୧-ରୀତା ନାଏକ,ଶରଧାପୁରବାସୀ
ବାଇଟ-୨-କମ୍ଭୁ ନାଏକ,ଅସହାୟ ବୃଦ୍ଧ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.