ETV Bharat / state

ମହାଷ୍ଟମୀରେ ଘରେ କଳାକନା ବୁଲାଇଲେ ଚୋର - କଳାକନା ବୁଲାଇଲେ ଦୁର୍ବୃତ୍ତ

ଘରଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ। ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଥାନାଠାରୁ ମାତ୍ର କିଛି ମିଟର ଦୂର ଚାରିଛକ ବିଡ଼ିଓଙ୍କ ଗୃହ ସମ୍ମୁଖରେ ତଥା ଷ୍ଟେଟବ୍ୟାଙ୍କ କଡରେ ଗତକାଲି(ବୁଧବାର) ରାତିରେ ଦୁର୍ବୃତ୍ତମାନେ ଜନୈକ ଶିକ୍ଷକଙ୍କ ଘରେ ବ୍ୟାପକ ଲୁଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ମହାଷ୍ଟମୀର ମଧ୍ୟ ରାତ୍ରିରେ ଘରେ ପଶି ଲୁଟ, ଆଇନ ଶୃଙ୍ଖଳା ନେଇ ଉଠିଲା ପ୍ରଶ୍ନବାଚୀ

author img

By

Published : Oct 14, 2021, 1:30 PM IST

ବୌଦ୍ଧ: ମହାଷ୍ଟମୀର ମଧ୍ୟ ରାତ୍ରରେ ଘରଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ। ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଥାନାଠାରୁ ମାତ୍ର କିଛି ମିଟର ଦୂର ଚାରିଛକ ବିଡ଼ିଓଙ୍କ ଗୃହ ସମ୍ମୁଖରେ ତଥା ଷ୍ଟେଟବ୍ୟାଙ୍କ କଡରେ ଗତକାଲି(ବୁଧବାର) ରାତିରେ ଦୁର୍ବୃତ୍ତମାନେ ଜନୈକ ଶିକ୍ଷକଙ୍କ ଘରେ ବ୍ୟାପକ ଲୁଟତରାଜ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ଶିକ୍ଷକ ଓ ତାଙ୍କ ପତ୍ନୀ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଭୁବନେଶ୍ବର ଯାଇଥିଲେ ।

ମହାଷ୍ଟମୀର ମଧ୍ୟ ରାତ୍ରିରେ ଘରେ ପଶି ଲୁଟ, ଆଇନ ଶୃଙ୍ଖଳା ନେଇ ଉଠିଲା ପ୍ରଶ୍ନବାଚୀ

ସେପଟେ ପୁରୁଣାକଟକ ଭୈରବୀଙ୍କ ପୂଜାରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ବ୍ୟସ୍ତ ଥିବାର ସୁଯୋଗରେ କିଛି ଦୁର୍ବୃତ୍ତ ଶିକ୍ଷକଙ୍କ ଘର ତାଲା ଭାଙ୍ଗି ଘର ଭିତରର ଆଲମୀରାରୁ ଟଙ୍କା, ସୁନା ଗହଣା ସବୁ ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ପ୍ରାୟ ତିନି ଲକ୍ଷ ଟଙ୍କା ଲୁଟ କରିଥିବା ନେଇ ଅନୁମାନ କରାଯାଉଛି ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପୁରୁଣାକଟକ ଥାନା ନିକଟସ୍ଥ ଏକ ଜନବସତି ପୂର୍ଣ୍ଣ ସ୍ଥାନରୁ ଏଭଳି ଲୁଟ କିଭଳି ହୋଇପାରିଲା । ଯଦିଓ ପୋଲିସ ସନ୍ଧାନୀ କୁକୁର ସହାୟତାରେ ତନାଘନା ଆରମ୍ଭ କରିବା ଆରମ୍ଭ କରିଛି ତଥାପି ମଧ୍ୟ ଦୁର୍ଗା ପୂଜା ସମୟରେ ଏଭଳି ଲୁଟ ଘଟଣା କୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.