ବୌଦ୍ଧ: ବିଦ୍ୟାଳୟରେ ଝୁଲିଲା ତାଲା । ଶିକ୍ଷକଙ୍କ ବଦଳିକୁ ନେଇ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ । ବୌଦ୍ଧ ଜିଲ୍ଲା ଦାମୋଦରପୁର ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ସୂଚନା ମୁତାବକ, ଦାମୋଦରପୁର ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ବଦଳିକୁ ନେଇ ବିରୋଧ କରିଛନ୍ତି ଅଭିଭାବକ । ଏହାର ପ୍ରତିବାଦରେ ସେମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ । ତେବେ ଏହା ପୂର୍ବରୁ 2 ଦିନ ତଳେ ମଧ୍ୟ ଶିକ୍ଷକ ବଦଳିକୁ ନେଇ ଫୁରଡା ବିଦ୍ୟାଳୟରେ ତାଲା ଝୁଲିଥିଲା । ତେବେ ଜିଲ୍ଲାରେ ଶିକ୍ଷକଙ୍କ ବଦଳି ନେଇ ବାରମ୍ବାର ଏଭଳି ଘଟଣା ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ ପ୍ରଭାବ ପକାଉଛି । ସେମାନଙ୍କ ଆଗାମି ଭବିଷ୍ୟତକୁ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ