ETV Bharat / state

ନକଲି ରସିଦରେ ଚାଲିଛି କୋଟି କୋଟି ଟଙ୍କାର ଚୋରା ବାଲି ଚାଲାଣ - କୋଟି କୋଟି ଟଙ୍କାର ଚୋରା ବାଲି ଚାଲାଣ

ଲଘୁ ଖଣିଜ ସମ୍ପଦକୁ ଖୁଲମଖୁଲା ଲୁଟ ଚାଲିଛି।ଏବେ ପୁଣି ନକଲି ରସିଦ ଦେଇ କୋଟି କୋଟି ଟଙ୍କାର ସରକାରୀ ରାଜସ୍ୱ ଲୁଟ ହେଉଛି। ଅଧିକ ପଢନ୍ତୁ...

sand transport going on with fake receipt
ନକଲି ରସିଦ ରେ ଚାଲିଛି କୋଟି କୋଟି ଟଙ୍କାର ଚୋରା ବାଲି ଚାଲାଣ
author img

By

Published : Jan 10, 2021, 10:00 AM IST

Updated : Jan 10, 2021, 5:10 PM IST

ବୌଦ୍ଧ: ଖୁଲମଖୁଲା ଚାଲିଛି ଲଘୁ ଖଣିଜ ସମ୍ପଦ ବାଲିର ଚୋରା ଚାଲାଣ । ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ତହସିଲ ଅଧିନରେ କୋଡିଏ ରୁ ଉର୍ଦ୍ଧ୍ବ ବାଲିଘାଟ ରହିଥିଲେ ମଧ୍ୟ ତିନି ତହସିଲ ପକ୍ଷରୁ ମାତ୍ର ତିନି ଜଣ ବ୍ୟକ୍ତି ବିଶେଷଙ୍କୁ ଏହି ବାଲିଘାଟ ସରକାରୀ ଚୁକ୍ତି ଅନୁଯାୟୀ ଅନୁମତି ପ୍ରଦାନ କରାଯାଇଛି ।

କିନ୍ତୁ ଜିଲ୍ଲାର ଅଧିକାଂଶ ବାଲିଘାଟ ସମ୍ପୂର୍ଣ୍ଣ ମୁକୁଳା ପଡିଛି । ସତେଯେମିତି ବାଲି ଲୁଟ ପାଇଁ ମାଫିଆଙ୍କ ପାଇଁ ବାଟ ଖୋଲି ଦିଆଯାଇଛି । ଅଭିଯୋଗ ହେଲେ ରାଜସ୍ୱ ବିଭାଗ ପକ୍ଷରୁ ଧର୍ମକୁ ଆଖିଠାର ଭଳି କେତୋଟି ସ୍ଥାନରେ ଚଢ଼ାଉ କରି ଟ୍ରାକ୍ଟରକୁ ଧରି ଫାଇନ କିଛି କାଟି ଦିଆଯାଏ ।

sand transport going on with fake receipt
ନକଲି ରସିଦରେ ଚାଲିଛି କୋଟି କୋଟି ଟଙ୍କାର ଚୋରା ବାଲି ଚାଲାଣ

ଏସବୁ ଅସାଧୁ କାର୍ଯ୍ୟ ରାଜସ୍ବ କର୍ମଚାରୀ ଓ ବାଲି ମାଫିଆଙ୍କ ମିଲିଭଗତରେ ଚାଲିଥିଲେ ମଧ୍ୟ ବିଭାଗ ସବୁ ଜାଣି ମଧ୍ୟ ଦୁର୍ନୀତିକୁ ପରୋକ୍ଷରେ ସମର୍ଥନ ଦେଇ ଚାଲିଛି । ସେପଟେ ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ଗୋବିନ୍ଦପୁର, ସାପଦୋହଲି,ଡମ୍ବରୁଗଡ,ବାଉଁଶୁଣୀ, ଅମୁର୍ଡା ଭଳି ମହାନଦୀର ବାଲିଘାଟରୁ ବୀରମହାରାଜପୁର ତହସିଲ କାର୍ଯ୍ୟାଳୟ ରସିଦ ଦେଇ ବାଲି ଚାଲାଣ କରୁଛି ।

ଏ ସମ୍ପର୍କରେ ଇଟିଭି ଭାରତ ପକ୍ଷରୁ ବୀରମହାରାଜପୁର ତହସିଲଦାର ରଞ୍ଜନ କୁମାର ପରିଡାଙ୍କୁ ମୋବାଇଲ ଯୋଗେ ଯୋଗାଯୋଗ କରିବାରୁ ରୋକଠୋକ ମନା କରିଛନ୍ତି। ଏହାସହ ବାଲିଘାଟ କାହାକୁ ଲିଜରେ ପ୍ରଦାନ କରାଯାଇ ନଥିବା କହିଛନ୍ତି । ତେବେ ବାଲିଘାଟରେ ଦିଆଯାଉଥିବା ରସିକ ସମ୍ପର୍କରେ ଏହା ସମ୍ପୂର୍ଣ୍ଣ ନକଲି ଓ ଏନେଇ ଥାନାରେ ଏତଲା ଦିଆଯିବ ବୋଲି କହିଛନ୍ତି । ତେବେ ଏଭଳି ସାଙ୍ଘାତିକ ତଥା ଅନୈତିକ କାର୍ଯ୍ୟ ବୌଦ୍ଧ ଜିଲ୍ଲାର ପରିସୀମା ମଧ୍ୟରେ ଚାଲିଥିଲେ ମଧ୍ୟ କିଭଳି ରାଜସ୍ୱ ବିଭାଗର କର୍ମଚାରୀ ଜାଣି ପାରୁ ନାହାଁନ୍ତି ନା ସବୁ ଜାଣି ପକେଟ ଗରମ କରିବାରେ ଲାଗିଛନ୍ତି ସେନେଇ ଉଠିଛି ପ୍ରଶ୍ନବାଚୀ । ଜିଲ୍ଲାର ବୁଦ୍ଧିଜୀବୀ ଓ ନିର୍ବାଚିତ ଜନ ପ୍ରତିନିଧି ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହାର ତଦନ୍ତ ପାଇଁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jan 10, 2021, 5:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.