ବୌଦ୍ଧ: ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନବମୀ ଉତ୍ସବରେ ଲାଗିଲା କରୋନା ମହାମାରୀର ଗ୍ରହଣ । ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଶ୍ରଦ୍ଧାଳୁ କେବଳ ଦୀପଦାନ ଓ ଦର୍ଶନ କରି ଫେରିଛନ୍ତି ।
କରୋନା କଟକଣା ମଧ୍ୟରେ ସମ୍ପନ୍ନ ହେଲା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନବମୀ ଉତ୍ସବ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଥିବା ବିଭିନ୍ନ ରାମ ମନ୍ଦିରରେ କେବଳ ନିତିକାନ୍ତି ଅନୁସାରେ ରାମ ନବମୀ ପାଳନ କରାଯାଇଛି । ସହରର ରାମ ମନ୍ଦିର ସମେତ ଦେବଗଡର ରାମ ମନ୍ଦିର, ବହିରା, ବାଉଁଶୁଣୀ, ମନମୁଣ୍ଡା, ପୀତାମ୍ବରପୁର, ବଢିଗାଁ ଭଳି ସ୍ଥାନରେ ଥିବା ରାମ ମନ୍ଦିରଗୁଡିକରେ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି କେବଳ ଦର୍ଶନ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ବୌଦ୍ଧର ଶତାଧିକ ବର୍ଷରୁ ପ୍ରଚଳିତ ରାମଲୀଳା ନାଟୋତ୍ସବକୁ ସମ୍ପୂର୍ଣ୍ଣ ବାତିଲ କରା ଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ