ETV Bharat / state

ଜଙ୍ଗଲ ବିଭାଗର ଜଙ୍ଗଲୀ ନୀତି, ଫେଲ୍ ମାରୁଛି ପଥପ୍ରାନ୍ତ ବନୀକରଣ - boudha plantation

ବୌଦ୍ଧ ଜିଲ୍ଲାରେ ଫେଲ୍ ମାରିଛି ପଥପ୍ରାପ୍ତ ବନୀକରଣ ଯୋଜନା । ବନୀକରଣ ନାଁରେ କୋଟି କୋଟି ଅର୍ଥ ଖର୍ଚ୍ଚ ହୋଇଥିବାବେଳେ ରାସ୍ତାକଡରେ ନାହିଁ ଗୋଟିଏ ଗଛ । ଅଧିକ ପଢନ୍ତୁ...

ଜଙ୍ଗଲ ବିଭାଗର ଜଙ୍ଗଲୀ ନୀତି, ଫେଲ୍ ମାରୁଛି ପଥପ୍ରାନ୍ତ ବନୀକରଣ

author img

By

Published : Sep 25, 2021, 12:52 PM IST

ବୌଦ୍ଧ: ବନୀକରଣ ନାଁରେ ଖର୍ଚ୍ଚ ହୋଇଛି କୋଟି କୋଟି ଅର୍ଥ । ହେଲେ ରାସ୍ତାକଡରେ ଗୋଟିଏ ବି ଗଛ ନାହିଁ । ବୌଦ୍ଧ ଜିଲ୍ଲାରେ କିଛି ଏଭଳି ରହିଛି ପଥପ୍ରାପ୍ତ ବନୀକରଣ ଯୋଜନାର ଚିତ୍ର । ପାଞ୍ଚଟି ବନାଞ୍ଚଳର ଅନେକ ସ୍ଥାନରେ ଆଦୌ ଗଛ ନଥିବା ବେଳେ ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ତେଣୁ ଜିଲ୍ଲାରେ ବନୀକରଣ ଯୋଜନା ଓ ଗ୍ରୀନ ମହାନଦୀ ମିଶନ ଫେଲ୍ ମାରିଥିବା ଅଭିଯୋଗ ହୋଇଛି ।

ଜଙ୍ଗଲ ବିଭାଗର ଜଙ୍ଗଲୀ ନୀତି, ଫେଲ୍ ମାରୁଛି ପଥପ୍ରାନ୍ତ ବନୀକରଣ
ଜଙ୍ଗଲ ବିଭାଗର ଜଙ୍ଗଲୀ ନୀତି, ଫେଲ୍ ମାରୁଛି ପଥପ୍ରାନ୍ତ ବନୀକରଣ
ଜଙ୍ଗଲ ବିଭାଗର ଜଙ୍ଗଲୀ ନୀତି, ଫେଲ୍ ମାରୁଛି ପଥପ୍ରାନ୍ତ ବନୀକରଣ

ବୌଦ୍ଧ ଜଙ୍ଗଲ ବିଭାଗ ଅଧିନରେ ପାଞ୍ଚଟି ବନାଞ୍ଚଳର ଅନେକ ସ୍ଥାନରେ ପଥପ୍ରାନ୍ତ ବନୀକରଣ କରାଯାଇଛି । କେତେକ ସ୍ଥାନରେ ଏହା ସଫଳ ହୋଇଥିବାବେଳେ ଅନ୍ୟ କେତେକ ସ୍ଥାନରେ ଜଙ୍ଗଲ କର୍ମଚାରୀଙ୍କ ଅବହେଳାରୁ ତାହା ସମ୍ପୂର୍ଣ୍ଣ ଉଜୁଡି ଯାଇଥିବା କୁହାଯାଉଛି । ପୁରୁଣାକଟକ ବନାଞ୍ଚଳର ଲୁଣିବାହାଲ ଠାରେ ଏଭଳି ଦୃଶ୍ୟ ଏକ ଉଦାହରଣ ମାତ୍ର । ଜିଲ୍ଲାର ମାଧପୁର, ବୌଦ୍ଧ, ମନମୁଣ୍ଡା ଓ କଣ୍ଟାମାଳ ବନାଞ୍ଚଳର ଅନେକ ସ୍ଥାନରେ ମଧ୍ୟ ଏହି ଯୋଜନା ଫେଲ ମାରିଛି । ତେବେ ଜଣେ ପୂର୍ବତନ ଜଙ୍ଗଲ ଅଧିକାରୀଙ୍କ ଯୋଗୁଁ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅବକ୍ଷୟ ସହିତ ବନୀକରଣ ଓ ଗ୍ରୀନ ମହାନଦୀ ମିଶନ ଫେଲ ମାରିଥିବା ଚର୍ଚ୍ଚା ହେଉଛି ।

ସେପଟେ କଣ୍ଟାମାଳ ଓ ମନମୁଣ୍ଡା ବନାଞ୍ଚଳରେ ଏନଆରଇଜିଏ କାର୍ଯ୍ୟ ଓ ବିଭିନ୍ନ ଯୋଜନାରେ ବ୍ୟାପକ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ବିଶେଷ ଭାବରେ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ ଜଙ୍ଗଲ ବିଭାଗ ଭଲ ରାସ୍ତା ଖଣ୍ଡେ ତିଆରି ନାଁରେ ବର୍ଷ ବର୍ଷ ଧରି ଅର୍ଥ ଲୁଟ୍ କରୁଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.