ବୌଦ୍ଧ: ବିଶ୍ବ ଏଡସ୍ ଦିବସ ଅବସରରେ ବୌଦ୍ଧ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଜନ ସଚେତନତା କାର୍ଯ୍ୟକ୍ରମ । ବୌଦ୍ଧ ସ୍ବାସ୍ଥ୍ୟ ପ୍ରଶିକ୍ଷଣ ୟୁନିଟଠାରେ ଦିବସକୁ ପାଳନ କରାଯାଇଥିବା ବେଳେ ଜିଲ୍ଲାରେ ପ୍ରଥମ ଥର ପାଇଁ ସିପଲିସ ଓ ଏଚଆଇଭି କିଟ ବ୍ୟବହାରର ଶୁଭାରମ୍ଭ ହୋଇଛି । ଜିଲ୍ଲାରେ ସମୁଦାୟ 43 ଜଣ ଏଚଆଇଭି ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଗର୍ଭବତୀ ମହିଳାଙ୍କ ଠାରୁ ନବଜାତ ଶିଶୁକୁ ସଂକ୍ରମିତ ହେଉଥିବା ଦୁଇ ପ୍ରମୁଖ ସଂକ୍ରମଣ ସିପଲିସ ଓ ଏଚଆଇଭିର ପରୀକ୍ଷଣ ପାଇଁ ଏହି କିଟର ବ୍ୟବହାର କରାଯିବ ।
ତେବେ ବୌଦ୍ଧ ଜିଲ୍ଲାର ବୀରନରସିଂପୁରଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିବା ବେଳେ ଏନେଇ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ