ETV Bharat / state

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଫେଲ୍‌ ମାରିଛି ସେରଙ୍ଗ ଓ ଚନ୍ଦ୍ରଗିରି ସଂଗ୍ରହାଳୟ

ଜିଲ୍ଲାରେ 3ଟି ସ୍ଥାନରେ ସଂଗ୍ରହାଳୟ ନିର୍ମ।ଣ ପାଇଁ ପ୍ରସ୍ତାବ ରହିଥିବା ବେଳେ ସେରଙ୍ଗ ଏବଂ ଚନ୍ଦ୍ରଗିରି ଠାରେ ଦୁଇଟି ସଂଗ୍ରହାଳୟ ନିର୍ମାଣ ହୋଇଛି । କିନ୍ତୁ ଏଗୁଡିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନାହିଁ । ଅଧିକ ପଢନ୍ତୁ

Museums  in   gajapati
ସେରଙ୍ଗ ଏବଂ ଚନ୍ଦ୍ରଗିରିଠାରେ ନିର୍ମାଣ ହୋଇଛି ସଂଗ୍ରହାଳୟ
author img

By

Published : May 1, 2023, 7:08 AM IST

ସେରଙ୍ଗ ଏବଂ ଚନ୍ଦ୍ରଗିରିଠାରେ ନିର୍ମାଣ ହୋଇଛି ସଂଗ୍ରହାଳୟ

ଗଜପତି: ଆଦିବାସୀଙ୍କ ସଭ୍ୟତା ଯେତିକି ପୁରୁଣା ସେମାନଙ୍କ ପରମ୍ପରା,ସଂସ୍କୃତି,ବେଶ ପୋଷାକ,ଖାଦ୍ୟ ପେୟ ଆଦି ମଧ୍ୟ ସେତିକି ପୁରୁଣା । ହେଲେ ଗତ କିଛି ବର୍ଷ ହେଲା ଲୋକେ ଏହାକୁ ଭୁଲିବା ଆରମ୍ଭ କଲେଣି । ଏପରିକି ଆଦିବାସୀ ବର୍ଗର ପିଲାମାନେ ମଧ୍ୟ ଆଧୁନିକତାର ଛାପରେ ପଡି ସେସବୁକୁ ଭୁଲିବାକୁ ବସିଲେଣି । ତେଣୁ ଆଦିବାସୀଙ୍କ ପାରମ୍ପରିକ ଜିନିଷକୁ ସଂଗ୍ରହ କରି ରଖିବା ଏବଂ ଏସଂପର୍କରେ ଲୋକଙ୍କୁ ଜଣାଇବା ପାଇଁ ପ୍ରଦର୍ଶନ କରିବା ଆଭିମୁଖ୍ୟ ନେଇ ସରକାର ବିଭିନ୍ନ ସ୍ଥାନରେ ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା କରିବାକୁ ଯୋଜନା କରିଛନ୍ତି । ଏହି ଯୋଜନା ମାଧ୍ୟରେ ପ୍ରତିବର୍ଷ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି । ହେଲେ ଏସବୁ ସରକାରୀ ଲକ୍ଷ୍ୟ ଓ ଆଭିମୁଖ୍ୟ ପୂରଣ କରିପାରୁନାହିଁ । ଏହାର ମୁଖ୍ୟ କାରଣ ହେଉଛି ସରକାରୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସେରଙ୍ଗ ଏବଂ ଚନ୍ଦ୍ରଗିରି ଠାରେ ଦୁଇଟି ଆଦିବାସୀ ସଂଗ୍ରହାଳୟ ନିର୍ମାଣ ହୋଇଛି । ଯାହା 2021 ମସିହାରେ ଲୋକାର୍ପିତ ହୋଇଥିଲା । ଏହାରି ଭିତରେ 3 ବର୍ଷରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ଏହାର ଦୁଇଟି କାରଣ ରହିଛି । ପ୍ରଥମତଃ ଏହି ସ୍ଥାନକୁ ଯିବା ପାଇଁ ଗମନାଗମନର ସୁବ୍ୟବସ୍ଥା ନାହିଁ କି ଏହାକୁ ସଠିକ ଭାବେ ପ୍ରଚାର ପ୍ରସାର କରାଯାଉନାହିଁ । ଅନ୍ୟ କାରଣଟି ହେଲା ଏଠାରେ ଆଦିବାସୀଙ୍କ ସହ ଜଡିତ ଅଧିକାଂଶ ଜିନଷ ଏଠାରେ ନାହିଁ । ଯାହା ବି ରହିଛି ତାହା କୌଣସି ଆଦିବାସୀଙ୍କ ଠାରୁ ସଂଗ୍ରହ କରା ନଯାଇ ବଜାରରେ ମିଳୁଥିବା ଜିନିଷକୁ କିଣି ରଖି ଦିଆଯାଇଛି । ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁନାହିଁ ବୋଲି ସ୍ଥାନୀୟ ଆଦିବାସୀମାନେ ଅଭିଯୋଗ କରିଛନ୍ତି ।

ନିର୍ମିତ ଦୁଇଟି ଆଦିବାସୀ ସଂଗ୍ରହାଳୟକୁ ପର୍ଯ୍ୟଟକ ଆସୁନଥିବା ବେଳେ ଆଦିବାସୀଙ୍କ ପରମ୍ପରା,ସଂସ୍କୃତି,ବେଶ ପୋଷାକ,ଖାଦ୍ୟ ପେୟ ଆଦି ସଂପର୍କରେ ଲୋକେ ଜାଣିବା କଷ୍ଟକର। ତେଣୁ ପାରଳାଖେମୁଣ୍ଡି ଠାରେ ଆଉ ଏକ ସଂଗ୍ରହାଳୟ ନିର୍ମ।ଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ତାହା ଆଜି ଯାଏଁ ହୋଇପାରିନାହିଁ । ଯାହା ଆଦିବାସୀଙ୍କୁ ବ୍ୟଥିତ କରିଛି । ପାରଳାଖେମୁଣ୍ଡିରେ ସଂଗ୍ରହାଳୟ ପାଇଁ ଜାଗା ଯୋଗାଇ ଦିଆଯାଇଥିଲା । ସେହି ଜାଗାରେ ସଂଗ୍ରହାଳୟ ନିର୍ମ।ଣ ନକରି ଦୁଇ ବର୍ଷ ଧରି କେବଳ ପାଚେରୀ ପକାଇ ରଖିଲା ବିଭାଗ । ଫଳରେ ପ୍ରଶାସନ ଏହି ସ୍ଥାନକୁ ବର୍ତ୍ତମାନ ମହିଳା ମହାବିଦ୍ୟାଳୟକୁ ପ୍ରଦାନ କରିଦେଇଛି । ତେଣୁ ଏହି ସଂଗ୍ରହାଳୟ ନିର୍ମ।ଣ ହେବା ସନ୍ଦେହ ମଧ୍ୟକୁ ଠେଲି ହୋଇଯାଇଛି ।

ଯଦିଓ ସରକାର ଏଥିପାଇଁ ଟଙ୍କା ଯୋଗାଉଛନ୍ତି,କିନ୍ତୁ ବିଭାଗୀୟ ଅଧିକାରୀ ଏହା କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିଚାଲୁଥିବାରୁ ଏଭଳି ସ୍ଥିତି ସୃଷ୍ଟିହୋଇଛି ବୋଲି ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି । ତେବେ ଏନେଇ ବିଭାଗୀୟ ଅଧିକାରୀ କିନ୍ତୁ ସବୁ କିଛି ଠିକ୍ ଚାଲିଥିବା କହିଛନ୍ତି । ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଫାଲଗୁନୀ ମାଝୀ କହିଛନ୍ତି ଯେ, ଜିଲ୍ଲାରେ 3ଟି ସଂଗ୍ରହାଳୟ ମଧ୍ୟରୁ ଦୁଇଟି ଲୋକାର୍ପିତ ହୋଇଛି । ପାରଳାଖେମୁଣ୍ଡି ଠାରେ ହେବାକୁ ଥିବା ସଂଗ୍ରହାଳୟ ଅତିଶୀଘ୍ର କରାଯିବ ବୋଲି ସେ କହିଛନ୍ତି ।

ତେବେ ଆଦିବାସୀଙ୍କ ସଂସ୍କୃତି, ପରମ୍ପରା, ବେଶ, ପୋଷାକ, ଖାଦ୍ୟପେୟ, ଆଦି ସର୍ବପୁରାତନ । ଏଭଳି ପୁରାତନ ଜିନିଷକୁ ସଂଗ୍ରହ କରି ପରପିଢି ପାଇଁ ପ୍ରଦର୍ଶିତ କରିବା ନିଶ୍ଚିତ ଭାବରେ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ । ହେଲେ ଏହି ଆଳରେ ବଜାରରେ ମିଳୁଥିବା ଜିନିଷ କିଣି ସଂଗ୍ରହାଳୟରେ ରଖିବା ଆଦିବାସୀଙ୍କ ପ୍ରତି ଏକ ଉପହାସ ବୋଲି ମନେହେଉଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.