ETV Bharat / state

ଦୀପାବଳି ପାଇଁ ମିଶନ ଶକ୍ତିର ସ୍ୱତନ୍ତ୍ର ଷ୍ଟଲ, ମିଳୁଛି ଭଳିକି ଭଳି ରଙ୍ଗୀନ ଦୀପ - diwali ୨୦୨୩

ଦୀପାବଳି ପାଇଁ ବୌଦ୍ଧରେ ଖୋଲିଲା ଓରମାସ ସ୍ୱତନ୍ତ୍ର ଦୀପ ଷ୍ଟଲ । ମିଶନ ଶକ୍ତି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାର ଲକ୍ଷ୍ୟ । ଅଧିକ ପଢନ୍ତୁ

ଦୀପାବଳି ପାଇଁ ମିଶନ ଶକ୍ତିର ସ୍ୱତନ୍ତ୍ର ଷ୍ଟଲ, ମିଳୁଛି ଭଲିକି ଭଳି ରଙ୍ଗୀନ ଦୀପ

author img

By ETV Bharat Odisha Team

Published : Nov 11, 2023, 7:38 PM IST

ଦୀପାବଳି ପାଇଁ ମିଶନ ଶକ୍ତିର ସ୍ୱତନ୍ତ୍ର ଷ୍ଟଲ, ମିଳୁଛି ଭଲିକି ଭଳି ରଙ୍ଗୀନ ଦୀପ

ବୌଦ୍ଧ: ଆଉ ଗୋଟିଏ ଦିନ ପରେ ସାରା ଦେଶ ପାଳିବ ଆଲୋକର ପର୍ବ ଦୀପାବଳି । ଏଥିପାଇଁ ମାର୍କେଟରେ ଦୀପର ଚାହିଦା ବଢିବାରେ ଲାଗିଛି । ବୌଦ୍ଧ ଜିଲ୍ଲାରେ ଓରମାସ ତରଫରୁ ଖୋଲିିଛି ସ୍ୱତନ୍ତ୍ର ଦୀପ ଷ୍ଟଲ । ବୌଦ୍ଧ ସହରର କଚେରୀ ପଡିଆ ନିକଟରେ ଏହି ଷ୍ଟଲ ଖୋଲାଯାଇଛି । ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ନିର୍ମିତ ହାତ ତିଆରି ରଙ୍ଗୀନ ଦୀପ ବିକ୍ରି କରାଯାଉଛି । ଏହାସହ ବିଭିନ୍ନ ପ୍ରକାର ହସ୍ତ ଶିଳ୍ପରେ ତିଆରି ଘର କରଣା ଉପକରଣ ମଧ୍ୟ ବିକ୍ରି କରାଯାଉଛି । ଏଚ୍ଏଚଜି ଓ ପିଜି ଗ୍ରୁପମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷପ ନିଆଯାଇଛି । ମିଶନ ଶକ୍ତିର ମହିଳା ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ରଙ୍ଗ ବିରଙ୍ଗର ଟେରାକୋଟା ଦୀପ, ଅଗରବତୀ, ମହମବତୀ,ଘରସଜା ସାମଗ୍ରୀ ଗ୍ରାହକଙ୍କୁ ଖୁବ ଆକର୍ଷିତ କରୁଛି ।

ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ସବୁବେଳେ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଆଲୋକର ପର୍ବ ଦୀପାବଳି ପାଇଁ ରାଜ୍ୟ ସରକାରଙ୍କ ଓରମାସ, ମିଶନ ଶକ୍ତି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱୟଂ ସହାୟକ ମହିଳାମାନଙ୍କ ପାଇଁ ଏହି ଷ୍ଟଲ ଆରମ୍ଭ ହୋଇଛି । ଦୀପାବଳି ପାଇଁ ଚଳିତ ବର୍ଷ ଜିଲ୍ଲାରେ ମିଶନ ଶକ୍ତି ଓ ଓରମାସ ସହାୟତାରେ ପ୍ରଥମଥର ପାଇଁ ଏହି ଷ୍ଟଲ ଖୋଲାଯାଇଛି । ଗୋବରରୁ ପ୍ରସ୍ତୁତ ଦୀପ ଠାରୁ ନେଇ ରଙ୍ଗବେରଙ୍ଗ ଦୀପ ସହିତ ଘରସଜା ସାମଗ୍ରୀ, ମହମବତୀ, ଅଗରବତୀ ଓ ବିଭିନ୍ନ ପାରମ୍ପରିକ ସାମଗ୍ରୀ ବିକ୍ରି କରାଯାଉଛି । ଯାହାକୁ ନେଇ ଅଞ୍ଚଳର ଗ୍ରାହକଙ୍କ ମଧ୍ୟରେ ବେଶ ଆନନ୍ଦ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ ....Diwali 2023: ବ୍ରହ୍ମପୁରରେ ମିଶନ ଶକ୍ତି ଓ ଟେରାକୋଟା ଦୀପ ଷ୍ଟଲ, ଜମୁଛି ଗ୍ରାହକଙ୍କ ଭିଡ

ଚଳିତ ବର୍ଷ ବଜାରରେ ବାଣ ବିକ୍ରି ଉପରେ କଟକଣା ଜାରି ରହିଥିବା ଯୋଗୁଁ କେବଳ ଗ୍ରୀନ କ୍ରାକରର ବ୍ୟବହାର ହେବ ବୋଲି ସୂଚନା ମିଳିଛି । କୌଣସି ବଡ ଶବ୍ଦ ସୃଷ୍ଟି କରୁଥିବା ବାଣ ବା ବମ ଫୁଟାଯାଇ ପାରିବ ନାହିଁ ବୋଲି କଡାକଡି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।ତେଣୁ ଆଜି (ଶନିବାର) ଠାରୁ ସହରର କଚେରୀ ପଡିଆ ଠାରେ ବିକ୍ରି କଟକଣା ମଧ୍ୟରେ ବାଣ ବିକ୍ରି ଆରମ୍ଭ ହୋଇଛି । ବିଭିନ୍ନ କିସମର ବାଣ ବଜାରରେ ଉପଲବ୍ଧ ହେଉଥିବା ବେଳେ ପ୍ରାୟ ସମସ୍ତ ବାଣ ଗ୍ରୀନ କ୍ରାକର ହୋଇଥିବା ସୂଚନା ମିଳିଛି । ଜିଲ୍ଲାରେ ବେଆଇନ ବାଣ କାରବାର ଉପରେ ନଜର ରଖିଛି ପ୍ରଶାସନ ।

ସେହିଭଳି ସମ୍ବଲପୁର ଜିଲ୍ଲାରେ ମଧ୍ୟ ମିଶନ ଶକ୍ତି ଓ ଓରମାସ ତରଫରୁ ଏହି ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି । ସମ୍ବଲପୁର ସହରର ଗୋଲବଜାର ମାର୍କେଟରେ ଦୀପ ବିକ୍ରି କରିବା ପାଇଁ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.