ETV Bharat / state

ଅପହଞ୍ଚ ସରକାରୀ ଯୋଜନା, ଦୁର୍ବିସହ ଜୀବନ ବିତାଉଛନ୍ତି ଆଦିବାସୀ ପରିବାର

author img

By ETV Bharat Odisha Team

Published : Aug 29, 2023, 8:44 AM IST

ଅପହଞ୍ଚ ସରକାରଙ୍କ ବିକାଶମୂଳକ ଯୋଜନା । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଛତରଙ୍ଗ ପଞ୍ଚାୟତରେ ଥିବା ଦମଣ୍ଡା ଓ ବାନ୍ଦିଗାଡୁ ଗ୍ରାମକୁ ବିକାଶ ପହଞ୍ଚି ପାରିନଥିବା ଅଭିଯୋଗ । ଅଧିକ ପଢନ୍ତୁ

road problem in remote area
road problem in remote area
road problem in remote area

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ବାଟ ହୁଡିଛି ବିକାଶ । ସ୍ବାଧିନତାର ୭୬ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ । ଲୋକଙ୍କ ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରି କୋଟିକୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ହେଲେ ଦୁର୍ଗମ ଅଞ୍ଚଳରେ ଆଜି ବି ଅପହଞ୍ଚ ସରକାରଙ୍କ ବିକାଶମୂଳକ ଯୋଜନା । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଛତରଙ୍ଗ ପଞ୍ଚାୟତରେ ଥିବା ଦମଣ୍ଡା ଓ ବାନ୍ଦିଗାଡୁ ଗ୍ରାମକୁ ବିକାଶ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି । ଫଳରେ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଓ ଅତି ଜରୁରୀ ସେବା ପହଞ୍ଚି ପାରୁନଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଦିବାସୀ ପରିବାର ।

ତେବେ ଛତରଙ୍ଗ ପଞ୍ଚାୟତ ଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଦମଣ୍ଡା ଗ୍ରାମରେ ପ୍ରାୟ ୨୫ଟି କନ୍ଧ ସମ୍ପ୍ରଦାୟର ଆଦିବାସୀ ପରିବାର ବସବାସ କରୁଛନ୍ତି । କିନ୍ତୁ ଗ୍ରାମକୁ ସବୁଦିନିଆ ରାସ୍ତା ଖଣ୍ଡିଏ ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଶିକ୍ଷା, ସ୍ବାସ୍ଥ୍ୟସେବା, ଆବାସ, ରାସନ ଭଳି ବିଭିନ୍ନ ଯୋଜନାରେ ବାଧକ ସାଜୁଛି ଗମନାଗମନର ସମସ୍ୟା । ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ହେଲେ ରାସ୍ତା ଘାଟର ସମସ୍ୟା ଆମ୍ବୁଲାନ୍ସ ଭଳି ସେବା ମଧ୍ୟ ଠିକରେ ପହଞ୍ଚି ପାରୁନାହିଁ । ଫଳରେ ଅନେକ ସମୟରେ ସ୍ଥାନୀୟ ଗ୍ରାମବାସୀମାନେ ଝଡାଫୁଙ୍କା ଓ ଗୁଣିଗାରେଡି ଉପରେ ନଚେତ କ୍ବାକ ତଥା ନକଲି ଡାକ୍ତର ଉପରେ ନିର୍ଭରଶୀଳ ରହିବାକୁ ବାଧ୍ୟ ହେଉଛନ୍ତି । ଏନେଇ ଗତକାଲି ଜନଶୁଣାଣୀରେ ଅଞ୍ଚଳବାସୀ ପହଞ୍ଚି ଗ୍ରାମର ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିବା ସହ ଏହାର ସମାଧାନ ପାଇଁ ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଉପାନ୍ତକୁ ଅପହଞ୍ଚ ଯୋଜନା, ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡ଼ି

ପ୍ରକାଶ ଥାଉକି, ସେହିପରି ଜିଲ୍ଲାର 3ଟି ବ୍ଲକ୍‌ର ଏଭଳି ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠାରେ ସରକାରଙ୍କ ଯୋଜନା ଠିକ୍‌ ଭାବେ ପହଞ୍ଚି ପାରୁନାହିଁ । ଗମନାଗମନର ଅବ୍ୟବସ୍ଥା ଯୋଗୁଁ ଏଠାରେ ସରକାରୀ ଯୋଜନା ଅପହଞ୍ଚ ହୋଇ ରହିଥିଲା । ହେଲେ ବର୍ତ୍ତମାନ ଆଢ଼େଣୀଗଡ ପଞ୍ଚାୟତର ଅନ୍ଧାରୀମୁଲକ ଭାବରେ ପରିଚିତ କଣ୍ଡରା, କାଚପାଜୁ, ଫାଲପାଜୁ ଭଳି ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ ହେବ ବୋଲି ସୂଚନା ମିଳିଛି । କାରଣ ଗତ ପଞ୍ଚାୟତ ନିର୍ବାଚନରେ ଅଞ୍ଚଳବାସୀମାନେ ରାସ୍ତା ନିର୍ମାଣ ଦାବି ପରେ ଶେଷରେ ଭୋଟ ବର୍ଜନ କରିଥିଲେ । ବର୍ତ୍ତମାନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ରାଜ୍ୟ ମୁଖ୍ୟ ଯନ୍ତ୍ରୀଙ୍କୁ ଏଭଳି ଅଞ୍ଚଳକୁ ରାସ୍ତା ନିର୍ମାଣ ପାଇଁ ଚିଠି ଲେଖିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.