ETV Bharat / state

ସ୍ନାନ ମଣ୍ଡପରେ ଶ୍ରୀଜୀଉ, ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦେଲେ ଦର୍ଶନ

ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ପାଇଁ ଚତୁର୍ଦିଗ ଆଜି ଭକ୍ତମୟ । ସ୍ନାନବେଦୀରେ ମହାନଦୀର ସୁବାସିତ ଜଳରେ ସ୍ନାନ କରିବା ପରେ ବୌଦ୍ଧରେ ଗଜବେଶରେ ଦର୍ଶନ ଦେଉଛନ୍ତି ମହାବାହୁ ।

author img

By

Published : Jun 17, 2019, 5:14 PM IST

Updated : Jun 17, 2019, 7:01 PM IST

ଫଟୋ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ନବ ଦିନାତ୍ମକ ଯାତ୍ରାର ପ୍ରଥମ ସୋପାନ ଶ୍ରୀ ବିଗ୍ରହଙ୍କ ସ୍ନାନଯାତ୍ରା ବା ଲକ୍ଷ୍ମୀବୁଡ ଉତ୍ସବ । ବୌଦ୍ଧର ଶ୍ରୀ ଜଗନ୍ନାଥ ମନ୍ଦିରରେ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି ଏହି ଉତ୍ସବ। ମହାବାହୁ କାଳିଆ ସାଆନ୍ତେ ଭଉଣୀ ସୁଭଦ୍ରା ଓ ବଡ଼ ଭାଇ ବଳିଆକୁ ଧରି ମନ୍ଦିର ବାହାରକୁ ଚାଲିଆସନ୍ତି । ଭକ୍ତ ଓ ଭଗବାନର ମିଳନସ୍ଥଳ ସ୍ନାନ ମଣ୍ଡପରେ ନିଜର ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାଆନ୍ତି ।

ଭିଡ଼ିଓ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ

ମହାବାହୁଙ୍କ ସେବାରେ ନିୟୋଜିତ ଥିବା ବ୍ରାହ୍ମଣ ସେବାୟତମାନେ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ । ପରେ ଚନ୍ଦନ କାଠରେ ନିର୍ମିତ ଚତୁର୍ଦ୍ଧା ବିଗ୍ରହଙ୍କୁ ସ୍ନାନ ମଣ୍ଡପରେ ମହାନଦୀର ପବିତ୍ର ସୁବାସିତ ଜଳରେ ସ୍ନାନ କରାଯାଇଛି ।

ସ୍ନାନ କରିସାରିବା ପରେ ଦାରୁବ୍ରହ୍ମ ଗଜବେଶ ଧାରଣ କରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ଭଗବାନଙ୍କର ଏପରି ଅପୂର୍ବବେଶକୁ ଦେଖି ଭକ୍ତମାନେ ଭକ୍ତିରେ ବିଭୋର ହୋଇପଡ଼ିଥିଲେ । ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି ସାଙ୍ଗକୁ ନାମକୀର୍ତ୍ତନ ଓ ଶଙ୍ଖଧ୍ବନିରେ ମନ୍ଦିର ପ୍ରାଙ୍ଗଣ ଭକ୍ତିମୟ ହୋଇଉଠିଥିଲା ।

ବୌଦ୍ଧରୁ ସତ୍ଯ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ର ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଛି ।ଅତ୍ୟନ୍ତ ବିରଳ ଚନ୍ଦନ କାଠରେ ନିର୍ମିତ ବିଗ୍ରହ ଗୁଡିକରେ ମହାନଦୀର ପବିତ୍ର ଜଳ ଢାଳିହେବା ପରେ ଚତୁର୍ଦଗ ମହମହ ହୋଇ ବାସି ଉଠିଥିଲା ।

Body:ନବ ଦିନାତ୍ମକ ଯାତ୍ରାର ପ୍ରଥମ ସୋପାନ ଶ୍ରୀ ବିଗ୍ରହଙ୍କ ସ୍ନାନ ଯାତ୍ରା ବା ଲକ୍ଷ୍ମୀ ବୁଡ ଉତ୍ସବ ବୌଦ୍ଧ ର ଶ୍ରୀ ଜଗନ୍ନାଥ ମନ୍ଦିରରେ ଅତ୍ୟନ୍ତ ଆନନ୍ଦ ଓ ଶ୍ରଦ୍ଧାର ସହ ପାଳିତ ହୋଇଛି ।ବ୍ରାହ୍ମଣ ସେବାୟତଙ୍କ ପୂଜାର୍ଚ୍ଚନା ପରେ ସ୍ନାନ ମଣ୍ଡପ ରେ ଚତୁର୍ଦ୍ଧା ବିଗ୍ରହଙ୍କୁ ମହାନଦୀ ର ପବିତ୍ର ଜଳରେ ସ୍ନାନ କରାଯାଇଛି ।ପରେ ଗଜବେଶ ଧାରଣ କରି ଠାକୁର ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ ।ହରିବୋଲ ଓ ହୁଳହୁଳି ର ପରିବେଶ ମଧ୍ୟରେ ଭକ୍ତ ମାନେ ଠାକୁର ଙ୍କୁ ଦର୍ଶନ କରି ଆନନ୍ଦିତ ହୋଇଥିଲେ ।

Conclusion:ବାଇଟ-୧-ମଧୁସ୍ମିତା ରାଜ, ଭକ୍ତ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
Last Updated : Jun 17, 2019, 7:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.