ETV Bharat / state

ବୌଦ୍ଧରେ ସୁରୁଖୁୁରୁରେ ସ୍ନାନଯାତ୍ରା ସମାପନ

ବୌଦ୍ଧର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଆଜି(ମଙ୍ଗଳବାର) ମହାନଦୀରୁ 108 କଳସ ଜଳରେ ସ୍ନାନ କରାଯାଇଥିଲା । ଅଧିକ ପଢ଼ନ୍ତୁ

author img

By

Published : Jun 14, 2022, 10:58 PM IST

ବୌଦ୍ଧରେ ସୁରୁଖୁୁରୁରେ ସ୍ନାନଯାତ୍ରା ସମାପନ
ବୌଦ୍ଧରେ ସୁରୁଖୁୁରୁରେ ସ୍ନାନଯାତ୍ରା ସମାପନ

ବୌଦ୍ଧ: ଦୀର୍ଘ ଦୁଇ ବର୍ଷ ପରେ ସ୍ନାନ ମଣ୍ଡପରେ ଦର୍ଶନ ଦେଇଥିଲେ ମହାପ୍ରଭୁ । ବୌଦ୍ଧର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଆଜି(ମଙ୍ଗଳବାର) ମହାନଦୀରୁ 108 କଳସ ଜଳରେ ସ୍ନାନ କରାଯାଇଥିଲା । ମଙ୍ଗଳବାର ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା ମହାଆଡମ୍ବରରେ ପାଳିତ ହୋଇଛି ।

ବୌଦ୍ଧରେ ସୁରୁଖୁୁରୁରେ ସ୍ନାନଯାତ୍ରା ସମାପନ

ବୌଦ୍ଧ ଜିଲ୍ଲା ସଦର ମହକୁମାର ସର୍ବ ପ୍ରାଚୀନ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଆଜି ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ମହାନଦୀରୁ ୧୦୮ ଗରା ପାଣି ଆଣି ଠାକୁରଙ୍କ ସ୍ନାନ ବିଧି ସମାପନ ହୋଇଥିଲା । ତେବେ ଆଜି ପହିଲି ରଜ ଯୋଗୁଁ ମହିଳା ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଯାଇନପାରି ବାହାରୁ ଠାକୁରଙ୍କ ଦର୍ଶନ କରିଥିଲେ । ମଙ୍ଗଳବାର ସନ୍ଧ୍ୟାରେ ବର୍ଷା ହୋଇଥିଲେ ମଧ୍ୟ ଠାକୁରଙ୍କ ଗଜାନନ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ସୁରୁଖୁରୁରେ ବୌଦ୍ଧରେ ସ୍ନାନଯାତ୍ରା ଶେଷ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.