ETV Bharat / state

ବୌଦ୍ଧରେ 'ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ', ସୃଷ୍ଟି କରୁଛି ଶ୍ରୀକ୍ଷେତ୍ରର ଭ୍ରମ

Shree Jagannath Leela Mahotshav: ବୌଦ୍ଧରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି 'ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ' । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ। ଅଧିକ ପଢନ୍ତୁ

ବୌଦ୍ଧରେ ମହୋତ୍ସବ
ବୌଦ୍ଧରେ ମହୋତ୍ସବ
author img

By ETV Bharat Odisha Team

Published : Dec 21, 2023, 10:27 PM IST

ବୌଦ୍ଧରେ ମହୋତ୍ସବ

ବୌଦ୍ଧ: ପ୍ରଥମ ଥର ପାଇଁ ଆୟୋଜିତ ହେଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ମହୋତ୍ସବ । ବୌଦ୍ଧ ଜିଲ୍ଲାରେ ଆଜି ଠାରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଲୀଳା ମହୋତ୍ସବ । ଏହି ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ୩୨ ବେଶ ଦର୍ଶନ କରିବାର ବ୍ୟବସ୍ଥା ରହିଛି । ଏହା ସହିତ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ଶୈଳୀରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ତେବେ ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ମହୋତ୍ସବ ।

ବୌଦ୍ଧ ଜିଲ୍ଲାର ୩ଟି ବ୍ଲକରେ ବୈଷ୍ଣବ ସଂସ୍କୃତି ଦେଖିବାକୁ ମିଳେ । ଜିଲ୍ଲା ସଦରମହକୁମା ଠାରେ ରହିଛି ଶ୍ରୀଜଗନ୍ନାଥଙ୍କ ପ୍ରାଚୀନ ମନ୍ଦିର । ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ଶ୍ରୀଜଗନ୍ନାଥ ମନ୍ଦିରରେ ଆୟୋଜିତ ହେଉଛି ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳା କ୍ଷେତ୍ର କୁହାଯାଉଥିବା ଗଡ଼ଜାତ ବୌଦ୍ଧ ଜିଲ୍ଲାର ଶତାଧିକ ସ୍ଥାନରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ତଥା ପୀଠ ରହିଛି । ଶ୍ରୀଜଗନ୍ନାଥଙ୍କ ଆଦି ରୂପ ଶ୍ରୀ ନୀଳମାଧବଙ୍କୁ ବଜିଲ୍ଲାର ଗନ୍ଧରାଡ଼ିଠାରେ ପ୍ରାଚୀନ କାଳରୁ ପୂଜାର୍ଚ୍ଚନା କରାଯାଉଛି ।

ଆଜି ଠାରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ଆଧ୍ୟାତ୍ମିକ ମହୋତ୍ସବ ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ବେଶ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ । ଏହା ସହିତ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ଶୈଳୀରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଆଜି ମାର୍ଗଶୀର ମାସର ଶେଷ ଗୁରୁବାର ଥିବାବେଳେ ଆଜିଠାରୁ ଆରମ୍ଭ ହୋଇଛି 'ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ' । ଏହି ମହୋତ୍ସବ ଦେଖିବାକୁ ଜିଲ୍ଲା ସମେତ ପଡୋଶୀ ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଭକ୍ତମାନେ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ମହାପ୍ରଭୁଙ୍କୁ ନିମନ୍ତ୍ରଣ କଲେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ

ଏହି ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ୩୨ ବେଶ ସ୍ବତନ୍ତ୍ର ଭାବରେ ଆୟୋଜନ କରାଯିବ । ଏହା ସହିତ ଶ୍ରୀଜଗନ୍ନାଥ କଥାମୃତ, ଛପନ ଭୋଗ, ପହିଲି ଭୋଗ, ଅବଢ଼ା ଭୋଗର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ଆଜିର ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିବାବେଳେ ଏଭଳି ଭବ୍ୟ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ରର ଭ୍ରମ ସୃଷ୍ଟି କରିଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.