ବୌଦ୍ଧ: ବିପଦରେ ବନ୍ୟଜନ୍ତୁ । ବୌଦ୍ଧ ଜିଲ୍ଲାରେ ବନ୍ୟଜନ୍ତୁ ଶିକାର ଥମିବାର ନାଁ ଧରୁନି । ବାରମ୍ବାର ବନ୍ୟପ୍ରାଣୀଙ୍କ ଛାଲ ଜବତ ହେଉଥିଲେ ମଧ୍ୟ ଏଥିରେ ରୋକ ଲଗାଇ ପାରୁନି ବନ ବିଭାଗ । ଗୋଟିଏ ପଟେ ଜଙ୍ଗଲ ସୁରକ୍ଷା ନେଇ ପ୍ରଶ୍ନ ଉଠୁଥିବାବେଳେ ପୁଣିଥରେ ଜିଲ୍ଲାରୁ ବନ୍ୟଜନ୍ତୁଙ୍କ ଛାଲ ଜବତ କଲା ଏସଟିଏଫ । ଏହି ଘଟଣାରେ ଜଣେ ବନ୍ୟଜନ୍ତୁ ତସ୍କରୀକୁ ଏସଟିଏଫ ଟିମ ଗିରଫ କରିଛି ।
ପୁଣିଥରେ ଏସଟିଏଫ ହାତରେ ଲାଗିଲା ବନ୍ୟଜନ୍ତୁ ଛାଲ କାରବାରର ନେଟୱାର୍କ । ଗୋଟିଏ ଦିନରେ ତିନୋଟି ବନ୍ୟଜନ୍ତୁଙ୍କ ଛାଲ ଜବତ ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳ ସାତକୋଶିଆ ଜଙ୍ଗଲ ଅଞ୍ଚଳରେ ଏସଟିଏମ ଟିମ ଚଢ଼ାଉ କରି ଗୋଟିଏ ହରିଣ, ସମ୍ବର ଓ କଲରାପତରିଆ ବାଘ ଛାଲ ଜବତ କରିଛି । ଏହି ଘଟଣାରେ ଜଣେ ବନ୍ୟଜନ୍ତୁ ତସ୍କରକୁ ଗିରଫ କରାଯାଇଛି । ବୌଦ୍ଧ ଜିଲ୍ଲାରେ ଗତ ବର୍ଷକ ମଧ୍ୟରେ ଏସଟିଏଫ କଣ୍ଟାମାଳ ଅଞ୍ଚଳରୁ ଅନେକ ବାଘଛାଲ ରାକେଟକୁ ଧରିବାରେ ସଫଳତା ପାଇଥିଲେ ମଧ୍ୟ ଏଭଳି ବେଆଇନ କାର୍ଯ୍ୟ ଉପରେ ରୋକ୍ ଲଗାଇପାରୁନି ।
ଏହା ମଧ୍ୟ ପଢ଼ନ୍ତୁ: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି, ଛାତ୍ରଛାତ୍ରୀ ଭୟଭୀତ ନହେବାକୁ ଗଣଶିକ୍ଷାମନ୍ତ୍ରୀଙ୍କ ପରାମର୍ଶ
ଯାହାକୁ ନେଇ ବିଶେଷଜ୍ଞମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ବୌଦ୍ଧ ଜିଲ୍ଲା କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ନିକଟବର୍ତ୍ତୀ ଅଞ୍ଚଳରେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡିଛନ୍ତି । ଅନେକ ସମୟରେ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ବନ୍ୟପ୍ରାଣୀଙ୍କ ଶିକାର ହେଉଥିବା ନେଇ ଚର୍ଚ୍ଚା ହୋଇଥାଏ । କିନ୍ତୁ ଆଜି ହରଭଙ୍ଗା ଅଞ୍ଚଳରେ ଏସଟିଏଫର ଚଢ଼ାଉ ପରେ ବନ୍ୟଜନ୍ତୁ ଛାଲ ରାକେଟ ସକ୍ରିୟ ଥିବା ସ୍ପଷ୍ଟ ହୋଇଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ବିଡିଓଙ୍କ ମାଡ଼, ଜିଲ୍ଲାପାଳଙ୍କୁ ଭେଟି ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି
ଦୁଇ ଦିନ ପୂର୍ବରୁ କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳରେ ବୌଦ୍ଧ ଜିଲ୍ଲାପାଳ, ବନ୍ୟପ୍ରାଣୀ ଡିଏଫ ଓ ତଥା ବୌଦ୍ଧ ବନଖଣ୍ଡ ଅଧିକାରୀ ପ୍ରମୁଖ ପରିଦର୍ଶନ କରି ଫେରିଥିଲେ । ଏହାର ଦୁଇଦିନ ପରେ ଏଭଳି ଘଟଣା ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ରାକେଟରେ ଅନେକ ବଡ ଲୋକଙ୍କ ହାତ ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପଟେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଜିଲ୍ଲାରେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇପଡ଼ିଥିବା ଚର୍ଚ୍ଚା ହେଉଛି ।
ଇଟିଭି ଭାରତ, ବୌଦ୍ଧ