ETV Bharat / state

ଶଗଡା ହେଲା କଣ୍ଟେନମେଣ୍ଟ ଜୋନ, ସେପଟେ ଟିକାଦାନ କେନ୍ଦ୍ରରେ କୋରୋନା

author img

By

Published : May 17, 2021, 10:20 PM IST

ବୌଦ୍ଧ ଉପାନ୍ତ ପଞ୍ଚାୟତରେ କୋରୋନା ସଂକ୍ରମଣ ଯୋଗୁଁ ପ୍ରଶାସନ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି । ସେପଟେ ଟୀକାକରଣ କେନ୍ଦ୍ରରେ କୋରୋନା ପ୍ରବେଶ ଯୋଗୁଁ କେନ୍ଦ୍ରକୁ ସାମୟିକ ଭାବେ ବନ୍ଦ କରାଯାଇଛି । ଅଧିକ ପଢନ୍ତୁ...

ଶଗଡା ହେଲା କଣ୍ଟେନମେଣ୍ଟ ଜୋନ, ସେପଟେ ଟିକାଦାନ କେନ୍ଦ୍ରରେ କରୋନା

ବୌଦ୍ଧ: ଜିଲ୍ଲାର ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ବର୍ତ୍ତମାନ କରୋନାର ତାଣ୍ଡବ ଦେଖିବାକୁ ମିଳିଛି । ତେବେ ବୌଦ୍ଧ ଜିଲ୍ଲାରେ ସଂକ୍ରମଣ ଅପେକ୍ଷା ମୃତ୍ୟୁକୁ ନେଇ ସାଧାରଣ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ଜିଲ୍ଲାର କଣ୍ଟାମାଳ ବ୍ଲକରୁ ସର୍ବାଧିକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଜିଲ୍ଲାର ଉପାନ୍ତ ଶଗଡା ପଞ୍ଚାୟତରୁ ସୋମବାର 41 ଜଣ ପଜିଟିଭ ଚିହ୍ନଟ ପରେ ପ୍ରଶାସନ ଶଗଡାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି । ସେପଟେ ମନମୁଣ୍ଡା ଟୀକାକରଣ କେନ୍ଦ୍ରରେ ପ୍ରବେଶ କରିଛି କରୋନା ।

ଫଳରେ ମନମୁଣ୍ଡା ଟିକାଦାନ କେନ୍ଦ୍ରକୁ ସାମୟିକ ସମୟ ପାଇଁ ବନ୍ଦ କରିଦିଆଯାଇଥିବା ଯୋଗୁଁ ଦୂରଦୂରାନ୍ତରୁ ଟିକାଗ୍ରହଣ ପାଇଁ ଆସିଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବୌଦ୍ଧ ଜିଲ୍ଲାର କରୋନା ଜନିତ ମୃତ୍ୟୁ ଅତ୍ୟନ୍ତ ଉଦବେଗ ଜନକ ଥିବାରୁ ବୁଦ୍ଧିଜୀବୀ ଚିନ୍ତା ପ୍ରକାଶ କରିଛନ୍ତି । ତେବେ ସବୁଠାରୁ ଆଶ୍ବସ୍ତିକର ବିଷୟ ହେଲା ଜିଲ୍ଲାରେ କରୋନାରୁ ଅନେକାଂଶରେ ସୁସ୍ଥ ହେଉଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.